Odisha news

ରାହାମା ପ୍ରେସ କ୍ଲବର ସାଙ୍ଗଠନିକ ସଭା ; ଅମର ସହିଦଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

0

ରାହାମା ତା ୨୦/୬-ରାହାମା ପ୍ରେସ କ୍ଲବର ସାଙ୍ଗଠନିକ ସଭା ଆଜି ଅପରାହ୍ନରେ କନ୍ଦମୂଳପଡିଆ ଠାରେ ଥିବା ବଡମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଭ୍ୟ ନିର୍ଲିପ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରେସ କ୍ଲବର ସମସ୍ତ ସଭ୍ୟ ଯୋଗଦେଇଥିଲେ । ଏହି ସଭାରେ ପ୍ରେସ କ୍ଲବର ବିଭିନ୍ନ ସମସ୍ୟା ବିଷୟରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ପ୍ରେସ କ୍ଲବର ନିଜସ୍ୱ ଗୃହ ସଂପୂର୍ଣ୍ଣ କରିବା ପାଇଁ ସଭ୍ୟମାନେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରେସ କ୍ଲବର ନୂତନ ସଭ୍ୟ ଗ୍ରହଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ସଭାରେ କୋଭିଡ-୧୯ର ନିୟମକୁ ଆଖି ଆଗରେ ରଖି ସଭା ଅନୁଷ୍ଠିତ ହୋଇଥିଲା ଏବଂ ସାଙ୍ଗଠନିକ ନିର୍ବାଚନ କରାଯାଇଥିଲା । ସଭ୍ୟମାନଙ୍କ ସର୍ବସମ୍ମତି କ୍ରମେ କର୍ମକର୍ତା ମନୋନୀତ କରାଯାଇଥିଲା ।

ସଭାପତି ଭାବେ ମାନସ ରଂଜନ ମହାନ୍ତି, ଉପ-ସଭାପତି ନିର୍ଲିପ୍ତ କୁମାର ଦାସ, ସଂପାଦକ ଶ୍ରୀକାନ୍ତ ଦାସ, ସହ-ସଂପାଦକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କୋଷାଧ୍ୟକ୍ଷ ଯଜେ୍ଞଶ୍ୱର ଦଳେଇ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବର ଆଇନ ପରାମର୍ଶ ଦାତା ଟୁକନ ଚରଣ ସେଠୀ, ସଦସ୍ୟ ସୁନାକ ବେହେରା, ଆବାହକ ଶରତ ଦାସ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ଭାଗ ନେଇଥିଲେ । ସାଙ୍ଗଠନିକ ସଭାପରେ ଭାରତ-ଚୀନ ସୀମା ଲଦାଖର ଗଲଓ୍ୟାନ ଠାରେ ସହିତ ହୋଇଥିବା ଅମର ଯବାନଙ୍କ ଅମର ଆତ୍ମାର ସଦଗତି ପାଇଁ ରାହାମା ପ୍ରେସ କ୍ଲବ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ରାହାମା ପ୍ରେସ କ୍ଲବର ସମସ୍ତ ସଭ୍ୟ ଓ ସ୍ଥାନୀୟ ଅଚଂଳର ଯୁବକ ମାନେ ଓ ସମାଜସେବୀ ପ୍ରତାପ ଚନ୍ଦ୍ର ମହାନ୍ତି ଭାଗ ନେଇଥିଲେ ।

Leave A Reply