Odisha news

ପି.କେ.ଡି.ଏ ର ବିନା ଅନୁମତିରେ ସହରରେ ବଢିଚାଲିଛି କୋଠା ନିର୍ମାଣ ।

0

ପୁରୀ :  ପୁରୀ ସହରରେ ବିଭନ୍ନ ସ୍ଥାନ ତଥା ସିଟି ରୋଡ୍ ଓ ଅନ୍ୟାନ୍ୟ ମୁଖ୍ୟ ରାସ୍ତା ଅଞ୍ଚଳ ସହ ବଡଦାଣ୍ଡରେ ମଧ୍ୟ କୋଠା ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି ।ବଡଦାଣ୍ଡର ଏକ ପ୍ରମୁଖ ଅଚଂଳ ମାଉସୀ ମା ମନ୍ଦିର ଅଞ୍ଚଳରେ ବିନା ଅନୁମତିରେ ଏକ ଗୃହ ନିର୍ମାଣ ଦୃତ ଗତିରେ ଆଗେଇ ଚାଲିଛି । ଗୃହ କର୍ତ୍ତା ଶାସକ ଦଳର ଏକ ଆଗ ଧାଡିର ନେତା ହୋଇଥିବା ଯୋଗୁଁ ପି .କେ.ଡି.ଏ ତାଙ୍କ ବିରୁଦ୍ଧରେ ଅଦ୍ୟାବଧି କୌଣସୀ ନୋଟିସ୍ ଜାରି କରିନଥିବା ଅଭିଯୋଗ ହେଉଛି ।ସରକାରୀ ନିୟମ ଅନୁଯାଇ ଆପାର୍ଟମେଣ୍ଟ କରିବା ନିମନ୍ତେ ଯେଉଁ ନିୟମ ରହିଛି ,ସେହି ନିୟମ କୁଲ୍ଲ୍‌ଘନ କରି କେତେକ କ୍ଷମତା ଶଳୀ ବ୍ୟକ୍ତିି ଆପାର୍ଟମେଣ୍ଟ କରୁଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଓ ପି କେ ଡିଏ କତ୍ତୃପକ୍ଷ ଏ ଦିଗରେ ଅନୁସନ୍ଧାନ କରି ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ନିର୍ମାଣ କାର୍ଯ୍ୟକୁ ବନ୍ଧ କରିବା ନିମନ୍ତେ ନିର୍ଦ୍ଦେଶ ଦେବାପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

Leave A Reply