Odisha news

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଓ କାର୍ମିକ ବିଭାଗ ମିଳିତ ଭାବରେ ଆଜି ରେଳବିହାର ସ୍ଥିତ କମ୍ୟୁନିଟି ହଲ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୧୧ ପାଳନ କରାଯାଇଅଛି |

ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ମେଡିକାଲ ନିର୍ଦ୍ଦେଶକ ଡକ୍ଟର ରୁପା କପିଲ ରେଳବାଇ ମହିଳା କର୍ମଚାରୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପ୍ରତ୍ୟେକ ମହିଳା ନିଜର ଅନ୍ତର୍ନିହିତ ଶକ୍ତି ଜାଣିବା ସହିତ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ସମସ୍ୟାର ମୁକାବିଲା କରିବା ଉଚିତ |  ଅନ୍ୟମାନଙ୍କ ମଧ୍ୟରେ ଓଡିଶାର ବିଶିଷ୍ଟ ସମାଜସେବୀ ଡକ୍ଟର ସ୍ମୃତି ମହାପାତ୍ର, ରେଳପଥର ମୁଖ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ଅରୁନ୍ଧତୀ ସେନାପତି ଏବଂ ପ୍ରମୁଖ ସାଙ୍କେତିକ ଓ ଟେଲି ଯୋଗାଯୋଗ ଯନ୍ତ୍ରୀ ଶ୍ରୀମତୀ ଏସ. ମାଙ୍ଗଭୀ ଏହି ଅବସରରେ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ |  ରେଳବାଇ ସୁରକ୍ଷା ବଳ ମହିଳା ଜବାନଙ୍କ ସହିତ ୧୦ ଜଣ ରେଳବାଇ କର୍ମଚାରୀ ମାନଙ୍କୁ ଏହି ଅବସରରେ କୋଭିଡ ସମୟରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପର ସେବା ପାଇଁ ପୁରସ୍କୃତ କରାଯାଇଥିଲା |

ସେହିପରି ମଞ୍ଚେଶ୍ୱରସ୍ଥିତ ରେଳବାଇ ସଵାରୀଡବା ମରାମତି କାରଖାନା ଠାରେ ମଧ୍ୟ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା  |  ଏହି ଦିବସକୁ ସ୍ମରଣୀୟ କରିବାପାଇଁ ମହିଳା କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିବାବେଳେ ଏକ ସେମିନାର ମଧ୍ୟ ଆୟୋଜନ କରାଯାଇଥିଲା  |   05 ମହିଳା କର୍ମଚାରୀ ଯେଉଁମାନେ COVID-19 ଲକଡାଉନ୍ ସମୟରେ କଠିନ ପରିଶ୍ରମ କରି କର୍ମଚାରୀଙ୍କ ପାଇଁ ମାସ୍କ ପ୍ରସ୍ତୁତ କରୁଥିଲେ ସେମାନଙ୍କୁ ସାର୍ଟିଫିକେଟ୍ ଏବଂ ନଗଦ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା | 06 ମହିଳା କର୍ମଚାରୀଙ୍କୁ ପ୍ରବନ୍ଧ ଏବଂ କୁଇଜରେ ମେରିଟ୍ ସାର୍ଟିଫିକେଟ୍ ଏବଂ ନଗଦ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା l

ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ମୁଖ୍ୟାଳୟ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ସହିତ ବିଭିନ୍ନ ରେଳ ଷ୍ଟେସନ ଠାରେ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା  l
Nalco
Leave A Reply