Odisha news

ନୂଆଦିଲ୍ଲୀକୁ ଆହୁରି ଦୁଇଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍

0
√ ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା-ରାଉରକେଲା ମାର୍ଗଦେଇ ଭୁବନେଶ୍ୱର ଓ ଆନନ୍ଦ ବିହାର ସାପ୍ତାହିକ ବିଶେଷ ଟ୍ରେନ |

√ ବାଲେଶ୍ୱର ଓ ଆଦ୍ରI ମାର୍ଗ ଦେଇ ଭୁବନେଶ୍ୱର ଓ ନୂଆଦିଲ୍ଲୀ ସାପ୍ତାହିକ ଦୁରନ୍ତ ବିଶେଷ ଟ୍ରେନ |

ନିମ୍ନଲିଖିତ ଅନୁଯାୟୀ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା-ରାଉରକେଲା ମାର୍ଗଦେଇ ଭୁବନେଶ୍ୱର ଓ ଆନନ୍ଦ ବିହାର ସାପ୍ତାହିକ ବିଶେଷ ଟ୍ରେନ
02813 ଭୁବନେଶ୍ୱର-ଆନନ୍ଦ ବିହାର ସାପ୍ତାହିକ ବିଶେଷ ଟ୍ରେନ ଭାୟା ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା-ରାଉରକେଲା  ଅକ୍ଟୋବର ମାସ ୧୭ ତାରିଖ ଠାରୁ ପ୍ରତି ଶନିବାର ଅପରାହ୍ନ ୧୨ଘ.୪୫ମି.ରେ ଭୁବନେଶ୍ୱରରୁ ଛାଡି ତା’ ପରଦିନ ରାତ୍ର ୮ଘ.୫୦ମି.ରେ ଆନନ୍ଦ ବିହାର ଠାରେ ପହଞ୍ଚିବ | ଫେରିବା ମାର୍ଗରେ ୦୨୮୧୪ ଆନନ୍ଦ ବିହାର-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ ଅକ୍ଟୋବର ମାସ ୧୯ ତାରିଖ ଠାରୁ ଆନନ୍ଦ ବିହାରରୁ ପ୍ରତି ସୋମବାର ସକାଳ ୭ଘ.୦୫ମି.ରେ ଛାଡି ଭୁବନେଶ୍ୱର ଠାରେ ତା’ପରଦିନ ଅପରାହ୍ନ ୪ଘ.୧୫ମି.ରେ ରେ ପହଞ୍ଚିବ |

ଏହି ଟ୍ରେନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଗୋଟିଏ ଏସି-୨ ଟାୟାର, ପାଞ୍ଚଟି ଏସି -3 ଟାୟାର, ଆଠଟି ସ୍ଲିପର କ୍ଲାସ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଭୁବନେଶ୍ୱର ଓ ଆନନ୍ଦ ବିହାର ମଧ୍ୟରେ ଉଭୟ ପାର୍ଶ୍ୱରୁ ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା, ରାଉରକେଲା, ଚକ୍ରଧରପୁର, ମୁରି, ବୋକାରୋ ଷ୍ଟିଲ ସିଟି, ଚନ୍ଦ୍ରପୁରା, ଏନଏସସି ଗୋମୋ, କୋଦରମା, ଗୟା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ, ପ୍ରୟାଗରାଜ ଓ କାନପୁର ସେଣ୍ଟ୍ରାଲ୍ ଷ୍ଟେସନ ମାନଙ୍କରେ ରହଣି କରିବ |

ବାଲେଶ୍ୱର ଓ ଆଦ୍ରI ମାର୍ଗ ଦେଇ ଭୁବନେଶ୍ୱର ଓ ନୂଆଦିଲ୍ଲୀ ସାପ୍ତାହିକ ଦୁରନ୍ତ ବିଶେଷ ଟ୍ରେନ |

02209 ଭୁବନେଶ୍ୱର-ନୂଆଦିଲ୍ଲୀ ସାପ୍ତାହିକ ଦୁରନ୍ତ ବିଶେଷ ଟ୍ରେନ ଭାୟା ବାଲେଶ୍ୱର ଓ ଆଦ୍ରI ଅକ୍ଟୋବର ମାସ ୨୧ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରାତଃ ବୁଧବାର ସକାଳ ୦୭ଘ.୪୦ମି.ରେ ଭୁବନେଶ୍ୱରରୁ ଛାଡି ତା’ପରଦିନ ସକାଳ ୬ଘ.୨୫ମି.ରେ ନୂଆଦିଲ୍ଲୀ ଠାରେ ପହଞ୍ଚିବ | ଫେରିବା ମାର୍ଗରେ 02210 ନୂଆଦିଲ୍ଲୀ-ଭୁବନେଶ୍ୱର ସାପ୍ତାହିକ ଦୁରନ୍ତ ବିଶେଷ ଟ୍ରେନ ଅକ୍ଟୋବର ମାସ ୨୨ ତାରିଖ ଠାରୁ ନୂଆଦିଲ୍ଲୀ ରୁ ପ୍ରତି ଗୁରୁବାରଅପରାହ୍ନ ୧୨ଘ.୫୫ମି.ରେ ଛାଡି ତା’ପରଦିନ ପୂର୍ବାହ୍ନ ୧୧ଘ.୧୫ମି.ରେ ଭୁବନେଶ୍ୱର ଠାରେ ପହଞ୍ଚିବ |

ଏହି ଟ୍ରେନ ରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଗୋଟିଏ ଏସି-୨ ଟାୟାର, ପାଞ୍ଚଟି ଏସି -3 ଟାୟାର, ଆଠଟି ସ୍ଲିପର କ୍ଲାସ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଲେଶ୍ୱର, ଆଦ୍ରI, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ଓ କାନପୁର ସେଣ୍ଟ୍ରାଲ୍ ଷ୍ଟେସନ ମାନଙ୍କରେ ରହଣି କରିବ |  

Leave A Reply