Odisha news

ବଡରମା ପଞ୍ଚାୟତରେ ଗ୍ରାମସଭା ବୈଠକ

0
ଜମନକିରା,୩/୧୦ ଜମନକିରା ବ୍ଲକ ବଡରମା ପଞ୍ଚାୟତ କାର୍ଯ୍ୟାଳୟରେ ରବିବାର ୧୦ ଟା ବେଳେ ଗାଁ ସଭା ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ବିଜୟ କୁମାର ନାୟକ ଉପସ୍ଥିତ ରହି ପ୍ରଥମେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ। ଗ୍ରାମସଭା ବୈଠକରେ ସମସ୍ତ ବିଭାଗରୁ ତଥା ଚିକିତ୍ସା ବିଭାଗରୁ ଏଏନଏମ ନିରୁପମା ପାଢ଼ୀ, ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ୍ ଗାର୍ଡ ସତ୍ୟବାନ୍ ମାଝୀ, କୁରେଇବହାଲ, କୁତବ୍, ତାଂଶରା ଶିକ୍ଷାକେନ୍ଦ୍ର ର ପ୍ରଧାନ ଶିକ୍ଷକ ହେମକନ୍ତୀ ନାଏକ, ଶତ୍ରୁଘ୍ନ କଆଁର, ମହାଦେବ ପ୍ରଧାନ ଙ୍କ ଶହ ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନେ ଓ ଅନେକ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ଗ୍ରାମସଭା ରେ ଶିକ୍ଷା, ସ୍ଵାସ୍ଥ୍ୟ, ରାସ୍ତାଘାଟରୁ ନେଇ ଅଭିଯୋଗ ହୋଇଥିବା ବେଳେ ସରପଞ୍ଚ ନାଏକ ଧୀରେ ଧିରେ ସମସ୍ତ ଅଭିଯୋଗକୁ ଠିକ ଭାବରେ ସମାଧାନ କରାଯିବ ନେଇ କହିଥିଲେ।
Nalco
Leave A Reply