ଅଭିନେତ୍ରୀ ଈଶା କୋªିକର ବଲିଉଡ୍ରେ ପ୍ରିୟାପ୍ରୀତି ତୋଷଣ ଯୋଗୁ ଫିଲ୍ମ ନ ମିଳିଥିବା କଥା କହିଛନ୍ତି । ସେ କହିଛନ୍ତି, ‘ଜଣେ ଅଭିନେତାଙ୍କ କଥାରେ ଶେଷ ସମୟରେ ତାଙ୍କୁ ଫିଲ୍ମରେ ରିପ୍ଲେସ୍ କରାଯାଇଥିଲା ଯିଏ ଏବେ ଜଣେ ସୁପର୍ଷ୍ଟାର୍ । ମୁଁ ଫିଲ୍ମର ମହୁରତକୁ ଯିବା ସମୟରେ ମୋତେ ବାହାର କରିଦିଆଇଥିବା କଥା ଜାଣିବାକୁ ପାଇଲି ।’ ଈଶା ଏକ ଇଣ୍ଟରଭୁ୍ୟରେ କହିଛନ୍ତି, ‘ଅନେକ ସମୟରେ ମୋତେ ଫିଲ୍ମରେ ନେବା ପାଇଁ ସିଲେକଫ ହେଉଥିଲା, କିନ୍ତୁ ସେହି ସମୟରେ କାହା ମା’, ବାପାଙ୍କ ଫୋନ୍ ଆସୁଥିଲା ଓ ତାଙ୍କ ଝିଅକୁ ସେହି ରୋଲ୍ ମିଳିଯାଉଥିଲା । ଅନେକ ସମୟରେ ମୁଁ ଫିଲ୍ମରେ ଅଛି କି ନାହିଁ, ମୋତେ ସୂଚନା ଦିଆଯାଉ ନ ଥିଲା । ହେଲେ ମୋତେ ରିପ୍ଲେସ୍ କରିବାର ସ୍ପଷ୍ଟୀକରଣ ଦିଆଯାଉ ନ ଥିଲା ।’ ଈଶା ରାମ ଗୋପାଳ ବର୍ମାଙ୍କ ଗ୍ୟାଙ୍ଗଷ୍ଟର୍ ଡ୍ରାମା ‘କମ୍ପାନୀ’ର ଗୀତ ଖଲ୍ଲାସରେ ଏକ ସ୍ପେଶାଲ ନମ୍ବର ସହିତ ବଲିଉଡ୍ରେ ବିଶେଷ ପରିଚୟ ପାଇଥିଲେ ।