କୋଣାର୍କ : କରୋନ‌ା ପାଇଁ  ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସରୁ ଅଦ୍ୟାବଧି ଘୋଷିତ ଚାରୋଟି ଲକଡ଼ାଉନ ପର୍ଯ୍ୟାୟ ମଧ୍ୟରୁ ତିନୋଟି ଲକଡ଼ାଉନ ପର୍ଯ୍ୟାୟରେ କୋଣାର୍କ ଏନଏସିରେ କରୋନା ପ୍ରବେଶ କରିପାରିନଥିଲା  ଯେଉଁଥି ପାଇଁ ପୁରୀଜିଲ୍ଲାପାଳ ଶ୍ରୀ ବଲ୍ଲବନ୍ତ ସିଂ କୋଣାର୍କ ଏନ ଏ ସି ର କୋଭିଡ଼ି ପରିଚାଳନାକୁ ବେଶ ପ୍ରଶଂସା କରିଥିଲେ।ମାତ୍ର ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନରେ କରୋନା କଟକଣାରେ କିଛିଟା କୋହଳ ହେବା ପରେ ଏବେ କୋଣାର୍କ ଏନଏସିରେ କରୋନା ପ୍ରବେଶ କରିଥିବାର ଜଣାପଡ଼ିଛି ।ପୂର୍ବରୁ କୋଣାର୍କ ଏନଏସିରେ କୋଭିଡ଼ ପ୍ରବେଶ ନକରିଥିବାର ଦ୍ବାହି ଦେଇ ବାଃ ବାଃ ନେଉଥିବା ଏନଏସି ର ନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ଶ୍ରୀ ନିବାସ ଙ୍କ ନିରବତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ।

ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନରେ ସରକାରୀ କଟକଣା ଓ ନିୟମ ସଂପର୍କରେ ଜନସଚେତନତା ସୃଷ୍ଟି ଦିଗରେ ଏନଏସି କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନନେବାରୁ ଲୋକ ମାନେ ସବୁ କରୋନା କଟକଣାକୁ ବେଖାତିର କରି ଖୋଲାମେଲାରେ ବୁଲାବୁଲି କରିବାରୁ ଏଭଳି ପରିସ୍ଥିତି ଆଗକୁ ଉପୁଜିବାର ସାଧାରଣରେ ଅଭିଯୋଗ ପ୍ରକାଶ ପାଇଛି ।ଏପରିକି ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନରେ କୋଣାର୍କ ଏନଏସି ପକ୍ଷରୁ ଥରୁଟିଏ ମଧ୍ୟ ଡ଼ାକବାଜିଯନ୍ତ୍ରରେ ପ୍ରଚାର ପ୍ରସାର କରାଯାଇନଥିବାର ଜଣାପଡ଼ିଛି ।ଜିଲ୍ଲା ପ୍ରଶାସନ କୋଭିଡ଼ ପରିଚାଳନାର ସମସ୍ତ ଦାୟିତ୍ବ ଏନଏସି କର୍ତ୍ତୁପକ୍ଷଙ୍କ ଉପରେ ନ୍ୟସ୍ତ କରିଥିବା ସମୟରେ ଏନଏସି କର୍ତ୍ତୁପକ୍ଷ କଣ ପାଇଁ ୪ଥ ପର୍ଯ୍ୟାୟର କରୋନା କଟକଣାକୁ ଏତେ ସହଜେ ଭାବେ ଗ୍ରହଣ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଣାର୍କ ଏନଏସିରେ ଆଗାମୀ ଦିନରେ ଏକାଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି ଯାହା

ପରୀକ୍ଷା ପାଇଁ ଯାଇ ଥିବା ସ୍ୱାବ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ଚିତ୍ର ପଦାକୁ ଆସିପାରିବ ବୋଲି ମତ ପ୍ରକାଶ ପାଇଛି । ମଙ୍ଗଳବାର ଦିନ କୋଣାର୍କ ରେ ପରୀକ୍ଷା ପାଇଁ ବିଭିନ୍ନ ଅଞ୍ଚଳରୁଆସିଥିବା ସ୍ୱାବ ରିପୋର୍ଟ ୫ ଜଣ ପଜେଟିଭି ଆସିଥିବା ଏନ ଏ ସିର ନୋଡାଲ ଅଫିସର ଭାଗିରଥି ବରାଳ ସୂଚନା ଦେଇଛନ୍ତି ।କୋଣାର୍କ ନିକଟସ୍ଥ ସିମିଳି ପଂଚାୟତରେ କୋଭିଡ଼ ପରୀକ୍ଷା କରିବାପରେ ଜଣେ ବ୍ୟକ୍ତିଙ୍କର ପଜିଟିଭ ଥିବାର ଜଣାପଡ଼ିଛି ।ଅନ୍ୟପକ୍ଷରେ କୋଣାର୍କରେ ଏବେ ବିନା ମାକ୍ସ ଓ ବିନା ସାମାଜିକ ଦୁରତାରେ ଲୋକମାନେ ଖୋଲାଖୋଲି ଭାବେ ବୁଲାବୁଲି କରୁଛନ୍ତି ।ବିଶେଷ କରି ଚନ୍ଦ୍ରଭାଗା ନୋଳିଆସାହି ଓ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନେ କରୋନା କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଥିବା ସମୟରେ ଏନଏସି ପକ୍ଷରୁ ଏହାଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here