ଡାଲି ଜାତୀୟ ଖାଦ୍ୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଶେଷ ପ୍ରଚେଷ୍ଟା ଏବଂ ଯୋଜନାବଦ୍ଧ ସହାୟତା ଏବେ ଫଳପ୍ରଦ ହୋଇଛି : ଶୁଭ୍ରାଂଶୁ ମୋହନ ପାଢୀ
ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ବିଜେପି
ଭୁବନେଶ୍ୱର: ତା.୧୨/୧୦: ଭାରତ ଆଜି ଡାଲି ଜାତୀୟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ ଏହି ପ୍ରକ୍ରିୟାରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୀତି କାରଣରୁ ଏହି ସଫଳତା ହାସଲ ହୋଇପାରିଛି । ଏହି ଗୌରବମୟ ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଏବଂ ରାଜ୍ୟ ସରକାରଙ୍କୁ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଡାଲି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆତ୍ମନିର୍ଭର ମିଶନ’ ଆଜି ଏକ ବର୍ଷ ପୁରଣ ହୋଇଛି । ଡାଲି ଆମଦାନୀ ଉପରେ ନିର୍ଭରତା କମାଇବା ସହ ଚାଷୀଙ୍କ ଆୟ ବଢାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ପାରମ୍ପରିକ ଧାନ ଚାଷ ବ୍ୟତୀତ ଡାଲି ଜାତୀୟ ଖାଦ୍ୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଶେଷ ପ୍ରଚେଷ୍ଟା ଏବଂ ଯୋଜନାବଦ୍ଧ ସହାୟତା ଏବେ ଫଳପ୍ରଦ ହୋଇଛି । ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଣ, ଆଧୁନିକ କୃଷି ଜ୍ଞାନକୌଶଳର ପ୍ରସାର, ଏବଂ ଜଳସେଚନ ଓ ବଜାର ସଂଯୋଗୀକରଣରେ ସୁଧାର ଆଣିବା ଫଳରେ ରାଜ୍ୟରେ ଡାଲି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଓ ଉତ୍ପାଦନ ବହୁଗୁଣିତ ହୋଇଛି । ରାଜ୍ୟ ସରକାରଙ୍କ ଏହି କୃଷକ-ଅନୁକୂଳ ନୀତି କେବଳ ଓଡ଼ିଶାର ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହୋଇନାହିଁ, ବରଂ ଜାତୀୟ ସ୍ତରରେ ଭାରତକୁ ଡାଲି ଉତ୍ପାଦନରେ ଆଗକୁ ନେବାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଆଗାମୀ ଦିନରେ ଏହି ନିରବଚ୍ଛିନ୍ନ ପ୍ରଚେଷ୍ଟା ବଳରେ ଓଡ଼ିଶା କୃଷି କ୍ଷେତ୍ରରେ ଏକ ନୂତନ ବିପ୍ଳବ ସୃଷ୍ଟି କରିବ ଏବଂ କୃଷକମାନଙ୍କ ଆର୍ôଥକ ଉନ୍ନତି ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ପାଢୀ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।
