ବିଶେଷ ସୂଚନା : ପୂର୍ବତଟ ରେଳପଥ ମଧ୍ୟଦେଇ ଯାଉଥିବା ପୁରୀ ଠାରୁ ଇନ୍ଦୋର ଓ ହାଓଡ଼ା – କନ୍ୟାକୁମାରୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବାକୁ ରେଳବାଇ ପକ୍ଷରୁ ନିଷ୍ପତି ଗ୍ରହଣ
ପୁରୀ – ଇନ୍ଦୋର ବିଶେଷ ଟ୍ରେନ
23 ମାର୍ଚ୍ଚ ଠାରୁ ଇନ୍ଦୋରରୁ 09371 ଇନ୍ଦୋର-ପୁରୀ ସ୍ପେଶାଲ୍ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୩ ଘଟିକାରେ ଛାଡି ତା’ପରଦିନ ସନ୍ଧ୍ୟା ୬ଘ.୪୫ମି.ରେ ପୁରୀରେ ପହଞ୍ଚିବ | ଫେରିବା ସମୟରେ 25 ମାର୍ଚ୍ଚ, 2021 ଠାରୁ ପୁରୀରୁ 09372 ପୁରୀ-ଇନ୍ଦୋର ସ୍ପେଶାଲ୍ ପ୍ରତ୍ୟେକ ଗୁରୁବାର (ବୁଧବାର ମଧ୍ୟରାତ୍ରି) 0030 ଘଣ୍ଟାରେ ଛାଡି ତା’ପରଦିନ ଭୋର ୫ଘ.୪୦ମି.ରେ ଇନ୍ଦୋରରେ ପହଞ୍ଚିବ l ଏହି ଟ୍ରେନ ରେ 10 ଏସି 3 ଟାୟାର୍ କୋଚ୍, 06 ସ୍ଲିପର୍ କ୍ଲାସ୍ କୋଚ୍, 02 ଗାର୍ଡ କମ ଲଗେଜ୍ ଭ୍ୟାନ୍ ଏବଂ ଗୋଟିଏ ପ୍ୟାଣ୍ଟ୍ରି କାର୍ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ଇନ୍ଦୋର ମଧ୍ୟରେ ପୂର୍ବତଟ ରେଳପଥ ପରିସୀମାରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ୍ ଠାରେ ରହଣି କରିବାକୁ ଥିବାବେଳେ ନିର୍ଧାରିତ ମାର୍ଗରେ ବିଳାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ଗୋଣ୍ଡିଆ, ନାଗପୁର, ଇଟାର୍ସି, ଭୋପାଳ ଏବଂ ଦେୱାସ ଇତ୍ୟାଦି ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବ |
ହାଓଡ଼ା-କନ୍ୟାକୁମାରୀ ବିଶେଷ ଟ୍ରେନ
ଏପ୍ରିଲ ମାସ ୩ ତାରିଖରୁ କନ୍ୟାକୁମାରୀ ଠାରୁ 02666 କନ୍ୟାକୁମାରୀ-ହାଓଡ଼ା ବିଶେଷ ଟ୍ରେନ ପ୍ରତ୍ୟେକ ଶନିବାର ଦିନ ସକାଳ ୫ଘ.୩୦ମି.ରେ ଛାଡି ହାଓଡ଼ା ଠାରେ ତା’ପରଦିନ ରାତ୍ର ୧୧ଘ.୫୫ମି.ରେ ପହଞ୍ଚିବ | ଫେରିବା ଦିଗରେ, 5 ଏପ୍ରିଲ୍, 2021 ରୁ ହାଓଡ଼ା ଠାରୁ ୦୨୬୬୫ ହାଓଡ଼ା-କନ୍ୟାକୁମାରୀ ସ୍ପେଶାଲ୍ ପ୍ରତ୍ୟେକ ସୋମବାର ଅପରାହ୍ନ ୪ଘ.୨୫ମି.ରେ ଛାଡି ବୁଧବାର ଦିନମାନଙ୍କରେ ପୂର୍ବାହ୍ନ ୧୦ଘ.୫୦ମି. ସମୟରେ କନ୍ୟାକୁମାରୀରେ ପହଞ୍ଚିବ |
ଏହି ଟ୍ରେନ ପୂର୍ବତଟ ରେଳପଥ ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବିଶାଖାପାଟନମ୍ ଠାରେ ରହଣି କରିବାକୁ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ହାଡ ଓ କନ୍ୟାକୁମାରୀ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ | ଏହି ଟ୍ରେନ ରେ 10 ଟି ସ୍ଲିପର୍ କ୍ଲାସ୍ କୋଚ୍, 04 ଏସି 3 ଟାୟାର୍ କୋଚ୍, ଗୋଟିଏ ଏସି 2 ଟାୟାର୍ କୋଚ୍, ଦୁଇଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ଦୁଇଟି ଗାର୍ଡ କମ ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି |
Comments are closed.