ପୁରୀ :ସମୁଦ୍ରକୁଳ ଥାନା ପୁଲିସ ୧୧୪ ବୋତଲ ବିଦେଶୀ ମଦ ଜବତ କରିବା ସହିତ ଚୋରା ମାଦକଦ୍ରବ୍ୟ କାରବାରରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ୍ଥାନା ଅନ୍ତର୍ଗତ ହରଚଣ୍ଡିସାହିର ବିଜୟ ଦଳେଇ(୪୮),ତିଆଡ଼ିସାହିର ଗୌରହରି ପାଢୀ(୪୫) ଓ ସମୁଦ୍ରକୁଳଥାନା ଅନ୍ତର୍ଗତ ଗୌଡବାଡ଼ିସାହିର ରାଜେଶ କୁମାର ମହାନ୍ତି(୨୯) । ପୁଲିସ ସୁତ୍ରରୁ ପ୍ରକାଶ, ଏଏସ୍ଆଇ ରମେଶ ଚନ୍ଦ୍ର ବାଲମୁଚୁ ଅନ୍ୟ କର୍ମଚାରୀମାନଙ୍କ ସହିତ ପାଟ୍ରୋଲିଂ କରୁଥିବା ସମୟରେ ସମୁଦ୍ରକୁଳ ଅଞ୍ଚଳରେ ବେଆଇନ୍ଭାବେ ମଦ ବିକ୍ରିହେଉଥିବା ଖବରପାଇ ସେଠାରେ ଚଢାଉକରିଥିଲେ ।

ଚଢାଉ ସମୟରେ ୪ ଜଣ ଅଭିଯୁକ୍ତଠାରୁ ୧୧୪ଟି ବୋତଲରେ ଥିବା ୨୭ଲିଟର ୬୪୫ମିଲିଲିଟର ମଦ ଜବତ କରାଯାଇଥିଲା । ତେବେ ଜଣେ ନବାଳକ ଥିବାରୁ ତାକୁ କୋର୍ଟ ଚାଲାଣ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here