‘ମ୍ୟାଜିକ୍ ରାଇସ୍’ ବିଷୟରେ ଶୁଣିଛନ୍ତି ? ଏହା ଏକ ବିଶେଷ ପ୍ରକାର ଚାଉଳ ଯାହାକୁ ଥଣ୍ଡା ପାଣିରେ ରାନ୍ଧି ହେବ । ବିହାର ପଶ୍ଚିମ ଚମ୍ପାରଣର ହରପୁର ଗæôରେ ବିଜୟ ଗିରି ନାମକ କୃଷକ ମ୍ୟାଜିକ୍ ଧାନ ଚାଷ ପାଇଁ ଜଣାଶୁଣା । ୬୪ ବର୍ଷୀୟ ବିଜୟ ଧାନ ଓ ଗହମର ନୂଆ କିଷକ ଖେତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ୧୨ ଏକର ଜମିରେ ସେ ପାରମ୍ପରିକ ଧାନ, ଗହମ ଓ ଡାଲି ଆଦି ଚାଷ କରୁଥିଲେ । ଜୈବିକ ଖେତ ଟ୍ରେଣ୍ଡ୍ ଆରମ୍ଭ ହେବା ପରେ ତାକୁ ଆପଣାଇଲେ । କୃଷି ସମ୍ବନ୍ଧିତ ମେଳା ଓ କାର୍ଯ୍ୟକ୍ରମକୁ ଯାଇ ବହୁତ କିଛି ଶିଖିଲେ । ପଞ୍ଜାବରେ ଏପରି ଏକ କାର୍ଯ୍ୟକ୍ରମ ସମୟରେ କଳା ଗହମ ବିଷୟରେ ଜାଣିବାକୁ ପାଇଲେ । ପଶ୍ଚିମବଙ୍ଗରେ କଳା ଧାନ ଓ ମ୍ୟାଜିକ୍ ଧାନ କିସମ ବିଷୟରେ ଜାଣିଥିଲେ । ଧାନ ବିଷୟରେ ବିସ୍ତୃତ ଜାଣିବା ପରେ ଗୋଟିଏ ଏକର ଜମିରେ ମ୍ୟାଜିକ୍ ଧାନ ଚାଷ କରିଛନ୍ତି । ଚାଉଳର ଏହି କିସମ ଆସାମରେ ପ୍ରଚଳିତ । ଏହାକୁ ଜିଆଇ ଟ୍ୟାଗ୍ ବି ମିଳିଛି । ଏହି ଚାଉଳକୁ ସାଧା ପାଣିରେ ୪୫-୬୦ ମିନିଟ ରଖିଲେ ଭାତ ହୋଇଯାଏ ଓ ଏହା ସାଧାରଣ ଚାଉଳ ଭଳି ଲାଗେ । ଏଥିରେ କାର୍ବୋହାଇଡ୍ରେଟ୍ ଓ ପ୍ରୋଟିନର ମାତ୍ରା ଅଧିକ ଥାଏ । ଏହି ଧାନ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଭଲ କାରଣ ଏହା ବନ୍ୟା ଜଳ ଯୋଗୁ ନଷ୍ଟହୁଏ ନାହିଁ । ଏହାର କାଣ୍ଡ ମୋଟା ହୋଇଥିବାରୁ ରୋଗ ପ୍ରତିରୋଧକ କ୍ଷମତା ଅଧିକ । ଧାନ ଅମଳ ପରେ ଏହାର ଛଣ ଅନ୍ୟ ଧାନ ଫସଲର ଛଣ ପରି କାମରେ ଲାଗେ । ସାଧାରଣ ଲୋକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ପ୍ରମାଣିତ ହୋଇପାରେ ।
