ବୋରିଗୁମ୍ମା(କେ.ସାକିଲି ଦୋରା) :-ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ତରାଭଟ୍ଟା ସ୍ଥିତ କିଶୋରଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ମହାପାତ୍ରଙ୍କ ଅଧକ୍ଷତାରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନାରୀଙ୍କୁ ଉଚିତ ସମ୍ମାନ ଏବଂ ଅଧିକାର ସମାଜର କର୍ତ୍ତବ୍ୟ ବୋଲି ନିଜର ଅଭିଭାଷଣରେ କହିଥିଲେ ।
ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ତଥା ଓଡ଼ିଆ ଅଧ୍ୟାପକ ସରୋଜ କୁମାର ପ୍ରହରାଜ ପରିଚଳନା କରିବା ସହିତ ବେଦ, ପୁରାଣ,କବିତା,ଲୋକସଂସ୍କୃତିରେ ନାରୀର ଭୂମିକାକଥା ଦର୍ଶାଇଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ନରହରି ହରିଜନ ଏହି ଦିନ ପାଳନ କରିବାର ଉଦେଶ୍ୟ ଏବଂ ଲକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ଚତୁର୍ଥଶ୍ରେଣୀ କର୍ମଚାରୀ ସୁଶାନ୍ତ ଦୋରା ଏବଂ ଧନୁର୍ଯ୍ୟୟ ପାଇକ ସହଯୋଗ କରିଥିଲେ ।ସେହିଭଳି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି।
