Odisha news

ରାହୁ -କେତୁ ଙ୍କ ପ୍ରଭାବ ଦେଇଥାଏ ଜୀବନ ରେ ଏହି ସଂକେତ, ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ

0

ଜ୍ୟୋତିଷ ଶାସ୍ତ୍ର ର ଆମ ଜୀବନ ରେ ଖୁବ ମାନ୍ୟତା ରହିଛି , ଯାହାକୁ ଆମେ ଅନେକ ସମୟ ରେ ଜାଣିପାରି ନଥାଉ l ଏବଂ ଅଧିକାଂଶ ସମୟ ରେ ମଧ୍ୟ ଜାଣି କି ଅଣଦେଖା କରିଦେଇ ଥାଉ l ସେହିଭଳି ରାହୁ ଓ କେତୁ ଙ୍କ ପ୍ରଭାବ ରୁ ଅଚାନକ ଜୀବନ ରେ ଅନେକ ଘଟଣା ଦୁର୍ଘଟଣା ଘଟିଥାଏ l ଏହାକୁ ଆମେ ନିହାତି ଜାଣିବା ଜରୁରୀ l

– ରାହୁ ର ଅଶୁଭ ପ୍ରଭାବ ରୁ ମନରେ ବିଭିନ୍ନ କଳ୍ପନା ଜଳ୍ପନା, ଆଇଡ଼ିଆ, ଖରାପ ସ୍ଵପ୍ନ , ଅଚାନକ ଭାବରେ ଚମକିବା , ମାନସିକ ରୋଗ, ମାନସିକ ଉତେଜନା ପ୍ରଭୃତି ଦେଖା ଯାଇଥାଏ l

– ରାହୁ ଅଚାନକ ଭାବରେ ଘଟୁଥିବା ଘଟଣା କୁ ଜନ୍ମ ଦେଇଥାଏ l ଯେପରିକି ଆଘାତ ଲାଗିବା, ଶତ୍ରୁତା, ତନ୍ତ୍ର ବିଦ୍ୟା ପ୍ରତି ମନବଳାଇବା, ଜେଲ୍ ଦଣ୍ଡ ଭୋଗିବା ଇତ୍ୟାଦି ହୋଇଥାଏ l

– କେତୁ ଙ୍କ କାରଣରୁ ପରିସ୍ରା ଜନିତ ରୋଗ, ଗଣ୍ଠି ରେ ଯନ୍ତ୍ରଣା, ସନ୍ତାନ ଉତ୍ପତି ରେ ଅସୁବିଧା, ଧନ ର ଅପବ୍ୟୟ, ଗୃହ କଳହ ଲାଗି ରହିବା, ଜୀବନ ରେ ଧୋଖା ଖାଇବା, ଅନିଦ୍ରା ସମସ୍ୟା ଦେଖାଦେବା l

କିପରି ପାଇବେ ରାହୁକେତୁ ଦୋଷ ରୁ ମୁକ୍ତି -:
* ମଙ୍ଗଳବାର ଦିନ ହନୁମାନ ଙ୍କୁ ପୂଜା କରି ସିନ୍ଦୁର ଅର୍ପଣ କରନ୍ତୁ ଓ ସେହି ସିନ୍ଦୁର କୁ ମୁଣ୍ଡରେ ଧାରଣ କରନ୍ତୁ l ଏହାଛଡା ହନୁମାନ ଙ୍କ ନିକଟରେ କୌଣସି ହଳଦିଆ ଫଳ ପ୍ରସାଦ ଭାବରେ ଅର୍ପଣ କରି ତାହାକୁ ଭକ୍ଷଣ କରନ୍ତୁ l

* ପ୍ରତି ମଙ୍ଗଳବାର ରେ ଆମିଷ ଭକ୍ଷଣ ଠାରୁ ଦୁରେଇ ରୁହନ୍ତୁ ଏବଂ ଭୋଜନ କକ୍ଷରେ ଭୋଜନ କରନ୍ତୁ l ନିଜ ଶ୍ୱଶୁର ଘର ଲୋକ ଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ l କଳା ଓ ଧଳା କମ୍ବଳ ଲୋକ ଙ୍କୁ ଦାନ କରନ୍ତୁ l

* ଜୀବନ ରେ ଯଦି କେତୁ ଙ୍କ ପ୍ରଭାବ ରହୁଛି ତେବେ ନିୟମିତ ହନୁମାନ ଓ ଶ୍ରୀ ଗଣେଶ ଙ୍କୁ ଆରାଧନା କରନ୍ତୁ l ପୂଜା କରିବା ସମୟ ରେ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ l ଗୋଟା ଫଳ ପୂଜା କରି ବାଣ୍ଟି ଦିଅନ୍ତୁ l

* ଏହାଛଡା ନିୟମିତ ଭୋଜନ କରିବା ପୂର୍ବରୁ କୁକୁର କୁ ଖାଇବାକୁ ଦିଅନ୍ତୁ l କାନ ଫୋଡି ସେଥିରେ ମୋତି ଧାରଣ କରନ୍ତୁ l ଏହାଦ୍ୱାରା କେତୁ ଙ୍କ ପ୍ରଭାବ ଦୂର ହେବ l ଏବଂ ସନ୍ତାନ ଙ୍କ ସହିତ ସମ୍ବନ୍ଧ ଭଲ ରଖନ୍ତୁ l

Leave A Reply