ପୁରୀcorona:ଗତକାଲି ପୁରୀ ଜିଲ୍ଲାରେ ୨୦୦ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨୧୭ ନୂତନ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ୧୩୫ ଜଣ ନୂତନ କରୋନା ପଜିଟିଭିଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ପୁରୀ ପୌରାଞ୍ଚଳରେ ୮୫ ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ପୁରୀ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୪୦ରେ ପହଞ୍ଚିଛି ।ଅଦ୍ୟାବଧି ଜିଲ୍ଲାରେ,୬୬ ହଜାର ୭୧୪ ନମୁନା ସଂଗ୍ରହ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୮୪୦ଜଣ ପଜିଟିଭି ଚିହ୍ନଟ ହୋଇଥିବାବେଳେ ୩୬୮୧ ସୁସ୍ଥ ହୋଇ ଘରକୁଫେରିଛନ୍ତି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୫ରହିଛି । ମୋଟାମୋଟିଭାବେ ପୁରୀ ଜିଲ୍ଲାରେ ନମୂନା ପରୀକ୍ଷଣରୁ ପଜିଟିଭହାର୭.୨୫ପ୍ରତିଶତ ଥିବାବେଳେ ସୁସ୍ଥହାର୭୬.୦୫ପ୍ରତିଶତ ରହିଛି ।

ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୪୫ ଟି କଣ୍ଟେନମେ ଜୋନ୍ ରହିଛିି । କେବଳ ପୁରୀ ମୁ୍ୟନିସପାଲିଟିରେ ୧୬୩୧ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୪୨୮ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । ଆଜି ସୁଦ୍ଧା ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୨୬୮ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ସତ୍ୟବାଦୀ ବ୍ଲକରେ ୨୭୪ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣ, ଡେଲାଙ୍ଗ ବ୍ଲକରେ ୧୩୧ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କଣାସ ବ୍ଲକରେ ୨୮୭ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ପୁରୀ ସଦର ବ୍ଲକରୁ ଚିହ୍ନଟ ୫୧୩ପଜିଟିଭ ମଧ୍ୟରୁ ୧୪୨ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।

ସେହିପରି ବ୍ରହ୍ମଗିରିର ଚିହ୍ନଟ ୩୮୪ପଜିଟିଭଙ୍କ ମଧ୍ୟରୁ ୬୭ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୃଷ୍ଣପ୍ରସାଦ ବ୍ଲକରେ ୨୦୬ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗୋପ ବ୍ଲକରେ ୨୩୫ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୬୮ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କାକଟପୁର ବ୍ଲକର ଚିହ୍ନଟ ୨୩୧ପଜିଟିଭଙ୍କ ମଧ୍ୟରୁ ୪୨ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ନିମାପଡ଼ା ବ୍ଳକରେ ଚିହ୍ନଟ ୩୫୮ପଜିଟିଭଙ୍କ ମଧ୍ୟରୁ ୬୯ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୨୦୬ଜଣ ପଜିଟିଭଙ୍କ ମଧ୍ୟରୁ ୯୧ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୋଣାର୍କ ଏନଏସିର ଚିହ୍ନଟ ୪ଜଣ ପଜିଟିଭ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ପିପିଲି ଏନ୍ଏସିର ଚିହ୍ନଟ ୬ ଜଣ ପଜିଟିଭଙ୍କ ମଧ୍ୟରୁ ୪ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here