ବେଙ୍ଗାଲୁରୁ,୧୬ା୧୦(ଏଜେନ୍ସି): ଭାରତୀୟ ବ୍ୟାଡ଼ମିଣ୍ଟନ ସେନ୍ସେସନ୍ ପିଭି ସିନ୍ଧୁ ଚଳିତ ବର୍ଷ କୌଣସି ପ୍ରତିଯୋଗିତା ଖେଳିବେ ନାହିଁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଆଗାମୀ ବର୍ଷ ୨୦୨୧ଠୁ ନୂଆ ଅଭିଯାନ ଆରମ୍ଭ କରିବେ ବୋଲି କହିଛନ୍ତି । ରିଓ ଅଲିମ୍ପିକ୍ସ ରୌପ ପଦକ ଜିତିଥିବା ସିନ୍ଧୁ ଡେନ୍ମାର୍କ ଓପନ ପ୍ରତିଯୋଗିତାରୁ ଓହରିଯାଇଥିଲେ । ପାଖା ଫାଖ ୭ ମାସ ବ୍ୟବଧାନ ପରେ ପୁଣିଥରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆସନ୍ତା ମାସ ଜାନୁଆରୀରେ ପ୍ରିଯୋଜିା ହେବାର ଅଛି । ଏହି ଜରିଆରେ ସେ ଅନ୍ତର୍ଜାତୀୟ ମୁକାବିଲାକୁ ଫେରିବାକୁ ଯାଉଛନ୍ତି । ଗତ ଅଗଷ୍ଟରେ ସିନ୍ଧୁ ହାଇଦ୍ରାବାଦରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ । ଆସନ୍ତା ୨୦୨୧ ଜାନୁଆରୀ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଏସିଆ ଓପନ ଏବଂ ଜାନୁଆରୀ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଏସିଆନ୍ ଓପନ ପ୍ରତିଯୋଗିତାରେ ଭାଗ ନେବେ ।