Odisha news

ସରପଞ୍ଚଙ୍କୁ ଫାଇଲ ହସ୍ତାନ୍ତର ପାଇଁ ନିର୍ଦେଶ।ଚିକିଣିଆରେ ପିଡିଙ୍କ ଉନୟନ କାର୍ଯ୍ୟ ତଦାରଖ।

0

ରଘୁନାଥପୁର:-୬/୮: ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତ ସରପଞ୍ଚ ବିଷ୍ଣୁ ଚରଣ ସେଠୀଙ୍କୁ ପୂର୍ବତନ ସରପଞ୍ଚ ବିଭିନ୍ନ ଫାଇଲ ହସ୍ତାନ୍ତର କରୁନଥିବା ନେଇ ଚାଲିଥିବା ବିବାଦରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଛି।ଶନିବାର ଜିଲ୍ଲାପାଳଙ୍କ ନିର୍ଦେଶରେ ପିଡି(ପ୍ରକଳ୍ପ ନିର୍ଦେଶକ)ରୁଦ୍ର ନାରାୟଣ ଦାଶ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ଥିବା ଫାଇଲ ଆଣି ତୁରନ୍ତ  ସରପଞ୍ଚ ସେଠୀଙ୍କୁ ହସ୍ତାନ୍ତର କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ଭୋଇଙ୍କୁ ନିର୍ଦେଶ ଦେଇଛନ୍ତି।ଏଥିରେ ପୂର୍ବତନ ସରପଞ୍ଚ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ଏହାଛଡା ପଞ୍ଚାୟତ କାର୍ଯ୍ୟାଳୟପାର୍ଶ୍ଵକୁ ଚାବି ପକାଯାଇ ରହିଥିବା ଏକ ସରକାରୀ ଗୃହକୁ ଉନ୍ମୁକ୍ତ କରି ପଞ୍ଚାୟତ ଅଧୀନକୁ ଆଣିବା ପାଇଁ ପିଡି ଦାଶ ନିର୍ଦେଶ ଦେଇଥିଲେ।ଏହି କ୍ରମରେ ପିଡି ଦାଶ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ମିଶନ ଶକ୍ତି ଗୃହ, କଲଭର୍ଟ, ଅଙ୍ଗନବାଡି କେନ୍ଦ୍ରରେ ଖର୍ଚ୍ଚ କରାଯାଇଥିବା ଅନୁଦାନ ମୂଲ୍ୟ ସଠିକ ଭାବେ ବିନିଯୋଗ ହୋଇନଥିବା ଦେଖି ଯନ୍ତ୍ରୀ ଜ୍ୟୋସ୍ନାମୟୀ ଦେବତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ।ତୁରନ୍ତ ବାକିଥିବା କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦେଶ ଦେଇଥିଲେ।

ଏହାଛଡା ଏକ ଡ୍ରେନ କାର୍ଯ୍ୟ ପାଇଁ ୧ଲକ୍ଷ ଟଙ୍କା ଏଷ୍ଟିମେଟ ଥିବାବେଳେ ଫଳକରେ ୧ଲକ୍ଷ ୩୦ ହଜାର ଟଙ୍କା ଲେଖା ହୋଇଥିବା ଦେଖି ପିଡି ଦାଶ ଆଶ୍ଚର୍ଯ୍ୟ  ହୋଇଥିଲେ।ଏଥିରେ ୭୭ ହଜାର ଟଙ୍କା ବିଲ ହୋଇଥିବାରୁ ଯଥାଶୀଘ୍ର ଡ୍ରେନ ଉପରେ ସ୍ଲାପ ଏବଂ ଫଳକରେ ଭୁଲ ଥିବା ତଥ୍ୟ ଠିକ କରିବା ପାଇଁ କହିଥିଲେ।ଅନ୍ୟପକ୍ଷେ ହାଇସ୍କୁଲ ଜାଇ ହୋଇଥିବା କାର୍ଯ୍ୟ ତଦାରଖ କରିବା ସହ ସ୍କୁଲର ଯେକୋୖଣସି ସମସ୍ୟା ସରପଞ୍ଚଙ୍କୁ ଅବଗତ କରାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ କହିଥିଲେ।ହୋଇଯାଇଥିବା ଏନଆରଇଜିଏସ କାର୍ଯ୍ୟର ବିଲ କରିବା ପାଇଁ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ କହିଥିଲେ।ସେହିପରି ଓଭରହେଡ ପାଣିଟାଙ୍କିର  ଭାଙ୍ଗି ଯାଇଥିବା ପାଇପ କାହିଁକି ମରାମତି ହୋଇନାହିଁ ବୋଲି ଯନ୍ତ୍ରୀ ମନରଞ୍ଜନ ଦେହୁରୀଙ୍କ ଠାରୁ କୈଫତ ଚାହିଁଥିଲେ।ଦୁଇଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ।ଶେଷରେ ପିଡି ଦାଶ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ଏବଂ ସରପଞ୍ଚଙ୍କୁ ଫାଇଲ ହସ୍ତାନ୍ତର କିମ୍ବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ କରାନଗଲେ କର୍ମଚାରୀଙ୍କ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇ ଦେଇଥିଲେ।ଗ୍ରସ୍ତ ସମୟରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।

Leave A Reply