Odisha news

ପୁରୀ : ଚତୁର୍ଥ ଦିବସରେ ୪୧ ଜିଲ୍ଳାପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ

0

ପୁରୀ,୨୦ା୧ :ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଦଶ ଅନୁଯାୟୀ କରୋନା କଟକଣା ମଧ୍ୟରେ ତି୍ରସ୍ତରୟୀ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲର ଚତୁର୍ଥ ଦିବସ ସୁଦ୍ଧା ଜିଲ୍ଲାରେ ୮୫ଜଣ ଜିଲ୍ଳାପରିଷଦ ସଦସ୍ୟ, ୪୭୪୧ଜଣ ୱାର୍ଡ଼ମେମ୍ବର,୭୦୪ଜଣ ସରପଞ୍ଚଓ ୪୯୪ଜଣ ସମିତି ସଦସ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ୪୧ଜଣ ଜିଲ୍ଳାପରିଷଦ ପ୍ରାର୍ଥୀ,୨୦୭ଜଣ ୱାର୍ଡ଼ମେମ୍ବର, ୨୭ଜଣ ସରପଞ୍ଚ ଓ ୨୮ଜଣ ସମିତିସଭ୍ୟପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ପୁରୀସଦର ବ୍ଲକରୁ ୫ଜଣ ଜିଲ୍ଳାପରିଷଦ ସଦସ୍ୟ, ୨୦୭ଜଣ ୱାର୍ଡ଼ମେମ୍ବର,୨୭ଜଣ ସରପଞ୍ଚ ଓ ୨୮ଜଣ ସମିତିସଭ୍ୟ ପ୍ରାର୍ଥୀ ଥିବା ଜଣାଯାଇଛି । ସେହିପରି ଅସ୍ତରଙ୍ଗ ବ୍ଲକ ଅଞ୍ଚଳରୁ ୨ଜଣ ଜିଲ୍ଳାପରିଷଦ ସଦସ୍ୟ,୧୧୫ଜଣ ୱାର୍ଡ଼ମେମ୍ବର,୧୦ଜଣ ସରପଞ୍ଚଓ ୨୦ଜଣ ସମିତି ସଦସ୍ୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଥିବାବେଳେ,ବ୍ରହ୍ମଗିରିରୁ ୯ଜଣ ଜିଲ୍ଳାପରିଷଦ ସଦସ୍ୟ,୧୫୪ଜଣ ୱାର୍ଡ଼ମେମ୍ବର, ୧୯ଜଣ ସରପଞ୍ଚଓ ୧୯ଜଣ ସମିତି ସଦସ୍ୟ, ଡ଼େଲାଙ୍ଗରୁ ୩ଜଣ ଜିଲ୍ଳାପରିଷଦ ସଦସ୍ୟ,୧୫୬ଜଣ ୱାର୍ଡ଼ମେମ୍ବର,୩୧ଜଣ ସରପଞ୍ଚଓ ୧୮ଜଣ ସମିତି ସଦସ୍ୟ,ଗୋପରୁ ୪ଜଣ ଜିଲ୍ଳାପରିଷଦ ସଦସ୍ୟ, ୨୪୫ଜଣ ୱାର୍ଡ଼ମେମ୍ବର,୨୧ଜଣ ସରପଞ୍ଚଓ ୧୯ ଜଣ ସମିତି ସଦସ୍ୟ, କାକଟପୁରରୁ ୫ଜଣ ଜିଲ୍ଳାପରିଷଦ ସଦସ୍ୟ, ୧୬୩ଜଣ ୱାର୍ଡ଼ମେମ୍ବର,୩୩ଜଣ ସରପଞ୍ଚଓ ୧୭ ଜଣ ସମିତି ସଦସ୍ୟ,କଣାସରୁ ଜଣେ ଜିଲ୍ଳାପରିଷଦ ସଦସ୍ୟ,୧୨୧ଜଣ ୱାର୍ଡ଼ମେମ୍ବର,୨୧ଜଣ ସରପଞ୍ଚଓ ୨୪ ଜଣ ସମିତି ସଦସ୍ୟ, ନିମାପଡ଼ାରୁ ୩ଜଣ ଜିଲ୍ଳାପରିଷଦ ସଦସ୍ୟ,୨୨୧ଜଣ ୱାର୍ଡ଼ମେମ୍ବର,୨୩ଜଣ ସରପଞ୍ଚଓ ୨୦ଜଣ ସମିତି ସଦସ୍ୟ,ପିପିଲିରୁ ୧୬୫ଜଣ ୱାର୍ଡ଼ମେମ୍ବର୨୧ଜଣ ସରପଞ୍ଚଓ ୨୫ଜଣ ସମିତି ସଦସ୍ୟ,ସତ୍ୟବାଦୀରୁ ୪ଜଣ ଜିଲ୍ଳାପରିଷଦ ସଦସ୍ୟ,୧୨୮ଜଣ ୱାର୍ଡ଼ମେମ୍ବର,୧୮ଜଣ ସରପଞ୍ଚଓ ୧୭ଜଣ ସମିତି ସଦସ୍ୟ ଓ କୃଷ୍ଣ ପ୍ରସାଦର ୫ଜଣ ଜିଲ୍ଳାପରିଷଦ ସଦସ୍ୟ,୧୨୬ଜଣ ୱାର୍ଡ଼ମେମ୍ବର,୨୨ଜଣ ସରପଞ୍ଚଓ ୧୮ଜଣ ସମିତି ସଦସ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ୨୨ରେ ନାମାଙ୍କନ ଯାଞ୍ଚକରାଯିବ ।୨୫ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଚାହିଁଲେ ପ୍ରାର୍ଥୀପତ୍ର ପତ୍ୟାହାର କରିପାରବେ ।୨୫ରେ ଚୁଡ଼ାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ ।

Leave A Reply