Odisha news

ଶିଳ୍ପା ସେଟ୍ଟୀ ଆରମ୍ଭ କଲେ ସୁପର ଡ୍ୟାନ୍ସର ଶୋର ସୁଟିଂ , ଖୁବ ଶୀଘ୍ର ଟିଭି ରେ ଆସିବେ ନଜର

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଡ୍ୟାନ୍ସ ରିଆଲିଟି ଶୋ ସୁପର ଡ୍ୟାନ୍ସର ଚାପ୍ଟର ୪ ର ଜଜ ଅଟନ୍ତି l ଶିଳ୍ପା ଏହି ଶୋ ରୁ କିଛିଦିନ ପାଇଁ ବ୍ରେକ ନେଇଥିଲେ l ଏହି ଅଭିନେତ୍ରୀ ଜଣଙ୍କ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫ ହେବାକୁ ନେଇ ଶୋ କିଛିଦିନ ପାଇଁ ବ୍ରେକ ନେଇଥିଲେ l କିଛିଦିନ ପୂର୍ବରୁ ତାଙ୍କ ସହଯୋଗୀ ଜଜ ଅନୁରାଗ ବାସୁ କହିଥିଲେ ଯେ ସେ କିପରି ଶିଳ୍ପା ଙ୍କୁ ମନେ ପକାଉଛନ୍ତି l ଗଣମାଧ୍ୟମ ସୂଚନା ଅନୁସାରେ ଶିଳ୍ପା ଯଥାଶୀଘ୍ର ଶୋ କୁ ଫେରିବେ l

ଶିଳ୍ପା ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି ମାମଲାରେ ଗିରଫ ହେବାପରେ ଶୋରୁ ଓ ଗଣମାଧ୍ୟମ ଠାରୁ ଦୁରେଇ ରହିଥିଲେ l ଜୁଲାଇ ୨୦ ତାରିଖରୁ ଶୋ ର ସୁଟିଂ ଛାଡି ଦେଇଥିଲେ l ପାଖାପାଖି ଗୋଟିଏ ମାସ ପରେ ଶିଳ୍ପା ଆଉଥରେ ସୁଟିଂ ଆରମ୍ଭ କରିଛନ୍ତି l ଶୋ ର ନିର୍ମାତା କହିଥିଲେ ଯେ ଆମେ ଶିଳ୍ପା ଙ୍କୁ ଖୁବ ମିସ କରୁଥିଲୁ l ଆମେ ସମସ୍ତେ ଗୋଟିଏ ଛୋଟ ପରିବାର ,ଯେତେବେଳେ ଜଣେ ପରିବାର ସଦସ୍ୟ ଅନୁପସ୍ଥିତ ଥାଏ ସେତେବେଳେ ତାର କମି ସମସ୍ତେ ଅନୁଭବ କରି ଥାଆନ୍ତି l

କିଛିଦିନ ପୂର୍ବରୁ ସୁପର ଡ୍ୟାନ୍ସର ଶୋ ରେ ଶିଳ୍ପାଂକ ସ୍ଥାନରେ କରିସ୍ମା କପୁର , ସୋନାଲି ବିନ୍ଦ୍ରେ ଓ ରିତେଶ ଜେନେଲିଆ ଦେଖା ଦେଇଥିଲେ l କିନ୍ତୁ ତାଙ୍କ ସ୍ଥାନ ସେହିଭଳି ଖାଲି ରହିଥିଲା l

Shares