ପୁରୀ :ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କବିବାର ନାଁ ଧରୁନାହିଁ । ଗତକାଲି ୧୫୭ ଜଣ ପଜିଟିଭି ଚିହ୍ନଟ ହୋଇଥିବାବେଳେ ଆଜି ଜିଲ୍ଲାରେ ନୂତନ ପଜିଟିଭ ସଂଖ୍ୟା ୨୩୫ ରହିଛି । ଫଳରେ ପୁରୀ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୪୫ରେ ପହଞ୍ଚିଛି । ଅଦ୍ୟାବଧି ଜିଲ୍ଲାରେ,୬୨ ହଜାର ୯୩୫ ନମୁନା ସଂଗ୍ରହ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୨୪୫ଜଣ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ୩୦୯୬ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୩ରହିଛି ।
କେବଳ ପୁରୀ ମୁ୍ୟନିସପାଲିଟିରେ ୧୪୯୮ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୪୧୯ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଥିବା ବେଳେ ଜିଲ୍ଲାରେ ଆଜି ସୁଦ୍ଧା ୪୫ ଟି କଣ୍ଟେନମେଣ୍ଟ ଜୋନ୍ ରହିଛିି । ମୋଟାମୋଟିଭାବେ ପୁରୀ ଜିଲ୍ଲାରେ ନମୂନା ପରୀକ୍ଷଣରୁ ପଜିଟିଭହାର୬.୭୪ପ୍ରତିଶତ ରହିଥିବାବେଳେ ସୁସ୍ଥହାର୭୨.୯୩ପ୍ରତିଶତ ରହିଛି ।
ଆଜି ସୁଦ୍ଧା ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୨୧୨ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୦୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ସତ୍ୟବାଦୀ ବ୍ଲକରେ ୨୨୯ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨ଜଣ, ଡେଲାଙ୍ଗ ବ୍ଲକରେ ୧୨୩ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ସକ୍ରିୟ ସଂକ୍ରମିତ ଏବେବି ଚିକିତ୍ସାଧିନ ଅଛନ୍ତି । କଣାସ ବ୍ଲକରେ ୨୬୯ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ପୁରୀ ସଦର ବ୍ଲକରୁ ଚିହ୍ନଟ ୪୪୫ପଜିଟିଭ ମଧ୍ୟରୁ ୧୫୨ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।
ସେହିପରି ବ୍ରହ୍ମଗିରିର ଚିହ୍ନଟ ୩୪୨ପଜିଟିଭ ମଧ୍ୟରୁ ୬୬ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୃଷ୍ଣପ୍ରସାଦ ବ୍ଲକରେ ୧୯୭ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗୋପ ବ୍ଲକରେ ୧୯୬ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୫୬ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କାକଟପୁର ବ୍ଲକର ଚିହ୍ନଟ ୨୦୨ପଜିଟିଭଙ୍କ ମଧ୍ୟରୁ ୪୪ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ନିମାପଡ଼ା ବ୍ଳକରେ ଚିହ୍ନଟ ୩୨୯ପଜିଟିଭଙ୍କ ମଧ୍ୟରୁ ୭୩ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୧୭୨ଜଣ ପଜିଟିଭଙ୍କ ମଧ୍ୟରୁ ୭୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୋଣାର୍କ ଏନଏସିର ଚିହ୍ନଟ ୪ଜଣ ପଜିଟିଭଙ୍କ ମଧ୍ୟରୁ ୩ ଜଣ ସୁସ୍ଥହୋଇ ଘରକୁ ଫେରିଥ୍ôବା ବେଳେ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ପିପିଲି ଏନ୍ଏସିର ଚିହ୍ନଟ ୩ ଜଣ ଯାକ ପଜିଟିଭ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବବେଳେ ସୁସ୍ଥ ହାର ହ୍ରାସ ପାଇବା ଉଦ୍ବେଗର ବିଷୟ ହୋଇଛି ।
