ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୁପ ନେଇଛି । ରୁଷ ମିଡ଼ିଆ ର ୟୁକ୍ରେନ ପକ୍ଷରୁ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବାର ଆରୋପ ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୂତିନ ଙ୍କ ନ୍ୟୁକ୍ଲିୟର ଫୋର୍ସ ଆଲର୍ଟ ରଖିବାକୁ ଆଦେଶ ଦିଆ ଯାଇଛି । ସଂଯୁକ୍ତ ରାଷ୍ଟ୍ର ଆମେରିକା ସମେତ ନାଟୋ ଚିଫ ଏହି ପଦକ୍ଷେପ କୁ ଭୟଙ୍କର ସ୍ଥିତି ଘଟୁଛି ବୋଲି ଦର୍ଶାଇ ଛନ୍ତି । ଏହି ସମୟରେ ରୁଷ ନିଜର ନିୟୁକ୍ଲିୟର କୁ ଆଲର୍ଟ କରି ରଖିଛି ।
ୟୁକ୍ରେନ ରେ ଚାଲିଥିବା ଅମାନବନୀୟ ସଙ୍କଟ କୁ ନେଇ ନିନ୍ଦା କରିଛି ଓ ନାଟୋ ପକ୍ଷରୁ କୁହାଯାଇଛି ଯେ ରୁଷ ର ପରମାଣୁ କୁ ଆଲର୍ଟ ରେ ରଖିବା ସେମାନଙ୍କ ର ଭୟଙ୍କର ପ୍ରକୃତି ଅଟେ । ଏହାକୁ ନେଇ ଆମେରିକା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ହ୍ବାଇଟ ହାଉସ୍ ପକ୍ଷରୁ କୁହାଯାଇଛି ଯେ ରୁଷ ନିଜର ପଦକ୍ଷେପ ଦ୍ଵାରା ଭୟଙ୍କର ସ୍ଥିତି ସୃଷ୍ଟି କରିଛି ।
ବର୍ତ୍ତମାନ୍ ସୁଦ୍ଧା ରୁଷ ର ଆକ୍ରମଣ ଦ୍ଵାରା ୬୪ ଜଣଙ୍କ ମୃତ୍ୟୁ ହୋଇ ସାରିଛି ଓ ୨୦୦ ଜଣ ଆହତ ହୋଇଛନ୍ତି । ତେଣୁ ବର୍ତ୍ତମାନ୍ ଆମେରିକା ୟୁକ୍ରେନ କୁ ମାନବୀୟ ସହାୟତା ପାଇଁ ୫୪ ମିଲିୟନ ଡଲାର ଦେବାପାଇଁ ସ୍ଥିର କରିଛି ।