Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି ଅବସରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଏବଂ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ

ମୋଦିଜୀଙ୍କ ନେତୃତ୍ୱରେ "ବିକଶିତ ଭାରତ'ର ସ୍ୱପ୍ନ ସାକାର ହେବ : ଶ୍ରୀ ମନମୋହନ ସାମଲ

0

 ନିରବଚ୍ଛିନ୍ନ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଜୀ ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ନିର୍ଣ୍ଣାୟକ ରାଷ୍ଟ୍ରରେ ପରିଣତ କରିଛନ୍ତି: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
 ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନମୂଳକ ଓ ପ୍ରେରଣାଦାୟୀ ଅଭିଭାଷଣ ସମଗ୍ର ଦେଶବାସୀଙ୍କ ମନରେ “ବିକଶିତ ଭାରତ ୨୦୪୭’ ସଂକଳ୍ପକୁ ପୂରଣ କରିବା ପାଇଁ ନୂତନ ଉତ୍ସାହ ଓ ଶକ୍ତି ଭରିଦେଇଛି
 ଭାରତର ଜଣେ ନାଗରିକ ଭାବେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ନିଜ ନିଜର ଶକ୍ତି, ପ୍ରତିଭା ଏବଂ ସଂକଳ୍ପକୁ ଉତ୍ସର୍ଗ କରିବା ପାଇଁ ନେଲେ ସଂକଳ୍ପ
 ‘ସେବା ଜ୍ୟୋତି ଯାତ୍ରା’ ଏବଂ ‘ବିକଶିତ ଭାରତ ସଂକଳ୍ପ ସଭା’ର ସ୍ମାରକୀ ସ୍ୱରୂପ ‘ସେବା ଜ୍ୟୋତି ଛକ’ ସ୍ଥାପନ
 ‘ସେବା ଜ୍ୟୋତି ଛକ’ର ସ୍ଥାପନା ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ, ଗରୀବ କଲ୍ୟାଣ, ନିରନ୍ତର ଜନସେବା ଏବଂ “ବିକଶିତ ଭାରତ’ ସଂକଳ୍ପକୁ ଚିରସ୍ମରଣୀୟ କରି ରଖିବ
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନନୀୟ ରାଜ୍ୟ ସଭାପତି ଏବଂ ରାଜ୍ୟ ସହପ୍ରଭାରୀ
ଭୁବନେଶ୍ୱର, ତା.୦୭/୧୦: ରାଷ୍ଟ୍ର ନିର୍ମାଣ ଯାତ୍ରାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବା, ସୁଶାସନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ଭାବେ ଜନସେବା କରିବା ପର୍ଯ୍ୟନ୍ତ – ଶାସନ ମୁଖ୍ୟ ଭାବେ ତାଙ୍କର ୨୫ ବର୍ଷର ସଫଳ ଓ ନିରବଚ୍ଛିନ୍ନ ଯାତ୍ରା ଭାରତର ବିକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିଛି । ଏହି ଐତିହାସିକ ମୁହୁର୍ତ୍ତ ଅବସରରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ ଏବଂ ‘ସେବା ଜ୍ୟୋତି ଯାତ୍ରା’ ଭାରତର ସାମର୍ଥ୍ୟ, ଗରୀବ କଲ୍ୟାଣ ଏବଂ ଜନ-ସେବାର ଭାବନାକୁ ଆହୁରି ସୁଦୃଢ଼ କରିଛି । ଏହି ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନମୂଳକ ଓ ପ୍ରେରଣାଦାୟୀ ଅଭିଭାଷଣ ସମଗ୍ର ଦେଶବାସୀଙ୍କ ମନରେ “ବିକଶିତ ଭାରତ ୨୦୪୭’ ସଂକଳ୍ପକୁ ପୂରଣ କରିବା ପାଇଁ ନୂତନ ଉତ୍ସାହ ଓ ଶକ୍ତି ଭରିଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଓଡ଼ିଶାରେ ୩୦ ଟି ରାଜସ୍ୱ ଜିଲ୍ଲା ସହ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ସହ କଥା ହୋଇଛନ୍ତି ମୋଦିଜୀ । ଭୁବନେଶ୍ୱରର କାରଗିଲ ପଡିଆଠାରେ ଅନୁଷ୍ଠିତ ‘‘ବିକଶିତ ଭାରତ ସଂକଳ୍ପ ସଭା’’ରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ବିଗତ ୨୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଶାସନର ମୂଳମନ୍ତ୍ର ରହିଛି “ସେବା, ସୁଶାସନ ଏବଂ ଗରୀବ କଲ୍ୟାଣ’ । ତାଙ୍କ ନେତୃତ୍ୱରେ ଦେଶର ଶେଷ ସୀମାରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ପାଖରେ ମଧ୍ୟ ବିକାଶର ସୁଫଳ ପହଞ୍ଚିପାରିଛି । ଅନ୍ତ୍ୟୋଦୟରୁ ବିକଶିତ ଭାରତ ଗଠନ ପାଇଁ ମୋଦିଜୀଙ୍କ ପ୍ରତିବଦ୍ଧତା ନିଶ୍ଚିତ ଭାବେ ସଫଳ ହେବ । ବିକଶିତ ଭାରତ ସଂକଳ୍ପ ସଭା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ସ୍ପଷ୍ଟ ହୋଇଛି ଯେ, ଆଗାମୀ ଦିନରେ ଦେଶକୁ ଆତ୍ମନିର୍ଭରଶୀଳ, ସମୃଦ୍ଧ ଏବଂ ବିଶ୍ୱଗୁରୁ ଭାବେ ଗଢ଼ିତୋଳିବା ପାଇଁ ୧୪୦ କୋଟି ଦେଶବାସୀଙ୍କ ମିଳିତ ସଂକଳ୍ପ ହିଁ ଶ୍ରେଷ୍ଠ ବଳ । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାଦାୟୀ ନେତୃତ୍ୱ, ଦୂରଦର୍ଶିତା ଏବଂ ସମର୍ପିତ ସେବା ପାଇଁ ଆମେ ତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ । ତାଙ୍କର ନିରନ୍ତର ମାର୍ଗଦର୍ଶନରେ ଭାରତ ବିକାଶର ନୂତନ ଶିଖର ଛୁଇଁବ ଏବଂ “ବିକଶିତ ଭାରତ’ର ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଭାରତର ଜଣେ ନାଗରିକ ଭାବେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମେ ସମସ୍ତେ ନିଜ ନିଜର ଶକ୍ତି, ପ୍ରତିଭା ଏବଂ ସଂକଳ୍ପକୁ ଉତ୍ସର୍ଗ କରିବା ପାଇଁ ଉପସ୍ଥିତ ନେତୃବୃନ୍ଦ, ବୁଦ୍ଧିଜୀବି, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଜନସାଧାରଣ ସଂକଳ୍ପ ନେଇଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ମୁଖ୍ୟ ଭାବେ ୨୫ ବର୍ଷର ସଫଳ ଓ ନିରବଚ୍ଛିନ୍ନ ଜନ-ସେବା ପୂର୍ତ୍ତି ଅବସରରେ ଅନୁଷ୍ଠିତ ସେବା ଜ୍ୟୋତି ଯାତ୍ରାରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ପୋଖରୀପୁଟ ଡିଏଭି ସ୍କୁଲ ନିକଟସ୍ଥ ଛକରେ ସେବା ଜ୍ୟୋତି ସ୍ଥାପନା କରିଥିଲେ । ‘ସେବା ଜ୍ୟୋତି ଯାତ୍ରା’ ଏବଂ ‘ବିକଶିତ ଭାରତ ସଂକଳ୍ପ ସଭା’ର ସ୍ମାରକୀ ସ୍ୱରୂପ ‘ସେବା ଜ୍ୟୋତି ଛକ’ ସ୍ଥାପନ କରାଯାଇଛି । ଏହି ଛକକୁ ଆଜିଠାରୁ ସେବା ଜ୍ୟୋତି ଛକ ଭାବେ ନାମିତ କରାଗଲା । ଏହି ବିଶେଷ ଛକର ନାମକରଣ ଓ ସ୍ଥାପନା ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ, ଗରୀବ କଲ୍ୟାଣ, ନିରନ୍ତର ଜନସେବା ଏବଂ “ବିକଶିତ ଭାରତ’ ସଂକଳ୍ପକୁ ଚିରସ୍ମରଣୀୟ କରି ରଖିବ । ଏହି ସ୍ଥାନ ନାଗରିକମାନଙ୍କୁ ସ୍ୱଚ୍ଛତା, ସାମାଜିକ ଦାୟିତ୍ୱବୋଧ, ଏବଂ ଜନ-ଅଂଶଗ୍ରହଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବା ପାଇଁ ନିରନ୍ତର ପ୍ରେରଣା ଯୋଗାଇବା ସହ “ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବାକୁ ଉତ୍ସାହିତ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିମ୍ବାଧର କୁଅଁର, ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ବାବୁ ସିଂ, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସଙ୍ଗୀତା ଦାଶ ଓ ରଶ୍ମୀ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ରତିକାନ୍ତ ଦାଶ ଓ ହରେକୃଷ୍ଣ ଖୁଂଟିଆ, ରାଜ୍ୟ କୋଷାଧ୍ୟକ୍ଷ ଅଜୟ ଅଗ୍ରଓ୍ôାଲ ଓ ସହ କୋଷାଧ୍ୟକ୍ଷ ଦିବାକର ହରିଚନ୍ଦନ, ବରିଷ୍ଠ ନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଗଣମାଧ୍ୟ ସଂଯୋଜକ ସୁଜିତ ଦାସ ଏବଂ ବିଏମସିର କର୍ପୋରେଟରମାନେ ଉପସ୍ଥିତ ଥିଲେ ।
ସେହିପରି ଐତିହାସିକ, ବୀରତ୍ୱ ଓ ମହାନ ସ୍ୱାଭିମାନର ମାଟି ଖୋର୍ଦ୍ଧାରେ ଆଜି ଆୟୋଜିତ ‘ସେବା ଜ୍ୟୋତି ଯାତ୍ରା’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅବିଚଳିତ ସେବା ମନୋଭାବ, ଦୂରଦର୍ଶୀ ନେତୃତ୍ୱ ଏବଂ ଦେଶମାତୃକା ପ୍ରତି ଅସୀମ ସମର୍ପଣ ଭାବକୁ ଗଭୀର ସମ୍ମାନ ଓ କୃତଜ୍ଞତା ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ, ଠିକ୍ ୨୫ ବର୍ଷ ତଳେ ଅର୍ଥାତ୍ ୭ ଅକ୍ଟୋବର ୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଜୀ ଶପଥ ଗ୍ରହଣ କରି ଶାସନ ମୁଖ୍ୟ ଭାବେ ଦେଶସେବାର ସଂକଳ୍ପ ନେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜକୁ ଶାସକ ନୁହେଁ, ବରଂ ୧୪୦ କୋଟି ଜନସାଧାରଣଙ୍କ “ପ୍ରଧାନ ସେବକ’ ଭାବେ ସମର୍ପିତ କରିଛନ୍ତି । ପ୍ରଥମ ୧୩ ବର୍ଷ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଗତ ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ ନିରବଚ୍ଛିନ୍ନ ସେବା ମାଧ୍ୟମରେ ସେ ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ନିର୍ଣ୍ଣାୟକ ରାଷ୍ଟ୍ରରେ ପରିଣତ କରିଛନ୍ତି । ଗତ ସେପ୍େଟମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ରେ ଓଡ଼ିଶାବାସୀ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଛନ୍ତି । ‘ଆଶୀର୍ବାଦ କି ଦିୟା’ କାର୍ଯ୍ୟକ୍ରମରେ ରାଜ୍ୟବାସୀ ୧ କୋଟି ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା କରିଥିଲେ । ୮,୮୧୦ ୟୁନିଟ୍ ରକ୍ତ ସଂଗ୍ରହ କରି ଦେଶରେ ଏକ ନୂତନ ରେକର୍ଡ ସୃଷ୍ଟି କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ “ଜନସେବା ହିଁ ମାନବ ସେବା, ଏବଂ ମାନବ ସେବା ହିଁ ମାଧବ ସେବା’ ଚିନ୍ତାଧାରାକୁ ପାଥେୟ କରି କାର୍ଯ୍ୟକାରୀ ହେଉଥିବା ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ସ୍ୱଚ୍ଛ ଭାରତ ଭଳି ପ୍ରମୁଖ ଯୋଜନାଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଓଡ଼ିଶାରେ ଡବଲ୍-ଇଞ୍ଜିନ୍ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ବିକାଶ ପ୍ରକ୍ରିୟା ଦ୍ରୁତଗତିରେ ଆଗେଇ ଚାଲିଛି ।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ‘କେଜି ରୁ ପିଜି’, ‘ଆୟୁଷ୍ମାନ ଭାରତ’ ଏବଂ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’, ‘ସୁଭଦ୍ରା ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଓ ‘ଅନ୍ତୋଦୟ ଗୃହ’ ଯୋଜନା, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’, ‘ପିଏମ୍-କିଷାନ’ ଓ ‘ସିଏମ୍-କିଷାନ’ ଭଳି ପ୍ରମୁଖ ଯୋଜନାଗୁଡିକର ସଫଳତା ଉପସ୍ଥାପନ କରିଥିଲେ । ବିକଶିତ ଓଡ଼ିଶାରୁ ବିକଶିତ ଭାରତପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ ୨୦୪୭’ ସଂକଳ୍ପକୁ ସାକାର କରିବା ପାଇଁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କ ପ୍ରଥମ ଓ ମୁଖ୍ୟ ଲକ୍ଷ୍ୟ । ସରକାରଙ୍କ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଖରେ ପହଞ୍ଚିପାରିବ, ସେଥିପାଇଁ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକର୍ତ୍ତା ଓ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ପରେ ନୂତନ ବସଷ୍ଟାଣ୍ଡ ନିକଟସ୍ଥ ଛକରେ ସେବା ଜ୍ୟୋତି ସ୍ଥାପନା କରିଥିଲେ । ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡଜେନା, ଜିଲ୍ଲା ପ୍ରଭାରୀ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ରାଜ୍ୟ ସହ ପ୍ରଭାରୀ ଡ.ସ୍ୱଦେଶ ସିଂହ, ସାଂସଦ ଭତ୍ତୃହରି ମହତାବ ଓ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି କଟକଠାରେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଓ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ବଲାଙ୍ଗୀରରେ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ସାଂସଦ ଡା.ସମ୍ବିତ ପାତ୍ର ପୁରୀରେ; କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସୁନ୍ଦରଗଡରେ; ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଝାରସୁଗୁଡାରେ; ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଓ ସାଂସଦ ଡ.ବିଭୁପ୍ରସାଦ ତରାଇ ଜଗତସିଂହପୁରେ; ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାରେ; ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଓ ସାଂସଦ ରବିନାରାୟଣ ବେହେରା ଯାଜପୁରରେ; ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ଇଂ.ଗଣେଷ ରାମ ସିଂହ ଖୁଂଟିଆ ଓ ସାଂସଦ ନବଚରଣ ମାଝୀ ମୟୁରଭଂଜରେ; ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଂସଦ ଶ୍ରୀ ଅଭିମନୁ୍ୟ ସେଠୀ ଭଦ୍ରକରେ; ମନ୍ତ୍ରୀ ରବି ନାଏକ ସମ୍ବଲପୁରରେ; ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁରରେ; ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ବ୍ରହ୍ମପୁରରେ; ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳରେ; ସାଂସଦ ଅନନ୍ତ ନାୟକ କେନ୍ଦୁଝରରେ; ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରାଧନ ଏବଂ ଶ୍ରୀ ରୁଦ୍ରନାରାୟଣ ପାଣି ଅନୁଗୋଳରେ; ସାଂସଦ ଶ୍ରୀମତୀ ମାଳବିକା ଦେବୀ କଳାହାଣ୍ଡିରେ; ସାଂସଦ ଶ୍ରୀ ବଳଭଦ୍ର ମାଝୀ ମାଲକାନଗିରିରେ; ସାଂସଦ ସୁଜିତ୍ କୁମାର କୋରାପୁଟରେ; ସାଂସଦ ସୁକାନ୍ତ ପାଣିଗ୍ରାହୀ କନ୍ଧମାଳରେ; ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ବରଗଡରେ; ସାଂସଦ ଦେବାଶିଷ ସାମନ୍ତରାୟ ନୟାଗଡରେ, ସାଂସଦ ଶ୍ରୀ ପତାପ ଷଡଙ୍ଗୀ ବାଲେଶ୍ୱରରେ, ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ ବୈ÷ାଦ୍ଧରେ; ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂବିଶେଶ୍ୱର ଟୁଡୁ ଗଜପତିରେ ଅନୁଷ୍ଠିତ ‘ବିକଶିତ ଭାରତ ସଂକଳ୍ପ ସଭା’ ଏବଂ ‘ସେବା ଜ୍ୟୋତି ଯାତ୍ରା’ରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସହପ୍ରଭାରୀ ଡ.ସ୍ୱଦେଶ ସିଂହ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ।

 

Ad2
Leave A Reply