ପ୍ରେମାନନ୍ଦ ଜୀ ମହାରାଜ ଜଣେ ମହାନ ସନ୍ଥ ଭାବରେ ସାରା ଭାରତରେ ଜଣାଶୁଣା , ଗୁରୁଜୀ ଙ୍କ ଅନମୋଲ ବିଚାର ଜୀବନ କୁ ସୁଧାରିବା ଓ ସନ୍ତୁଳନ ରଖିବା ପାଇଁ ମାର୍ଗଦର୍ଶନ କରାଇଥାଆନ୍ତି l ଯାହା ଆମକୁ କଠିନ ପରିସ୍ଥିତି ରେ ଜୀବନ ଆଗକୁ ବଂଚିବାରେ ସାହାଯ୍ୟ କରିଥାଏ l
– ପ୍ରତ୍ୟେକ ମଣିଷ ଜୀବନ ରେ ଆଧ୍ୟାତ୍ମିକ ଚେତନା ନିହାତି ରହିବl ଜରୁରୀ, ଆଧ୍ୟାତ୍ମିକ ଚେତନା ଦ୍ୱାରା ମଣିଷ ଜୀବନ ରୁ ଖରାପ ଚିନ୍ତା ଓ ଖରାପ ଭାବନା ଦୂର ହୋଇଥାଏ l ତେଣୁ ଆମ ସମସ୍ତଙ୍କ ଜୀବନ ରେ ଆଧ୍ୟାତ୍ମିକ ଚେତନା ନିହାତି ଆବଶ୍ୟକ l
– ଆମ ଜୀବନ ରେ ଆମର ବୁଦ୍ଧି ସୁଧ ହେବା ନିହାତି ଜରୁରୀ, କାହିଁକିନା ବିଚାର ଓ ଭାବନା ମନୁଷ୍ୟ ର ବୁଦ୍ଧି ରୁ ଆସିଥାଏ l ଆମେ କଣ କରିବା ଓ କଣ ନକରିବା ତାହା ମଧ୍ୟ ଆମେ ଜାଣି ରଖିବା ଆବଶ୍ୟକ ଯାହା ଆମ ବୁଦ୍ଧି ନିର୍ଣ୍ଣୟ କରଥାଏ, ଆମ ଅନ୍ତଃକରଣ ରେ ୪ଟି ସ୍ଥିତି ରହିଛି, ତାହା ହେଉଛି ମନ , ବୁଦ୍ଧି , ଚିତ୍ତ ଓ ଅହଂକାର l
– ଚିତ୍ତ ସେହି ବିଷୟ ରେ ଚିନ୍ତା କରିଥାଏ,କେଉଁ କାର୍ଯ୍ୟ କରିବା ଜରୁରୀ ଓ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ l କାହିଁକିନା ନିର୍ଣ୍ଣୟ ବୁଦ୍ଧି ଦେଇଥାଏ l ଏବଂ ଆମେ କେଉଁ କାର୍ଯ୍ୟ କରିବା ଜରୁରୀ ଓ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଏହା ବୁଦ୍ଧିର ନିର୍ଣ୍ଣୟ ହୋଇଥାଏ l
– ତେଣୁ ଆମେ ଜୀବନ ରେ ନିଜ ବୁଦ୍ଧି କୁ ଶୁଦ୍ଧ ରଖିବା ଜରୁରୀ, ଯଦି ଆମେ ଈଶ୍ୱର ଙ୍କ ନିକଟରେ ନିଜ ମନକୁ ଓ କାମ କୁ ସମର୍ପଣ କରିବା ଜରୁରୀ l ତେବେ ଯାଇ ଆମ ମନରୁ ଅହଂକାର ଭାବ ଦୂର ହେବ l ନଚେତ ଏହି ଅହଂକାର ଆମ ପାଇଁ କାଳ ହୋଇଯିବ ଓ ନର୍କ କୁ ଟାଣି ନେଇଥାଏ l ଏବଂ ଖରାପ କାର୍ଯ୍ୟ କରିବାକୁ ଦର୍ଶାଇଥାଏ l