ବର୍ତମାନ ଦେଶରେ ବିହାର ନିର୍ବାଚନ ସରଗରମ, ପ୍ରତ୍ୟେକ ଦିନ ବିହାର ନିର୍ବାଚନ କୁ ନେଇ କିଛିନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି, ମିଳିଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଜାଣିଶୁଣି ବିହାର ନିର୍ବାଚନ ରୁ ଦୁରେଇ ରହୁଛନ୍ତି, ଭୋଟର ଅଧିକାର ଯାତ୍ରା ପରେ ରାହୁଲ ଗାନ୍ଧୀ ବିହାର ଯାଇ ନାହାନ୍ତି, ବିଦେଶ ଗସ୍ତରୁ ଫେରିବା ପରେ ମଧ୍ୟ ବିହାର ଗସ୍ତରେ ଯାଇ ନାହାନ୍ତି, ନେତା ଚାହୁଁଛନ୍ତି ଯେ ଟିକେଟ ଭଗବାଣ୍ଟା କୁ ନେଇ କଂଗ୍ରେସ ଆରଜେଡି ସାମ୍ନାରେ ତାଳମେଳ ଖାଉନାହିଁ l
ତେଜସ୍ୱୀ ଯାଦବ ଯେତେବେଳେ ନୀତିଶ କୁମାର ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ବିଜେପି କୁ ପ୍ରଶ୍ନ ପଚାରିଥିଲେ ଠିକ ସେତିକିବେଳେ ବିଜେପି ମଧ୍ୟ ମହାଗଠବନ୍ଧନ ର ପୋଷ୍ଟର ରୁ ରାହୁଲ କାହିଁକି ଗାୟବ ବୋଲି ପ୍ରଶ୍ନ କରିଥିଲା, ଏବଂ ଏହା କଂଗ୍ରେସ ର କୌଣସି ନୂଆ ରଣନୀତି ବୋଲି ପ୍ରଶ୍ନ ଉଠୁଛି l ବର୍ତମାନ ବିହାର ରାଜନୀତି ରେ ତେଜସ୍ୱି ଯାଦବ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଆଲୋଚନା ଚାଲିଛି, ଠିକ ଏହି ସମୟରେ ତେଜସ୍ୱି ଙ୍କ ଚେହେରା ପୋଷ୍ଟର ରେ ଦେଖାଯାଉଥିବା ବେଳେ ରାହୁଲ ସମ୍ପୂର୍ଣ ପୋଷ୍ଟର ରୁ ଗାୟବ ଅଛନ୍ତି l
ତେଜସ୍ୱି ଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କୁହାଯିବାରେ ମଧ୍ୟ କଂଗ୍ରେସ ଆଦୌ ଖୁସି ନାହିଁ, ପୁଣି ସେଠି ରାହୁଲ ଗାୟବ, ବୈଠକ ପୂର୍ବରୁ ତେଜସ୍ବୀଙ୍କ ବ୍ୟତୀତ ଆଉ କେହି ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରିବେ ନାହିଁ ବୋଲି ମଧ୍ୟ ଆରଜେଡି ପକ୍ଷରୁ କୁହ ସାରିଥିଲା l କିନ୍ତୁ ମିଳିଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଲଗାତାର ଦିଲ୍ଲୀ ରୁ ଏହି ମାମଲା କୁ ତଦାରଖ କରୁଛନ୍ତି , ବିହାର ରୁ ଦୁରେଇ ରହି ମଧ୍ୟ ପ୍ରତ୍ୟେକ ସିଟ ର ଅପଡେଟ ରହିଛି l