ନୂଆଦିଲ୍ଲୀ : ଯଦି ଆପଣ ରେଳ ରେ ଯାତ୍ରା କରୁଛନ୍ତି ତ ଆପଣଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କୁ ଅଚାନକ ଯାତ୍ରା କରିବାର ଅଛି ଓ ଆପଣଙ୍କ ନିକଟରେ ଟିକେଟ ନାହିଁ ତେବେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ । କାହିଁକି ନା ଆପଣ ବର୍ତ୍ତମାନ୍ ବିନା ରିଜର୍ଭ ଭେସନ୍ ରେ ଯାତ୍ରା କରିପାରିବେ । ପୂର୍ବରୁ କେବଳ ବିକଳ୍ପ ରେ ତତ୍କାଳ ଟିକେଟ ହିଁ ବିକଳ୍ପ ଥିଲା । କିନ୍ତୁ ବର୍ତ୍ତମାନ୍ ଆପଣଙ୍କୁ ରେଳବାଇ ର ଏହି ନିୟମକୁ ଜାଣିବାକୁ ହେବ ଯାହା ଦ୍ଵାରା ଆପଣ ବିନା ରିଜର୍ଭ ଭେଶନ୍ ରେ ଯାତ୍ରା କରି ପାରିବେ ।
କଣ ରହିଛି ନିୟମ –
ରେଳବାଇ ର ନୂଆ ନିୟମ ଅନୁସାରେ ଯଦି ଆପଣ ରିଜର୍ଭ ଭେଶନ କରାଇ ନାହାନ୍ତି ଓ ଆପଣଙ୍କୁ ହଟାତ୍ କୁ କୌଣସି ସ୍ଥାନକୁ ଯାତ୍ରା କରିବାର ଅଛି ତେବେ ଆପଣ ପ୍ଲାଟଫର୍ମ ଟିକେଟ ନେଇ ଯାଇ ପାରିବେ । ଆପଣ ଟ୍ରେନ ରେ ଚଢ଼ିବା ପରେ ଟିକେଟ କଲେକ୍ଟର ଙ୍କ ନିକଟକୁ ଯାଇ ଟିକେଟ ମଧ୍ୟ କରି ପାରିବେ । ଏହି ନିୟମ ଭାରତୀୟ ରେଳ ପକ୍ଷରୁ ପ୍ରସ୍ତୁତ ହୋଇଛି । ସେଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ନେଇ TTE ଙ୍କ ନିକଟକୁ ଯିବାକୁ ପଡିବ । TTE ଆପଣଙ୍କ ଗନ୍ତବ୍ୟ ସ୍ଥଳୀ ପର୍ଯ୍ୟନ୍ତ ଟିକେଟ କରିବେ ।
ଯଦି ଟ୍ରେନ ରେ ସିଟ ଖାଲି ନଥିବ ତେବେ TTE ଆପଣଙ୍କୁ ସିଟ୍ ଦେଇ ପାରିବ ନାହିଁ , କିନ୍ତୁ ଯାତ୍ରା କରିବାରୁ ଅଟକାଇ ପାରିବ ନାହିଁ । ନଚେତ୍ ଯଦି ଆପଣଙ୍କ ନିକଟରେ ରିଜର୍ଭ ଭେସନ ନାହିଁ ତେବେ ଆପଣ ୨୫୦ ଟଙ୍କା ପେନାଲ୍ଟି ଦେଇ ଆପଣଙ୍କ ଯାତ୍ରାର ସମ୍ପୂର୍ଣ୍ଣ ପଇସା ଦେଇ ଯାତ୍ରା କରି ପାରିବେ ।
ଯଦି ଆପଣ ଟ୍ରେନ କୌଣସି କାରଣ ବଶତ ଛାଡ଼ି ଦେଲେ ତେବେ TTE ଆଗକୁ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ ଆପଣଙ୍କ ସିଟ କାହାକୁ ଦେଇ ପାରିବ ନାହିଁ । ଏହାର ଅର୍ଥ ଆସନ୍ତା ଦୁଇଟି ଷ୍ଟେସନ ପୂର୍ବୁରୁ ଆପଣ ପହଞ୍ଚି ନିଜର ଯାତ୍ରା ପୁରା କରି ପାରିବେ । କିନ୍ତୁ ଧ୍ୟାନରେ ରଖିବେ ଯେ ଦୁଇଟି ଷ୍ଟେସନ ପରେ TTE RAC ବ୍ୟକ୍ତିଙ୍କୁ ଆପଣଙ୍କ ସିଟ୍ ଦେଇଦେବେ ।
Comments are closed.