Odisha news

ନୂତନ ଶିକ୍ଷାନୀତି ସମ୍ପର୍କିତ ଆଲୋଚନା ଚକ୍ର

0

ପୁରୀ :ବିଶ୍ୱସାକ୍ଷରତା ଦିବସ ଅବସରରେ ସ୍ଥାନୀୟ ସ୍ୱସ୍ତିକ ମଣ୍ଡପଠାରେ ନୂତନ ଶିକ୍ଷାନୀତି ୨୦୨୦ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥଧାମ ଅଫ୍ ରୋଟାରୀ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଳବର ସଭାପତି ଦେବରାଜ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପୁରୀ ସଦର ମଣ୍ଡଳ ଶିକ୍ଷାଧିକାରୀ ମମତା ମିଶ୍ର ମୁଖ୍ୟଅତିଥି ଓ ଶିକ୍ଷାବିତ୍ ଡକ୍ଟର କାର୍ତ୍ତିକ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ ।

ପ୍ରାରମ୍ଭରେ ରୋଟାରିଆନ୍ ଦେବଦତ୍ତ ଷଢଙ୍ଗୀ ପ୍ରାରମ୍ଭିକ ସୂଚନା ଦେବା ସହିତ ଆଲୋଚନା ଚକ୍ରର ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ପ୍ରାଦନ କରିଥିଲେ । ବକ୍ତାମାନେ ବିଶ୍ୱ ସାକ୍ଷରତା ଦିବସର ତାତ୍ପର୍ଯ୍ୟ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲାରସାତ ଜଣ କୃତୀ ଶିକ୍ଷକ ଶିକ୍ଷୟିତ୍ରୀ ପତିତପାବନ ଜଗଦେ୍ଦବ,ମହେନ୍ଦ୍ର ବିଶୋଇ,ମନୋର ଞ୍ଜନ ତ୍ରିପାଠୀ,ପତିତପାବନ ସାହୁ,ପ୍ରଭାତ ରଞ୍ଜନ ପୃଷ୍ଟି,କିରଣବାଳା ଦାଶ ଏବଂ ସନ୍ଦିପ ଜେନାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରିଆନ୍ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ । ସୁବାସ ଚନ୍ଦ୍ର ପରିଡ଼ା ଓ ବିଭୁଦତ୍ତମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply