କୋଟିଆ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି
ଓଡ଼ିଶାର ଦୁଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କୋଟିଆ ଗସ୍ତ କରି ଉନ୍ନୟନ କାର୍ଯ୍ୟ ଓ ଜନସମ୍ପର୍କ ତ୍ୱରାନ୍ୱିତ କରିଛନ୍ତି
ଓଡ଼ିଶାର ବିଜେପି ବିରୋଧୀ ଦଳରେ ଥିବାବେଳେ ତକôାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି, ବିରୋଧି ଦଳ ନେତା ଓ ପ୍ରମୁଖ ନେତୃବୃନ୍ଦ କୋଟିଆ ଗସ୍ତ କରି ବାସ୍ତବଚିତ୍ର ଅନୁଧ୍ୟାନ କରିଥିଲେ
କୋଟିଆ ପ୍ରସଙ୍ଗରେ ରାଜନୀତି ନ କରି ନିଜ ୨୪ ବର୍ଷର ନିଷ୍କ୍ରିୟତାର ହିସାବ ଦିଅନ୍ତୁ ନବୀନ ବାବୁ
ନବୀବ ବାବୁ କେବଳ ଟୁଇଟ୍ କରି ଓ ଚିଠି ଲେଖି ରାଜନୈତିକ ଫାଇଦା ହାସଲ କରିବାକୁ ଅପଚେଷ୍ଟା କରୁଛନ୍ତି
ତକ୍ରାଳୀନ ବିଜେଡି ସରକାର ସମୟରେ ଆନ୍ଧ୍ରପ୍ରଦେଶ କୋଟିଆରେ ୨୦୨୧ରେ ପଂଚାୟତ ନିର୍ବାଚନ କରିଥିଲା
ମିଛ ନ୍ୟାରେଟିଭ ତିଆରି କରୁଛି ବିଜୁ ଜନତା ଦଳ
ଏନ୍ଡିଏ ପାଖରେ ୩୧୯ ଲୋକସଭା ସାଂସଦଙ୍କ ସହ ପୂର୍ଣ୍ଣ ବହୁମତ ରହିଛି, ଚନ୍ଦ୍ରବାବୁ ନାଇଡୁଙ୍କ ୧୬ ସାଂସଦକୁ ନେଇ ବିଜେଡିର ମିଥ୍ୟା ଅପପ୍ରଚାର ହାସ୍ୟାସ୍ପଦ
ଭୁବନେଶ୍ୱର, ତା.୨୩/୧୦: କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଓଡ଼ିଶାର ଇଂଚଟିଏ ମଧ୍ୟ ଜମି କାହାକୁ ଦିଆଯିବ ନାହିଁ । ଏହା ହେଉଛି ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାରଙ୍କର ସଂକଳ୍ପ । କୋଟିଆ ହେଉଛି ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପ୍ରସଙ୍ଗ । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀବ ବାବୁ କେବଳ ଟୁଇଟ୍ କରି ଓ ଚିଠି ଲେଖି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ସତ୍ୱେ ବିଜେଡି ସରକାର କୋଟିଆ ପାଇଁ କ’ଣ କରିଛି ତାର ହିସାବ ଓଡ଼ିଶାବାସୀଙ୍କୁ ଦେବାର ଆବଶ୍ୟକତା ରହିଛି । ୨୦୨୨ ମସିହାରେ ବାଚସ୍ପତିଙ୍କର ନେତୃତ୍ୱରେ କୋଟିଆକୁ ବିଧାନସଭାର ଗୃହ କମିଟି ଯିବା ପାଇଁ ତକ୍ରାଳୀନ ବିଜେଡି ସରକାର ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ବିଜେଡି ସରକାର ସମୟରେ ଗୃହ କମିଟି କୋଟିଆ ଯିବା ପାଇଁ କୌଣସି ପ୍ରକାର ତତ୍ପରତା ଦେଖାଇଲେ ନାହିଁ । ଏବେ ବିଜେଡି ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନ ପ୍ରସଙ୍ଗ କହୁଥିବାବେଳେ ୨୦୨୧ ଫେବୃଆରୀ ୧୩ ତାରିଖରେ ଯେତେବେଳେ ଆନ୍ଧ୍ର ପ୍ରଶାସନ କୋଟିଆର ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣସିନେରୀ ଓ ନେରେଡିବାଲସାରେ ପଂଚାୟତ ନିର୍ବାଚନ କରାଇଲା, ସେତେବେଳେ ତକôାଳୀନ ବିଜେଡି ସରକାର ତାହାକୁ ପ୍ରତିହିତ କରାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ବରଂ ମହାନଦୀ ଭଳି ସୁପ୍ରିମ କୋର୍ଟରେ ମାମଲା ଦାୟର କରି ଚୁପ୍ ହୋଇ ବସିଯାଇଥିଲେ ।
ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ୨୦୨୧ ନଭେମ୍ବର ୯ ତାରିଖରେ ତକôାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ ମୋହନ ରେଡ୍ଡୀ ନବୀନ ନିବାସ ଆସି ବୈଠକ କରୁଥିବା ବେଳେ, ସେହି ସମୟରେ କୋଟିଆ ଗ୍ରାମଗୁଡ଼ିକରେ ଆନ୍ଧ୍ର ଅଧିକାରୀମାନେ ଜଗନ ରେଡ୍ଡୀଙ୍କ ପୋଷ୍ଟର ଲଗାଇ ଜନଶୁଣାଣି କରୁଥିଲେ । ସେ ସମୟରେ ବିଜେଡି ସରକାର ଏବଂ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅଟକାଇବା ପାଇଁ କୌଣସି କାର୍ଯ୍ୟ କରି ନଥିଲା । କ’ଣ ପାଇଁ ବିଜେଡି ଚୁପ୍ ରହିଥିଲା ଏହାର ଉତର ଓଡ଼ିଶାବାସୀଙ୍କୁ ନବୀନ ବାବୁ ଉତର ଦେବାକୁ ଶ୍ରୀ ତି୍ରପାଠୀ ଆହ୍ୱାନ ଦେଇଛନ୍ତି ।
ଅପରପକ୍ଷରେ ଓଡ଼ିଶାରେ ବିଜେପି ବିରୋଧୀ ଦଳରେ ଥିବାବେଳେ ତକôାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ । କେନ୍ଦ୍ରର ଭାଜପା ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ଟେଲିଫୋନ୍ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେ ସମୟରେ ତକôାଳୀନ ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ ନାଏକ ଏବଂ ତକôାଳୀନ ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ଦଳର ସମସ୍ତ ନେତୃମଣ୍ଡଳଙ୍କ ସହ ଶ୍ରୀ ତି୍ରପାଠୀ ନିଜେ କୋଟିଆର ପ୍ରତ୍ୟେକ ଗ୍ରାମକୁ ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବା ସହ ଓଡ଼ିଶା ପ୍ରତି ନିଷ୍ଠାପର ଭାବନା ଜାଗ୍ରତ କରିବା ପାଇଁ ଚେଷ୍ଟା କରିଥିଲେ ।
ମାତ୍ର ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ କୋଟିଆ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଦୁଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ବାରମ୍ବାର କୋଟିଆ ଗସ୍ତ କରି ସେ ଅଂଚଳର ବିଭିନ୍ନ ସାଂସ୍କୃତିକ ପର୍ବରେ ଯୋଗଦାନ କରିଛନ୍ତି । ଉକ୍ତ ଅଂଚଳରେ ବିଦ୍ୟୁତ ସଂଯୋଗ, ଓଡ଼ିଆ ଶିକ୍ଷା, ‘ସୁଭଦ୍ରା’ ଯୋଜନାର ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ପ୍ରଦାନ କରିଛନ୍ତି । ଆନ୍ଧ୍ରର ନିର୍ବାଚନ ଚର୍ଚ୍ଚା ସାମ୍ନାକୁ ଆସିବା ମାତ୍ରେ ଛୁଟି ଦିନରେ ମଧ୍ୟ ରାଜସ୍ୱ ମନ୍ତ୍ରୀ, ଗୃହ ସଚିବ, ଆଇନ ସଚିବ, ଆଡଭୋକେଟ ଜେନେରାଲ, ଆରଡିସି ଓ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକ କରି ଆଇନଗତ ଓ ପ୍ରଶାସନିକ ରଣନୀତି ପ୍ରସ୍ତୁତ କରାଯାଇଛି ।
କେନ୍ଦ୍ର ସରକାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ନିର୍ଭରଶୀଳ ଥିବାରୁ ଓଡ଼ିଶାରେ ବିଜେପି ସରକାର ନିରବ ରହିଛି ବୋଲି ବିଜେଡି କରୁଥିବା ଅପପ୍ରଚାରକୁ ଖଣ୍ଡନ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଲୋକସଭାରେ ବିଜେଡି ଶୂନ ହୋଇଥିବାରୁ ସେମାନେ ସଂସଦୀୟ ଗଣିତ ଭୁଲିଯାଇଛନ୍ତି । ଲୋକସଭାରେ ଏନ୍ଡିଏ ପାଖରେ ୩୧୯ ଜଣ ସାଂସଦ ଅଛନ୍ତି । ସେଥିରୁ ଟିଡିପିର ୧୬ ଜଣ ସଦସ୍ୟଙ୍କୁ ବାଦ୍ ଦେଲେ ମଧ୍ୟ ଏନଡିଏ ପାଖରେ ୩୦୩ ଜଣ ସାଂସଦଙ୍କ ସ୍ପଷ୍ଟ ବହୁମତ ରହିଛି । ତେଣୁ ବିଜେଡି ଏଭଳି ଭିତିହୀନ ଅପପ୍ରଚାର ମାଧ୍ୟମରେ ନିଜ ୨୪ ବର୍ଷର ନିଷ୍କ୍ରିୟତାକୁ ଲୁଚାରଇବାର ଅପପ୍ରୟାସର ଉଚିତ୍ ଜବାବ ଜନସାଧାରଣ ଦେଇଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଜବାବ୍ ଦେବେ ବୋଲି ଶ୍ରୀ ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି । ଏବେ ନବୀନ ବାବୁ କୋଟିଆ ସମ୍ବନ୍ଧରେ ଯେତେବେଳେ ପ୍ରଶ୍ନ କରୁଛନ୍ତି, ତାଙ୍କ ସରକାର ସମୟରେ ଏଥିପାଇଁ କ’ଣ କରିଥିଲା ତାହାର ଜବାବ ଆଜି ଓଡ଼ିଶାବାସୀ ମାଗୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଓ ରାଜ୍ୟ ପ୍ରବକ୍ତା ଶ୍ରୀ ସଞ୍ଜୟ ରଥ ଉପସ୍ଥିତ ଥିଲେ ।
