ପୁରୀ :ଚଳିତ ବର୍ଷ ଶିକ୍ଷାଦାନର ସମସ୍ତ ଦେୟ ଛାଡ଼ କରିବା, ପୁରୀ ଭଳି ଧାର୍ମକ କ୍ଷେତ୍ରର ମହତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଆଧ୍ୟାତ୍ମିିକ ବିକାଶ ଆଦି ଛ’ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି ।
ଜିଲ୍ଲାପାଳ ଜରିଆରେ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ କରୋନା ସ୍ଥିତିରେ ଛାତ୍ର ଛାତ୍ରୀଙ୍କ ଆର୍ଥôକ ଓ ସାମାଜିକ ସ୍ଥିତିକୁ ଆଖିଆଗରେ ରଖି ଚଳିତବର୍ଷ ଲାଗି ଶିକ୍ଷାଦାନର ସମସ୍ତଦେୟ ଛାଡ଼ କରିବା,ସଙ୍ଗରୋଧ କରାଯାଇଥିବା ବିଦ୍ୟାଳୟ ଗୁଡ଼ିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରିବାକୁ ଦାବି କରାଯାଇଛି । ଏଥିସହିତ ପୁରୀ ଭଳି ଧାର୍ମôକ କ୍ଷେତ୍ରକୁ ପର୍ଯ୍ୟଟନସ୍ଥଳ କରିବାକୁ ଯାଇ ଏହାର ମହତ୍ତ୍ୱକୁ ନଷ୍ଟ ନକରିବା,ମଠ ଧର୍ମଶାଳାର ପୂର୍ବ ମହତ୍ତ୍ୱ ଅକ୍ଷୁର୍ଣ୍ଣ ରଖି ଏହାକୁ ନ୍ୟସ୍ତସ୍ୱାର୍ଥଗୋଷ୍ଠୀ ହାତରେ ଟେକିନଦେବା, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ସ୍ଥାୟୀଭାବେ ଅଧ୍ୟାତ୍ମିକ ବିକାଶ କରି ଭକ୍ତଙ୍କ ସୁବିଧାଲାଗି ପଦକ୍ଷେପନେବା,ତୀର୍ଥରାଜ ମହୋଦଧିଭଳି ଆଧ୍ୟାତ୍ମିକସ୍ଥାନକୁ ବ୍ଳୁ ଫ୍ଲାଗ ବିଚମାନ୍ୟତା ପାଇବାକୁ ଯାଇ ତାହାର ବ୍ୟବସାୟୀ କରଣ କରାନଯିବାକୁ ସ୍ମାରକ ପତ୍ରରେ ଦାବି କରାଯାଇଛି ।