ରାହାମ ୧୩/୬ : କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ରେ ଥିବା ଶ୍ରୀଶ୍ରୀ ଦଧିବାମନ ଜୀଉ ଶ୍ରୀଶ୍ରୀ ମଦନ ମୋହନଜୀଉ ମଠ, କାନ୍ଦମୂଳ ପଡିଆ,ସାଇଲୋର ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି.ଅନୁଷ୍ଠାନର ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଅନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ.ଠାକୁର ରାଜା ତଥା ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ଯୋଗଦେବା ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଜଙ୍ଗ ଶ୍ରୀମତୀ ନିନାରାଣୀ ସାହୁ, ସାଇଲୋ ଗ୍ରା:ପ ସରପଞ୍ଚ ଶ୍ରୀ ସରୋଜ କୁମାର ସେଠୀ, ତାଳପଡା ଗ୍ରା:ପ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଲେଙ୍କା, ସମିତି ସଭ୍ୟା ତୃପ୍ତିମୟୀ ଚୌଧୁରୀ, ରାଜସ୍ବ ନିରୀକ୍ଷକ ଅଧିକାରୀ ରାହାମାର ଶ୍ରୀ ସୁକାନ୍ତ କୁମାର ଦାଶ,ତିର୍ତୋଲ ଥାନା ଅଧିକାରୀ ଯୁଗଳ କିଶୋର ଦାସ ଓ ତାଙ୍କ ସହଯୋଗୀ ,ବିଦ୍ୟୁତ ବିଭାଗ ରାହାମାର ଅଧିକାରୀଙ୍କ ସହିତ ଶ୍ରୀ ଆଦିତ୍ୟ ନାରାୟଣ ମହାନ୍ତି,ସ୍ଵାସ୍ତ୍ୟ ଅଧିକାରୀ ରାହାମା,ନିୟନ୍ତ୍ରିତ ବଜାର କମିଟି ରାହାମାର ଅଧିକାରୀ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରାହାମାର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଆଚାର୍ଯ୍ୟ ଓ ସାଇଲୋ ଓ ତାଳପଡା ଗ୍ରାମପଞ୍ଚାୟତ ଏବଂ ରାହାମା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ଏହି ବୈଠକ କୁ ଅଧିକ କ୍ରିୟାଶୀଳ କରିଥିଲେ. ଠାକୁର ରାଜା ଶ୍ରୀ ପାଣିଗ୍ରାହୀ ନିଜର ମତବ୍ୟକ୍ତ କରି କହିଥିଲେ ଚଳିତ ରଥଯାତ୍ରା କିପରି ଅଧିକ ସରସ ସୁନ୍ଦର ହୋଇପାରିବ ଓ ପ୍ରବଳ ଗ୍ରୀଷ୍ମ ତାପରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପାନୀୟ ଥଣ୍ଡା ପାଣି ଓ ପାଣି ଛିଞ୍ଚନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପରିଚାଳନା କମିଟିକୁ ପରାମର୍ଶ ଦେଇଥିଲେ ଓ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ରୁ ଗାଡିଗୁଡିକୁ ଟ୍ରାଫିକ ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ପ୍ରଯତ୍ନଶୀଳ ନିମନ୍ତେ ପରାମର୍ଶ ଦେଇଥିଲେ ଏବଂ ବିଦ୍ୟୁତ ବିଭାଗ ରାହାମା ବଜ଼ାର ମଧ୍ୟରେ ବିଦ୍ୟୁତ ତାରର ସୁରକ୍ଷା ଦିଗରେ ଦୃଷ୍ଟିଦେବାକୁ କହିଥିଲେ .ସମ୍ପାଦକ ସମାଜସେବୀ ଡ଼ଃ ସୁନାକର ବେହେରା ଉପସ୍ଥିତ ସମସ୍ତ ଅତିଥି ଓ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ଜଣାଇ ନିଜର ଆଭିମୁଖ୍ୟରେ କହିଥିଲେ ଦୀର୍ଘ 40 ବର୍ଷ ଧରି ରାହାମାର ରଥଯାତ୍ରା ଜଗତସିଂହପୁର ଜିଲ୍ଲାରେ ପ୍ରମୁଖ ସ୍ଥାନ ବହନ କରିଆସିଛି ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ପ୍ରସାଦ ବିତରଣ ଓ ସେବନ ନିମନ୍ତେ ପ୍ରତେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ତେଣୁକରି ଏକ ପ୍ରସାଦ ଖଳାର ଆବଶ୍ୟକତା ରହିଅଛି ତେଣୁ ମାନ୍ୟବର ବିଧାୟକଙ୍କ ଦୃଷ୍ଟିକୁ ଆଣିବା ଦରକାର.ଉପସ୍ଥିତ ଜନସାଧାରଣ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ପୋତନଇ ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରଜକିଶୋର ମହାରାଜ, କୋଷାଧକ୍ଷ ଭିକାରି ଚରଣ ସେନାପତି, ଉପଦେଷ୍ଟା ମହେଶ୍ୱର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ଅଜୟ କୁମାର ସାହୁ, କିଶୋରୀ ଚାରଣ ଦାସ, ବାସୁଦେବ ବରାଳ,ବିଜୟ ମହାନ୍ତି,ବଜାର କମିଟି ରାହାମା,ସଭାପତି ଶ୍ରୀ ଜାଟାଧାରୀ ଦାସ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ତାଳପଡା ପୂର୍ବତନ ସରପଞ୍ଚ ନିହାର ରଞ୍ଜନ ଲେଙ୍କା, ପ୍ରେସ କ୍ଲବ ରାହାମା ସମ୍ପାଦକ ଶ୍ରୀକାନ୍ତ କୁମାର ଦାସ, ସହ ସମ୍ପାଦକ ଶ୍ରୀ ରଶ୍ମୀକାନ୍ତ ଦାସ, ଅନୁଗାମୀ ଦାସ, ଦିଲ୍ଲୀପ ଚୌଧୁରୀ,ମନୋହର ସ୍ୱାଇଁ, ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଇତ୍ୟାଦି ବହୁ ଅଞ୍ଚଳବାସୀ ଓ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ଧନ୍ୟବାଦ ସହିତ ସଭା ସାଙ୍ଗ କରାଯାଇଥିଲା.