ରାହୁଲ ଗାନ୍ଧୀ ପୁଣି ଦେଲେ ବିଜେପି ବିପକ୍ଷରେ ବୟାନ : କହିଲେ ବିଜେପି ଓ ସଂଘ ପରିବାର ହିନ୍ଦୁ ନୁହନ୍ତି କରୁଛନ୍ତି ଧର୍ମର ଦଲାଲି
ନୂଆଦିଲ୍ଲୀ : କଂଗ୍ରେସ ପାର୍ଟି ର ପୂର୍ବ ଅଧକ୍ଷ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କୁ ହିନ୍ଦୁ ଦେବଦେବୀ ଙ୍କର ଦଲାଲି କରୁଥିବାର ଆରୋପ ଲଗାଇଛନ୍ତି l ମହିଳା କଂଗ୍ରେସ ର ଗୋଟିଏ କାର୍ଯ୍ୟକ୍ରମ ରେ ଭାଷଣ ଦେଉଥିବା ବେଳେ ଏହି ମତ ଦେଇଛନ୍ତି l ରାହୁଲ ଏହା ମଧ୍ୟ କହିଥିଲେ ଯେ ବିଜେପି ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଦେଇନାହିଁ l
ସେ ଆହୁରି ମଧ୍ୟ ଦାବି କରିଥିଲେ ଯେ ବିଜେପି ଓ ଆରଏସଏସ ମହିଳା ମାନଙ୍କ ସ୍ୱରକୁ ଚାପି ବାକୁ ଚେଷ୍ଟା କରୁଛନ୍ତି l ସେ ଆହୁରି ମଧ୍ୟ ମଧ୍ୟ କହିଛନ୍ତି ଯେ ବିଜେପି ଲକ୍ଷ୍ମୀ ଙ୍କ ଶକ୍ତି ଓ ଦୁର୍ଗା ଙ୍କ ଶକ୍ତି କୁ ଆକ୍ରମଣ କରୁଛି l ସେମାନେ ନିଜକୁ ହିନ୍ଦୁ ବୋଲି ଦାବି କରି ଲକ୍ଷ୍ମୀ ଓ ଦୁର୍ଗାଙ୍କୁ ଅପମାନିତ କରୁଛନ୍ତି l ବିଜେପି ବିପକ୍ଷରେ ବୟାନ ଦେଇ କହିଥିଲେ ଯେ ସେମାନେ କହୁଛନ୍ତି ସେମାନେ ହିନ୍ଦୁ ବୋଲି କିନ୍ତୁ କିନ୍ତୁ ଏମାନେ ହିନ୍ଦୁ ଧର୍ମକୁ ବ୍ୟବହାର କରୁଛନ୍ତି l କଂଗ୍ରେସ ନେତାଙ୍କ ଅନୁସାରେ ବିଜେପି ଓ ଆରଏସଏସ ଲୋକ ମାନଙ୍କ ମଧ୍ୟରେ ଭୟ ଜାଗ୍ରତ କରିଛନ୍ତି l
ତାଙ୍କୁ କୃଷକ ଡରୁଛନ୍ତି , ମହିଳା ଡରୁଛନ୍ତି ,କାରଣ ଆରଏସଏସ ମହିଳା ଶକ୍ତିକୁ ଦବେଇବାକୁ ଚେଷ୍ଟା କରୁଛି l ରାହୁଲ କହିଥିଲେ ଯଦି ଗତ ୧୦୦ -୨୦୦ ବର୍ଷ ମଧ୍ୟରେ କୌଣସି ଗୋଟିଏ ବ୍ୟକ୍ତି ହିନ୍ଦୁ ଧର୍ମକୁ ଠିକ ରେ ବୁଝିଛି ସେ ହେଉଛନ୍ତି ମହାତ୍ମା ଗାନ୍ଧୀ l ଏହାକୁ ଆମେ ସମସ୍ତେ ଓ ବିଜେପି ଆରଏସଏସ ମଧ୍ୟ ଗ୍ରହଣ କରିବେ l କଂଗ୍ରେସ ର ବିଚାରଧାରା ଗାନ୍ଧୀଙ୍କ ବିଚାରଧାରା l ମୋଦି ଓ ତାଙ୍କ ଦଳ ସବୁବେଳେ ସତ୍ୟ ଠାରୁ ଦୁରେଇ ରୁହନ୍ତି କିନ୍ତୁ କଂଗ୍ରେସ ସତ୍ୟକୁ ନେଇ ସାଙ୍ଗରେ ଚାଲେ l
Comments are closed.