ରାମାୟଣର ରୋଚକ କଥା : ରାବଣ ମା ସୀତାଙ୍କୁ ବନ୍ଦୀ କରିଥିଲେ ମଧ୍ୟ କାହିଁକି କଦାପି ଛୁଇଁ ନଥିଲା,କଣ ରହିଥିଲା ଏହା ପଛର କାରଣ
ଲଙ୍କାପତି ରାବଣ ମା ସୀତା ଙ୍କୁ ଅପହରଣ କରି ୨ବର୍ଷ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲା l କିନ୍ତୁ ଏହି ସମୟରେ ରାବଣ ଥରେ ମାତ୍ର ମା ସୀତା ଙ୍କୁ ସ୍ପର୍ଶ କରି ନଥିଲା l କଣ ରହିଥିଲା ଏହା ପଛରେ କାରଣ ? କଣ ରାବଣ ପ୍ରଭୁ ଶ୍ରୀରାମ ଙ୍କୁ ଡରୁଥିଲା ନା ସେ ଶାପିତ ଥିଲା ? କଣ ରହିଛି ଏହା ପଛରେ କାରଣ ଆସନ୍ତୁ ଜାଣିବା l
ରାବଣ ଯେତେବେଳେ ମା ସୀତା ଙ୍କୁ ବନ୍ଦୀ କରି ଅଶୋକ ବାଟିକା ରେ ରଖିଥିଲା ଗୋଟିଏ ରାକ୍ଷସୀ କୁ ମା ସୀତାଙ୍କ ରକ୍ଷା ପାଇଁ ନିୟୋଜିତ କରାଯାଇ ଥିଲା l ସେହି ରାକ୍ଷସୀ ର ନାମ ଥିଲା ତ୍ରିଜଟା l ତ୍ରିଜଟା ସହିତ ଅନ୍ୟ ରାକ୍ଷସୀ ମାନେ ମଧ୍ୟ ଅଶୋକ ବାଟିକାରେ ରହିଥିଲେ ଯିଏ ତାଙ୍କୁ ଭୟ ଦେଖାଉ ଥିଲେ ଓ ରାଵଣଙ୍କୁ ବିବାହ କରିବା ପାଇଁ କହୁଥିଲେ l କିନ୍ତୁ ତ୍ରିଜଟା ରାକ୍ଷସୀ ହୋଇ ମଧ୍ୟ ଖୁବ ସ୍ନେହୀ ଓ ସମ୍ବେଦନଶୀଳା ଥିଲା l ତ୍ରିଜଟା ମାତା ସୀତାଙ୍କ ସହିତ ସ୍ନେହ ରେ କଥା ହେଉଥିଲା l ତ୍ରିଜଟା ମାତା ସୀତାଙ୍କୁ ଅବିନ୍ଧ୍ୟ ନାମକ ରାକ୍ଷସ ନିକଟରୁ ପାଇଥିବା ସନ୍ଦେଶ ଶୁଣାଇ କହିଥିଲା ଯେ ପ୍ରଭୁ ଶ୍ରୀରାମଣିଜ ଛୋଟ ଭାଇ ଲକ୍ଷ୍ମଣ ଙ୍କ ସହିତ ମିଶି ମା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଶକ୍ତିଶାଳୀ ବାନରରାଜ ସୁଗ୍ରୀବ ଙ୍କ ସହିତ ବନ୍ଧୁତା କରିଛନ୍ତି l
ଏହି ସମସ୍ତ ତଥ୍ୟ ସହିତ ତ୍ରିଜଟା ରାକ୍ଷସୀ ମାତା ସୀତାଙ୍କୁ ଗୋଟିଏ ଗୋପନୀୟ କଥା କହିଥିଲା ଓ ଏହା ମଧ୍ୟ କହିଥିଲା ଯେ ରାବଣ ମାତା ସୀତା ଙ୍କର କିଛିବି କ୍ଷତି କରିପାରିବ ନାହିଁ l ଏହାପରେ ତ୍ରିଜଟା କହିବାକୁ ଆରମ୍ଭ କଲା ଯେ ଏକଦା ରାବଣ କାମ ଓ ବାସନାରେ ଗୋଟିଏ ଭୁଲ କରିଥିଲା l ସେ କୁବେର ଙ୍କ ପୁତ୍ର ନଳକୁବେର ଙ୍କ ଅପ୍ସରା ପତ୍ନୀ ରମ୍ଭା ଙ୍କୁ ସ୍ପର୍ଶ କରିଥିଲା l ଏହାପରେ ରମ୍ଭା କ୍ରୋଧିତ ହୋଇ ତାକୁ ଅଭିଶାପ ଦେଇ କହିଥିଲେ ଯେ ତୁ କୌଣସି ନାରୀକୁ କଦାପି ତାର ଇଛା ବିରୁଦ୍ଧରେ ସ୍ପର୍ଶ କରିପାରିବୁ ନାହିଁ l ଯଦି ଏଭଳି କରିବୁ ତେବେ ଭସ୍ମ ହୋଇଯିବୁ l ଏହି ଅଭିଶାପ ଭୟ କାରଣରୁ କଦାପି ରାବଣ କୌଣସି ନାରୀର ଇଛା ବିରୁଦ୍ଧରେ ତାକୁ ସ୍ପର୍ଶ କରୁ ନଥିଲା l