Odisha news

ସଟଡାଉନ ବେଳେ ଖବର କାଗଜ ବିତରଣ କଟକଣାମୁକ୍ତ

0

ଭଦ୍ରକ, ୪ ଜୁନ୍ :  ପ୍ରତି ଶନିବାର ଓ ରବିବାର ସଟଡାଉନ ବେଳେ ଖବରକାଗଜ ବିତରଣ କଟକଣା ମୁକ୍ତ ରହିବ । ଏହା ସ୍ପଷ୍ଟ କରିଛନ୍ତି ଭଦ୍ରକ ଜିଲାପାଳ ଡ.ଜ୍ଞାନ ଦାସ । ଖବରକାଗଜ ବିତରଣ ଉପରେ ପ୍ରଶାସନ ପକ୍ଷରୁ କୌଣସି କଟକଣା ରୁଜୁ ହୋଇନାହିଁ ବୋଲି ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିଭଳି ଗଣମାଧ୍ୟମ ଅଥବା ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ସଟଡାଉନ ସମୟରେ ଖବର ସଂଗ୍ରହ ତଥା ତତସମ୍ପର୍କିତ କାର୍ଯ୍ୟନିର୍ବାହ ଲାଗି କୌଣସି ସ୍ୱତନ୍ତ୍ର ପାସ ହାସଲ କରିବାର ଆବଶ୍ୟକତା ନାହିଁ । ନିଜର ପରିଚୟପତ୍ର ହିଁ ପାସ୍ ବୋଲି କହିଛନ୍ତି ଜିଲାପାଳ ଡ.ଜ୍ଞାନ ଦାସ ।

Leave A Reply