Odisha news

ପୁରୀରେ ଦୁଇ ଦିନିଆ ରାଷ୍ଟ୍ରୀୟ ସଂସ୍କୃତ ମହାଧୀବେଶନ ଅନୁଷ୍ଠିତ, ସଂସ୍କୃତକୁ ବିଶ୍ବବ୍ୟାପକ କରାଇବାରେ ଲୋକ ଭାଷା ପ୍ରଚାର ସମିତିର ଅବଦାନ ଅତୁଳନୀୟ

0

ପୁରୀ: ଶନିବାର ଦିନ ସ୍ଥାନୀୟ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସରରେ ଲୋକ ଭାଷା ପ୍ରଚାର ସମିତି ପକ୍ଷରୁ ଏକ ଦୁଇ ଦିନିଆ ରାଷ୍ଟ୍ରୀୟ ସଂସ୍କୃତ ମହିଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମେଳନରେ ଓଡ଼ିଶା ଓ ରାଜ୍ୟ ବାହାରର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ସଂସ୍କୃତ ବିଦ୍ୱାନ ଭାଗ ନେଇଛନ୍ତି।  ବିଶ୍ବବ୍ୟାପକ ମାନବ ସଭ୍ୟତା, ଭାରତୀୟ ରାଷ୍ଟ୍ରୀୟତା ଓ ମାନବିକ ମୂଲ୍ୟ ବୋଧର ଉଦଗାତା ସଂସ୍କୃତ ଭାଷା ମାନବ ସମାଜ ପାଇଁ ବରଦାନ। ସଂସ୍କୃତ ମାଧ୍ୟମରେ ପ୍ରକଟିତ ବିଜ୍ଞାନ ସମ୍ମତ ଭାଷା , କାଳଜୟୀ ସାହିତ୍ୟ, ସତ୍ୟାଶ୍ରୟୀ ଦର୍ଶନ, ଓ ଅଦ୍ଭୁତ ବିଜ୍ଞାନର ତତ୍ତ୍ଵକୁ କ୍ରମଶଃ ବିଶ୍ବବ୍ୟାପୀ ବୁଝିବା ପରେ ଏହାର ଆଦର ବଢ଼ିବାରେ ଲାଗିଛି ବୋଲି ବିଶ୍ବବିଦ୍ୟାଳୟ ନ୍ୟୁରୋଲୋଜିଷ୍ଟ ତଥା ସୋଆ ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଭାଷଣରେ କହି ଛନ୍ତି। ଲୋକ ଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକ୍ତର ସଦାନନ୍ଦ ଦୀକ୍ଷିତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସନ୍ମେଳନକୁ ଉଦଘାଟନ କରି ଦିବ୍ୟ ଜୀବନ ସଂଘ ଋଷିକେଶର ସ୍ବାମୀ ଶିବ ଚିଦାନନ୍ଦ ସରସ୍ୱତୀ ଲୋକ ଭାଷା ପ୍ରଚାର ସମିତିର ଏକ ନିଷ୍ଠ ଉଦ୍ୟମକୁ ପ୍ରଶଂସା କରି କହିଲେ, ଯେ ସଂସ୍କୃତକୁ ଲୋକପ୍ରିୟ ଲୋକ ଭାଷାରେ ପରିଣତ କରିବାରେ ଲୋକ ଭାଷା ପ୍ରଚାର ସମିତିର ଅବଦାନ ଅତୁଳନୀୟ।

ତାଳପତ୍ର ପୋଥିରେ ବିକଶିତ ଭାରତୀୟ ବିଦ୍ୟା ବୈଭବ ସମ୍ପକରେ ମାଡ୍ରାସ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କିଶୋର ଚନ୍ଦ୍ର ପାଢି ସଂସ୍କୃତର ବହୁ ବିଧ ବିକାଶ ଉପରେ ଆଲୋକ ପା ତ କରିଥିଲେ। ପୂର୍ବତନ ବିଧାୟିକା ତଥା ସଂସ୍କୃତ ବିଦୁଷୀ ଡ଼ା. ଶିପ୍ରା ମଲ୍ଲିକ ସଂସ୍କୃତ ଭାଷାର କାଳଜୟୀ ମହତ୍ତ୍ଵ ଉପରେ ଆଲୋଚନା କରି ଥିଲେ । ତିରୁପତିସ୍ଥ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ଅଧକ୍ଷ ପ୍ରଫେସର ରଜନୀ କାନ୍ତ ଶୁକ୍ଳ ସଂସ୍କୃତ ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷାନୀତି ମାଧ୍ୟମରେ ବୈପ୍ଲବିକ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ମତ ବ୍ୟକ୍ତ କରିଥିଲେ। ବିହାର ରଜେଦ୍ର ପ୍ରସାର କୃଷି ବିଶ୍ଵ ବିଦ୍ୟାଳୟ ର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ତାଙ୍କ ଭାଷଣରେ ବର୍ତ୍ତମାନ ସମଗ୍ର ବିଶ୍ବରେ ସଂସ୍କୃତ ର ପ୍ରଚାର ପ୍ରସାର ତଥା ଆବଶ୍ୟକତା ରହିଛି ବୋଲି କହି ଥିଲେ। ରାଷ୍ଟ୍ରୀୟ ସଂସ୍କୃତ ସନ୍ମେଳନ  ପକ୍ଷରୁ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସମେତ ବହୁ ଜ୍ଞାନୀ ଗୁଣୀ ବିଦ୍ୱାନ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ବେଦ ପାଠ ଓ ସଙ୍ଗୀତ ପରିବେଷଣ କରା ଯାଇ ଥିଲା। ପ୍ରଫେସର ସୂର୍ଯ୍ୟମଣି ରଥ ସ୍ବାଗତ ଅଭିଭାଷଣ ପ୍ରସଙ୍ଗରେ ବିଗତ ଚାଳିଶ ବର୍ଷ ମଧ୍ୟରେ ଲୋକ ଭାଷା ପ୍ରଚାର ସମିତି ଦେଶ ଓ ବିଦେଶରେ ସଂସ୍କୃତର ପ୍ରଚାର ପ୍ରସାର ସଂପର୍କରେ ସୂଚନା ଦେଇ ଥିଲେ। ଆଜିର ଏହି କାର୍ଯ୍ୟ କ୍ରମରେ ଲୋକ ଭାଷା ପ୍ରଚାର ସମିତି ର ସଭାପତି ବିଦ୍ୟାଧର ମିଶ୍ର, ଉପସଭାପତି ଡାକ୍ତର ଜ୍ୟୋସ୍ତ୍ନା ରାଣୀ ମହାନ୍ତି, ସମ୍ପାଦକ ବିଭୂତି କରଙ୍କ ସମେତ ବହୁ କର୍ମ କର୍ତ୍ତା ଉପ ସ୍ଥିତ ଥିଲେ। ବିଶିଷ୍ଟ ବିଦ୍ୱାନ ନିରଦ ଚନ୍ଦ୍ର ଆର୍ଯ୍ୟ ସଭା ସଂଯୋଜନା କରି ଥିଲେ। ଶେଷରେ ପ୍ରଫେସର ରମାକାନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ଥିଲେ।

Leave A Reply