Odisha news

ଆଜିଠୁ ଦୁଇଦିନ ଜଗାଦର୍ଶନ ବନ୍ଦ

0

ପୁରୀ :ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜନୁୟାରୀ ପହିଲା ଓ ୨ତାରିଖଦନି ସାଧାରଣ ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ବନ୍ଦ ରହିବ । ଆସନ୍ତା ୩ ତାରିଖଠାରୁ ଶ୍ରୀମନ୍ଦିରେ ସାଧାରଣଲୋକମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିବାକୁ ଚାହୁଁଥିବା ବାହର ଲୋକମାନଙ୍କ ଲାଗି କୋଭିଡ଼ ନେଗେଟିଭି ସାର୍ଟିଫିକେଟ ବାଧ୍ୟାତାମୂଳକ ବୋଲି ପୂର୍ବରୁ ଜିଲ୍ଲାପାଳ ବଲୱନ୍ତ ସିଂ ସିଂ ସ୍ପଷ୍ଟ କରିଦେଇଛନ୍ତି । ଅନ୍ୟପକ୍ଷରେ ପୁରୀସହରରେ ବସବାସ କରୁଥିବାଅଧିବାସୀ ଓ କର୍ମଜୀବୀମାନେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି । ଆଜି ଭୋର୪ଟା୧୦ରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ଭିତର ଶୋଧ,ମଙ୍ଗଳ ଆଳତୀ, ମଇଲମ୍, ତଡ଼ପଲାଗି ଅବକାଶ,ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ଓ ଗୋପାଳବଲ୍ଲଭ ଆଦି ନୀତି ପରେ ସକାଳ ୭ଟା ୫୫ ସୁଦ୍ଧା ପହିଲିଭୋଗ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଷଷ୍ଠ ଦିବସ ଲାଗି ଆରମ୍ଭ ହୋଇଥିଲା ବହୁ ପ୍ରତିକ୍ଷିତ ଜଗା ଦର୍ଶନ ।

ସହରବାସୀଙ୍କ ସହିତ ସହରରେ ଭଡ଼ାରେ ରହୁଥିବା ଲୋକ ଓ କର୍ମଜୀବୀମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିଥିଲେ । ଘର ମାଲିକମାନଙ୍କ ସ୍ୱୀକୃତି କ୍ରମେ ୱାର୍ଡ଼ର ଅଧିବାସୀମାନଙ୍କ ସହିତ ଭଡ଼ାଟିଆ ଓ କର୍ମଜୀବୀମାନେ ପର୍ଯ୍ୟାୟକ୍ରମେ ମାର୍କେଟ ଛକଠାରୁ ନିର୍ମିତ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କ ଦର୍ଶନ କରିଥିଲେ । ବ୍ୟାରିକେଡ଼ ନିକଟରେ ନିଜ ନିଜର ଆଧାରକାର୍ଡ଼ ଦେଖାଇ ଶ୍ରଦ୍ଧାଳୁମାନେ ସିଂହଦ୍ୱାରଦେଇ ଶ୍ରୀମନ୍ଦିରକୁ ଯାଇଥିଲେ । ପୂର୍ବ ନିର୍ଦ୍ଧାରିତ କଟକଣା ଅନୁଯାୟୀ ସାନିଟାଇଜ୍ରରେ ହାତଧୋଇବା ପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସିଂହଦ୍ୱାର ନିକଟରେ କିଓସ୍କରେ ଫଟୋ ଉଠଇବା ସହିତ ସେମାନଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯାଇଥିଲା । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିବା ପରେ ଦର୍ଶନାର୍ଥୀମାନେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଶ୍ରୀଜିଉମାନଙ୍କ ଦର୍ଶନ ପ୍ରକି୍ରୟାକୁ ସୂଚାରୁ ରୂପେ ସମ୍ପାଦିତ କରିବା ଲାଗି ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply