ଭାରତ ହେଉଛି ବୀରଭୂମି ର ଦେଶ l ଏହି ଭୂମିରେ ଅନେକ ଲକ୍ଷ ଲକ୍ଷ ବୀର ଯୋଦ୍ଧା ଜନ୍ମ ନେଇଛନ୍ତି, ସେହି ଯୋଦ୍ଧା ମାନଙ୍କ ମଧ୍ୟରୁ ଜଣେ ହେଲେ ପୃଥିବୀରାଜ ଚୌହାନ l ଏହି ନାମଟି ଭାରତ ଇତିହାସ ରେ ଗୋଟିଏ ଅବିସ୍ମରଣୀୟ ନାମ l ଚୌହାନ ବଂଶରେ ଜନ୍ମିତ ପୃଥିବୀରାଜ ଜଣେ ହିନ୍ଦୁ ଶାସକ ଥିଲେ ଓ ତାଙ୍କର ଜନ୍ମ ୧୧୬୩ ରେ ହୋଇଥିଲା l ତାଙ୍କ ପିତାଙ୍କ ନାମ ସୋମେଶ୍ୱର ଓ ମାତାଙ୍କ ନାଁ କରପୁରଦେବୀ ଚୌହାନ ଥିଲା l ତାଙ୍କ ମାତାପିତା ଙ୍କ ବିବାହର ୧୨ ବର୍ଷ ପରେ ପୃଥିବୀରାଜ ଙ୍କର ଜନ୍ମ ହୋଇଥିଲା l ମାତ୍ର ୧୧ ବର୍ଷ ବୟସରେ, ନିଜ ପିତାଙ୍କ ମୃତ୍ୟୁ ପରେ ଦିଲ୍ଲୀ ଓ ଅଜମେର ର ଶାସନ ସମ୍ଭାଳି ଥିଲେ ଓ ତାହାକୁ ଅନେକ ରାଜ୍ୟର ସୀମା ସହିତ ମିଶାଇ ଥିଲେ l ସେ ଛୋଟ ବେଳରୁ ଗୋଟିଏ କୁଶଳ ଜୋଧା ଥିଲେ l ସେ ନିଜ ବାଲ୍ୟ କାଳରୁ ଶବ୍ଦଭେଦି ବାଣ ବିଦ୍ୟା ଶିଖିଥିଲେ l
ପୃଥୀବିରାଜ ଚୌହାନ ଙ୍କ ବାଲ୍ୟ ବନ୍ଧୁ :-
ପୃଥିବୀରାଜ ଙ୍କ ବାଲ୍ୟ ବନ୍ଧୁ ଚନ୍ଦବରଦାଇ ଗୋଟିଏ ଭାଇ ଠାରୁ ମଧ୍ୟ କମ ନଥିଲେ l ସେ ତୋମାର ବଂଶ ର ଶାସକ ଅନଂଗପାଳ ଙ୍କ ଝିଅର ପୁଅ ଥିଲେ l ଚନ୍ଦବରଦାଇ ପରେ ଦିଲ୍ଲୀ ର ଶାସକ ହୋଇଥିଲେ ଓ ପୃଥିବୀରାଜ ଙ୍କ ସହଯୋଗ ରେ ପିଠୋରଗଡ଼ ନିର୍ମାଣ କରିଥିଲେ, ଯାହା ଆଜି ମଧ୍ୟ ଦିଲ୍ଲୀ ର ପୁରୁଣା କିଲ୍ଲା ଭାବରେ ପରିଚିତ l ଅଜମେର ର ମହାରାଣୀ କପୁରୀଦେବୀ ନିଜ ପିତା ଅଙ୍ଗପାଳଙ୍କ ଗୋଟିଏ ସନ୍ତାନ ଥିଲେ l ସେଥିପାଇଁ ତାଙ୍କ ଆଗରେ ବଡ ସମସ୍ୟା ଥିଲା ଯେ ତାଙ୍କ ମୃତ୍ୟୁପରେ ତାଙ୍କ ଶାସନ ଭାର କିଏ ସମ୍ଭାଳିବି l ସେ ନିଜ କନ୍ୟା ଓ ଜୋଇଁ ଙ୍କ ସହିତ କଥାହୋଇ ତାଙ୍କ ସହମତି ରେ ପୃଥିବୀରାଜ ଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ l ୧୧୬୬ ରେ ମହାରାଜ ଅଙ୍ଗପାଳ ଙ୍କ ମୃତ୍ୟୁ ପରେ ପୃଥିବୀରାଜ ଚୌହାନ ଦିଲ୍ଲୀ ର ଗାଦି ପାଇଁ ଅଭିଷେକ କରାଯାଇ ଥିଲା l ଏହାପରେ ସେ ଦିଲ୍ଲୀର ଶାସନ ସମ୍ଭାଳି ଥିଲେ l
ପୃଥୀବିରାଜ ଚୌହାନ ଓ କାନୋଜ ରାଜକୁମାରୀ ସଂଯୁକ୍ତା ଙ୍କ ପ୍ରେମ କାହାଣୀ :-
ପୃଥିବୀରାଜ ଓ ସଂଯୁକ୍ତା ପ୍ରେମ ଆଜି ମଧ୍ୟ ଭାରତ ଇତିହାସ ରେ ସ୍ମରଣୀୟ ହୋଇ ରହିଛି l ଉଭୟ ଉଭୟ ଙ୍କ ର କେବଳ ଚିତ୍ର ଦେଖି ମୋହିତ ହୋଇଥିଲେ l ଅପର ପକ୍ଷରେ ସଂଯୁକ୍ତା ଙ୍କ ପିତା ଜୟଚନ୍ଦ୍ର ପୃଥିବୀରାଜ ଙ୍କୁ ସହ୍ୟ କରି ପାରୁ ନଥିଲେ, ତେଣୁ ସେ ନିଜ କନ୍ୟାଙ୍କ ବିବାହ ପୃଥିବୀରାଜ ଙ୍କ ସହିତ କରାଇବାକୁ ଇଛା କରୁ ନଥିଲେ l ଜୟଚନ୍ଦ୍ର ସର୍ବଦା ପୃଥିବୀରାଜ ଙ୍କୁ ଅପମାନିତ କରିବାକୁ ଚାହୁଁଥିଲେ l ତେଣୁ ସେ ନିଜ କନ୍ୟା ସଂଯୁକ୍ତା ଙ୍କ ସ୍ଵୟମ୍ବର ରେ ପୃଥିବୀରାଜ ଙ୍କୁ ନିମନ୍ତ୍ରଣ କରି ନଥିଲେ l ସ୍ଵୟମ୍ବର ରେ ଭାରତର ସମସ୍ତ ହିନ୍ଦୁ ରାଜାଙ୍କୁ ନିମନ୍ତ୍ରଣ ଦିଆ ଯାଇଥିଲା କିନ୍ତୁ ପୃଥିବୀରାଜ ଙ୍କର ଗୋଟିଏ ମୂର୍ତି ନିର୍ମାଣ କରି ଦ୍ୱାରପାଳ ଭାବରେ ରଖା ଯାଇଥିଲା l କିନ୍ତୁ ଯେତେବେଳେ ସଂଯୁକ୍ତା ପୃଥିବୀରାଜ ଙ୍କ ମୂର୍ତି ଉପରେ ସ୍ଵୟମ୍ବର ମାଳ ପିନ୍ଧାଇଥିଲେ ଠିକ ସେତିକି ବେଳେ ସଂଯୁକ୍ତା ଙ୍କ ସମ୍ମତି କ୍ରମେ ପୃଥିବୀରାଜ ତାଙ୍କୁ ସେଠୁ ଅପହରଣ କରିଥିଲେ ଓ ନିଜ ରାଜ୍ୟକୁ ଆଣିଥିଲେ ଓ ବିଧିବିଧାନ ଭାବରେ ବିବାହ କରିଥିଲେ l ଏହାପରେ ଜୟଚନ୍ଦ୍ର ଓ ପୃଥିବୀରାଜ ଙ୍କ ମଧ୍ୟରେ ଶତ୍ରୁତା ଆହୁରି ବଢି ଯାଇଥିଲା l
ପୃଥିବୀ ଚୌହାନ ଙ୍କ ବିଶାଳ ସେନା :-
ପୃଥୀବିରାଜ ଙ୍କ ସେନାବାହିନୀ ଖୁବ ବିଶାଳ ଥିଲା l ତାଙ୍କ ସୈନ୍ୟବାହିନୀ ର ପାରଦର୍ଶିତା ଯୋଗୁଁ ସେ ଅନେକ ଯୁଦ୍ଧ ରେ ଜୟଲାଭ କରି ନିଜ ରାଜ୍ୟର ସୀମାରେ ସାମିଲ କରୁଥିଲେ l କିନ୍ତୁ କୁଶଳୀ ଘୋଡା ଚାଳକଙ୍କ କମି ଓ ଜୟଚନ୍ଦ୍ର ଙ୍କ ବିଶ୍ୱାସଘାତକତା ଓ ଅନ୍ୟ ରାଜପୁତ ରାଜାଙ୍କ ବିନା ସହଯୋଗ ରେ ମହମଦ ଘୋରୀ ଙ୍କ ନିକଟରୁ ହାରି ଯାଇଥିଲେ l
ପୃଥିବୀରାଜ ଚୌହାନ ଓ ମହମଦ ଘୋରୀଙ୍କ ମଧ୍ୟରେ ଯୁଦ୍ଧ :-
ନିଜ ରାଜ୍ୟ ବିସ୍ତାର କୁ ନେଇ ପୃଥୀବିରାଜ ଚୌହାନ ସର୍ବଦା ସଜାଗ ରହୁଥିଲେ ଓ ସେ ଏଇଥର ପଞ୍ଜାବ କୁ ବାଛିଥିଲେ l ସେତେବେଳେ ସମ୍ପୂର୍ଣ ପଞ୍ଜାବ ଉପରେ ମହମଦ ସହବୁଦିନ ଘୋରୀ ଙ୍କ ଶାସନ ଥିଲା l ସେ ପଞ୍ଜାବ ର ଭାଟ୍ୱିଣ୍ଡା ରୁ ନିଜର ଶାସନ ଚଳାଉ ଥିଲା l ଘୋରୀଙ୍କ ସହିତ ବିନା ଯୁଦ୍ଧରେ ପଞ୍ଜାବ ଉପରେ ଶାସନ କରିବା ଅସମ୍ଭବ ଥିଲା l ତେଣୁ ପୃଥୀବିରାଜ ଘୋରୀ ଙ୍କୁ ଆକ୍ରମଣ କଲେ l ଏହି ଯୁଦ୍ଧ ସରାହୀନ୍ଦ କିଲ୍ଲା ନିକଟରେ ତରାଇନ ନାମକ ସ୍ଥାନରେ ହୋଇଥିବାରୁ ଏହାକୁ ତରାଇନ ଯୁଦ୍ଧ ମଧ୍ୟ କୁହାଯାଏ l ଏହି ଯୁଦ୍ଧ ପରିଣାମ ହୀନ ଥିଲା, କାରଣ ମହମଦ ଘୋରି ଆହତ ହେବାପରେ ତାଙ୍କ ସୈନିକ ତାଙ୍କୁ ମହଲ କୁ ଉପଚାର ପାଇଁ ନେଇ ଯାଇଥିଲା l ଏହି ଯୁଦ୍ଧ ରେ ପୃଥୀବିରାଜ ଯେଉଁ ଧନସମ୍ପଦ ପ୍ରାପ୍ତ କରିଥିଲେ ସେ ନିଜ ସୈନ୍ୟଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ l
ନିଜ ପୁତ୍ରିଙ୍କ ଅପହରଣ ପରେ ଜୟଚନ୍ଦ୍ର ପୃଥୀବିରାଜ ଙ୍କୁ ନିଜର ଶତ୍ରୁ ଭାବରେ ଧରି ବସିଲେ l ଯେତେବେଳେ ସେ ମହମଦ ଘୋରି ଓ ପୃଥୀବିରାଜ ଙ୍କ ମଧ୍ୟରେ ଯୁଦ୍ଧ ବିଷୟରେ ଜାଣିଲେ, ପୃଥୀବିରାଜ ଙ୍କ ବିରୁଦ୍ଧରେ ମହାମାଦ ଘୋରୀଙ୍କ ସହିତ ବନ୍ଧୁତା କଲେ l ଏହାପରେ ଉଭୟ ମିଶି ୨ବର୍ଷ ପରେ ୧୧୯୨ ରେ ପୁନର୍ବାର ପୃଥୀବିରାଜ ଚୌହାନ ଙ୍କୁ ଆକ୍ରମଣ କଲେ l ଏହି ଯୁଦ୍ଧ ସମୟରେ ଯେତେବେଳେ ପୃଥୀବିରାଜ ଙ୍କ ବନ୍ଧୁ ଚନ୍ଦବରଦାଇ ଅନ୍ୟ ରାଜପୁତ ରାଜାଙ୍କୁ ସାହାଯ୍ୟ ମାଗିଲେ ସମସ୍ତେ ସଂଯୁକ୍ତା ଙ୍କ ସ୍ଵୟମ୍ବର ରେ ହୋଇଥିବା ଅପମାନକୁ ସ୍ମରଣ କରି ମୁହଁ ବୁଲାଇ ଦେଲେ l ଏହାପରେ ପୃଥୀବିରାଜ ନିଜର ୩ଲଖ୍ୟ ସୈନ୍ୟଙ୍କ ସହଜରେ ଘୋରୀ ସେନା ଉପରେ ଆକ୍ରମଣ କଲେ l ମହମଦ ଘୋରୀ ଙ୍କ ସୈନ୍ୟବାହିନୀ ରେ ଭଲ ଘୋଡ଼ ସବାର ଥିବା କାରଣରୁ ପୃଥୀବିରାଜ ଙ୍କ ସେନା ଙ୍କୁ ଚାରି ପଟରୁ ଘେରିଗଲେ l ଜୟଚନ୍ଦ୍ର ଙ୍କ ସୈନିକ ମାନେ ପୃଥୀବିରାଜ ଙ୍କ ସୈନ୍ୟଙ୍କୁ ହତ୍ୟା କଲେ ଓ ପୃଥୀବିରାଜ ଏବଂ ତାଙ୍କ ବନ୍ଧୁ ଚନ୍ଦବରଦାଇ ଙ୍କୁ ବନ୍ଦୀ କରାଗଲା l
ଜୟଚନ୍ଦ୍ର ଙ୍କୁ ମଧ୍ୟ ହତ୍ୟା କରାଗଲା, ଏହାପରେ ପଞ୍ଜାବ, ଦିଲ୍ଲୀ, ଅଜମେର ଓ କାନୋଜ ରେ ଘୋରୀ ଶାସନ ଚାଲିଲା l ଏହାପରେ କୌଣସି ରାଜପୁତ ଶାସନ ଭାରତରେ ନିଜର ବୀରତ୍ୱ ଦେଖାଇ ପାରିଲେ ନାହିଁ l
ପୃଥୀବିରାଜ ଙ୍କ ମୃତ୍ୟୁ -:
ଏହାପରେ ପୃଥୀବିରାଜ ଙ୍କୁ ବନ୍ଦୀ କରି ଅନେକ ଯାତନା ଦିଆଗଲା ଏହାପରେ ଗରମ ତେଲ ପକାଇ ତାଙ୍କ ଆକ୍ଷି କୁ ନଷ୍ଟ କରିଦିଆଗଲା l ମୃତ୍ୟୁଦଣ୍ଡ ପୂର୍ବରୁ ପୃଥୀବିରାଜ ଙ୍କୁ ତାଙ୍କର ଶେଷ ଇଛା ପଚରା ଯିବାରୁ ସେ କହିଥିଲେ ନିଜ ଚନ୍ଦବରଦାଇ ଙ୍କ ଶବ୍ଦ ରେ ଶବ୍ଦ ଭେଦି ବାଣ ପ୍ରୟୋଗ କରିବେ l ସେହିଭଳି ଭାବରେ ଚନ୍ଦବରଦlଇ ଙ୍କ ଦ୍ୱାରା କୁହାଯାଉ ଥିବା ପଂକ୍ତି ଅନୁସାରେ ବାଣ ପ୍ରୟୋଗ କରି ମହମଦ ଘୋରୀ କୁ ସଭା ମଧ୍ୟରେ ହତ୍ୟା କରିଥିଲେ l ଏହାପରେ ନିଜର ଦୁର୍ଗତି ଚିନ୍ତାକରି ଉଭୟ ବନ୍ଧୁ ନିଜର ଜୀବନ ସମାପ୍ତ କରିଦେଲେ l ଏହି ସମ୍ବାଦ ଶୁଣି ସଂଯୁକ୍ତl ମଧ୍ୟ ନିଜର ଜୀବନ ଶେଷ କରିଦେଲେ l