ଆର,ଉଦୟଗିରି : ଗଞ୍ଜେଇ ଖଣି ଗଜପତି ଜିଲ୍ଲାରୁ ପୁଣି ଜବତ ହୋଇଛି ୮୦ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ସହ ୩ ଜଣ ଗିରଫ । ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟଙ୍କର ନିର୍ଦେଶ କ୍ରମେ ତଥା ଆର,ଉଦୟଗିରି ଏସଡିପିଓ ଅନିଲି କୁମାର ପ୍ରଧାନ ପ୍ରତ୍ୟେକ୍ଷ୍ୟ ତତ୍ମାବଧାନରେ ଓ ମୋହନା ଆଇଆଇସି ସୁଜିତ କୁମାର ନାୟକଙ୍କର ନେତୃତ୍ବରେ ସହ ଥାନା ଷ୍ଟପ ମଙ୍ଗଳବାର ଦିନ ୧୦.୩୦ ସମୟରେ ଚାନ୍ଦିପୁଟୁ କଲେଜ ଓ ତରାମାଳ ଗାଁ ମଝିରେ ଆରଡି ୬୦ ରାସ୍ତାରେ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ ଟାଟା ସୁମୋ ଗାଡି(BR 11 H 4373) କୁ ଅଟକାଇ ଖାନତଲିସ ନେବାରୁ ଉକ୍ତ ଗାଡିରୁ ରୁ ୩ ଗୋଟି ପ୍ଲାଷ୍ଟିକ ଜରି ବସ୍ତାରେ ଗଞ୍ଜେଇ ଥିବାର ପାଇଥିଲେ ।
ମୋହନା ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତା ସବୁ କୁ ଓଜନ କରୁବାରୁ ସମୁଦାୟ ଗଞ୍ଜେଇର ପରିମାଣ ୮୦ କେଜି ୪୦୦ ଗ୍ରାମ ହେଲା ଯାହାର ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ଗିରଫ ହୋଇଥିବା ବ୍ୟକ୍ତି ହେଲେ ଦୀପକ କୁମାର ଯାଦବ(27), ବିକାଶ କୁମାର(20),ଏବଂ ରୁପେଶ କୁମାର ଯାଦବ (25) ସମସ୍ତଙ୍କର ଘର ବିହାର ରାଜ୍ୟର ଭାଗଲପୁର ଏରିଆରେ । ଉପୋରକ୍ତ ବ୍ୟକ୍ତି ମାନେ ଜିରାଙ୍ଗ ଅଞ୍ଚଳରୁ ଗଞ୍ଜେଇ କିଣି ଉକ୍ତ ଟାଟା ସୁମୋ ଗାଡିରେ ଲୋଡ କରି ବିହାର ରାଜ୍ୟର ଭାଗଲପୁର ଏରିଆକୁ ଚାଲାଣ କରୁଥିଲେ । ଉପୋରକ୍ତ ବ୍ୟକ୍ତିଙ୍କୁ ମୋହନା ପୁଲିସ ଦ୍ବାରା ଗିରଫ କରାଯାଇଛି ଓ ଗାଡି କୁ ପୁଲିସ ଜବତ କରଛି।ଏ ବାବଦରେ ମୋହନା ଥାନାରେ କେଶ ନଂମ୍ବର ୧୩୯\୨୦ ରୁଜୁ କରାଯାଇଛି ଓ ଏସ ଆଇ ହେମନ୍ତ କୁମାର ସେଠୀ ତଦନ୍ତ ଭାର ନେଇଛନ୍ତି । ବୁଧବାର ଉପୋରକ୍ତ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ମୋହନା ଆଇଆଇସି ଶ୍ରୀ ନାୟକ କହିଛନ୍ତି ।