ଧର୍ମଶାଳା,୪ଜୁନ : ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନିଳକଣ୍ଠପୁର ସତ୍ୟସାଇ କ୍ରିକେଟ ପଡିଆ ପୋତା କାର୍ଯ୍ୟରେ ମଣିଷ ବଦଳରେ ମେସିନ କରୁଛି କାମ । ଲକଡାଉନ କାରଣରୁ ଦିନ ମଜୁରିଆମାନେ ଘରେ ବସି ରହିଥ୍ôବା ବେଳେ ସେମାନଙ୍କ ପେଟ ପାଟଣାକୁ ଆଖିରେ ରଖି ସରକାର ସେମାନଙ୍କୁ ତୁରନ୍ତ କାମ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ହେଲେ ଏଠି ଶ୍ରମିକ ବଦଳରେ ଦିନ ରାତି ଜେସିବି ଓ ଶହଶହ ଟ୍ରାକ୍ଟର ଲଗାଇ ଚାଲିଛି ମାଟିଉଠା କାମ । ଲକଡାଉନରେ ଘରେ ବସି ରହିଥିବା ଜବକାର୍ଡଧାରୀ କିମ୍ବା ପ୍ରବାସୀ ଓଡିଆ ମାନେ କାମ ଧନ୍ଦା ନପାଇ ଘୋର ଆର୍ଥିକ ଅଭାବର ସମ୍ମୁଖୀନ ହେଉଛନ୍ତି । ଏଣୁ ଏମାନେ କିପରି କାମ ପାଇ ପାରିବେ ଉଭୟ ସରକାର ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ମାତ୍ର କିଛି ମୁଷ୍ଟିମେୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ମେସିନରେ କାମ କରୁଥିବା ଦେଖିବାକୁ ମିଳିଛି । ଏପରିକି ଶ୍ରମିକଙ୍କୁ କାମ ନ ଦେଇ ବିନା ସୂଚନା ଫଳକରେ କାମ କରାଯାଉଛି । ଯାହାକୁ ନେଇ ଗ୍ରାମରେ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଭିଯୋଗ ମୁତାବକ ଏହି କାର୍ଯ୍ୟପାଇଁ ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଚଂଚକତା ପୂର୍ବକ ମନରେଗାରୁ ୧୦ ଲକ୍ଷ ଓ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରୁ ୫ଲକ୍ଷ ଟଙ୍କା ଭର୍ତି କରାଯାଇ କାମ କରାଯାଇଥବବା ଜଣାପଡିଛି । ଏହି କାର୍ଯ୍ୟ ମନରେଗା କାମ ନୁହେଁ ପଂଚାୟତ ହେଡରୁ କେନ୍ଦ୍ରୀୟ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରୁ ଖର୍ଚ୍ଚ ହେଉଥିବା କାରଣରୁ ଏଥିରେ ଲୋକ କାମ ନ କରିଲେ କିଛି ଅସୁବିଧା ନାହିଁ ବୋଲି ଝାଲପଡା ସରପଂଚ ନିର୍ମଳ ସାମଲ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।