Odisha news

ଦୁର୍ଗାପୂଜା ପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ।

0

ରଘୁନାଥପୁର:-୩/୧୦: କରୋନା ଯୋଗୁଁ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଦୁର୍ଗାପୂଜା ପାଇଁ ରଘୁନାଥପୁର ବ୍ଲକର ପୁରପଲ୍ଲୀ ଉତ୍ସବ ମୁଖରିତ ହୋଇଉଠିଛି।ରଘୁନାଥପୁର ବାମ୍ଫିତୋଳା,ବଡଦାଣ୍ଡ, ଅଯୋଧ୍ୟାପୁର,ଜଗନାଥପୁର ବାଗସାହି,ପୂରଣଓଡ଼ପଡା, ଗୋପାଳପୁର, ଭାସିଲପୁର, ସରକାର ସାହି, ଆଞ୍ଚଳିକ ଦୁର୍ଗାପୂଜା କମିଟି ମାହାଳହାଟ, ବିଲହାଟ ବଣିକସଙ୍ଘ,ଚିକିଣିଆ ପୂଜା କମିଟି, ଜଇପୁର ହାଟ, ଗାନ୍ଧୀଜୀପୁର ଆଦି ଅନେକ ସ୍ଥାନରେ ଦୁର୍ଗାପୂଜା ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି।ପ୍ରାୟ ସମସ୍ତ ପୂଜା ପେଣ୍ଡାଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ସନ୍ଧ୍ୟାରେ ମାଙ୍କ ମେଢ ନିକଟରେ ଦେଖଣାହାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

Nalco
Leave A Reply