ହିମାଂଶୁ ଶେଖର ଆ·ର୍ଯ୍ୟ : ଭାରତୀୟ ଅର୍ଥନୀତିର ଏକ ମୈାଳିକ ବୈଶିଷ୍ଟ୍ୟ ହେଲା ଦାରିଦ୍ର୍ୟ । କ୍ରମାଗତ ଭାବେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଇବା ସତ୍ତ୍ୱେ ଦେଶରେ ଦାରିଦ୍ର୍ୟତାର ପ୍ରଭାବ ଅତୁଟ ରହିଛି । ଦେଶରେ ବିଭିନ୍ନ ଅଞ୍ଚଳରେ ବହୁସଂଖ୍ୟକ ଲୋକ ସର୍ବନିମ୍ନ ମୈାଳିକ ଆବଶ୍ୟକତାରୁ ବଞ୍ଚôତ ହୋଇ ଦୁଃଖ ଦାରିଦ୍ର୍ୟରେ କାଳ ଯାପନା କରୁଥିବାର ଦେଖାଯାଏ, ଯାହାକୁ ଆମେ ଦାରିଦ୍ର୍ୟ ବୋଲି କହୁ ।
ଦାରିଦ୍ର୍ୟ ସେମାନଙ୍କ ପ୍ରତି ଏକ ଅଭିଶାପ ଏବଂ ଏହା ଏକ ସାମାଜିକ ବ୍ୟାଧି । ଭାରତୀୟ ଅର୍ଥବ୍ୟବସ୍ଥାର ଏହା ଏକ ବିଷାଦମୟ ଓ କଳଙ୍କିତ ବିଷୟ । ଦାରିଦ୍ର୍ୟ ସମସ୍ୟା ଉପଲବ୍ଧ କରିବାକୁ ହେଲେ ଆମକୁ ଏହାର ସଂଜ୍ଞା , ଆକାର ଓ କାରଣକୁ ଆଲୋଚନା ପରିସରଭୁକ୍ତ କରିବାକୁ ହେବ । ଏହି ଦାରିଦ୍ର୍ୟ ଭାରତର ଏକ ପ୍ରମୁଖ ସମସ୍ୟା । କ୍ରମାଗତ ଭାବେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିଲେ ମଧ୍ୟ ଆମ ଦେଶରେ ଦାରିଦ୍ର୍ୟତାର ପ୍ରଭାବ ଅତୁଟ ରହିଛି ।
ଦାରିଦ୍ର୍ୟ ମାନବର ଏକ ଦୁଃଖଦ ଅବସ୍ଥା । ଜୀବନ ଧାରଣ, ସ୍ୱାସ୍ଥ୍ୟ ରକ୍ଷା ତଥା ଦକ୍ଷତା ବୃଦ୍ଧି ପରି ସର୍ବନିମ୍ନ ମୋ÷ଳିକ ଆବଶ୍ୟକତା ପୁରଣର ଅକ୍ଷମତାହିଁ ଦାରିଦ୍ର୍ୟତା । ଦାରିଦ୍ର୍ୟକୁ ଦୁଇଟି ଦୃଷ୍ଟି କୋଣରୁ ବିଚାର କାରାଯାଇଥାଏ । ପ୍ରଥମତଃ ଚରମ ବା ଉକôଟ ଦାରିଦ୍ର୍ୟ ଓ ଦ୍ୱିତୀୟତଃ ଆପେକ୍ଷିକ ଦାରିଦ୍ର୍ୟ । ଯେଉଁ ଲୋକ ବଞ୍ଚି ରହିବା ପାଇଁ ଜୀବନର ମୋଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ ସେମାନଙ୍କ କ୍ଷେତ୍ରରେ ଚରମ ବା ଉକôଟ ଦାରିଦ୍ର୍ୟ ଦେଖାଯାଏ ବୋଲି କୁହାଯାଏ ।
ସର୍ବନିମ୍ନ ଖାଦ୍ୟ, ବସ୍ତ୍ର, ବାସଗୃହ ଭିତ୍ତିରେ ଚରମ ଦାରିଦ୍ର୍ୟତା ନିର୍ଣ୍ଣୟ ହୋଇଥାଏ । ଏଗୁଡିକର ନିରୂପିତ ମୂଲ୍ୟଠାରୁ କମ ଖର୍ଚ୍ଚ କରିଥିବା ଲୋକମାନଙ୍କୁ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି ବୋଲି ଧରାଯାଏ । ଆପେକ୍ଷିକ ଦାରିଦ୍ର୍ୟର ଅର୍ଥ ଭିନ୍ନ । ଯେତେବେଳେ ଦୁଇ ଜଣ ବ୍ୟକ୍ତି ବା ଦୁଇ ଗୋଷ୍ଠୀର ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ନେଇ ତୁଳନା କରାଯାଏ, ସେତେବେଳେ ଆମେ ଆପେକ୍ଷିକ ଦାରିଦ୍ର୍ୟ କଥା କହିଥାଉ । ତେଣୁ ଆପେକ୍ଷିକ ଦାରିଦ୍ର୍ୟ କହିଲେ ଆୟର ବୈଷମ୍ୟକୁ ବୁଝାଏ । ପ୍ରକାରାନ୍ତରେ କହିଲେ ସ୍ଥାୟୀ ବା ଅସ୍ଥାୟୀ ଭାବେ ଯେତେବେଳେ ଜଣେ ଲୋକ ନିଜର ତଥା ତା ପରିବାରର ସଦସ୍ୟମାନେ କାର୍ଯ୍ୟକ୍ଷମ ଭାବେ ବଞ୍ଚିବା ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହରୁ ବଞ୍ଚିତ ହୋଇଥାଏ ତାକୁ ଆମେ ଦରିଦ୍ର୍ୟ ବୋଲି କହିବା । ଏହା ତାଙ୍କର ଶାରୀରିକ ତଥା ମାନସିକ ଦକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
ଏହି କଥାକୁ ଲକ୍ଷ୍ୟ ରଖି ୧୯୮୭ରୁ ପ୍ରତିବର୍ଷ ଅକ୍ଟୋବର ୧୭ ତାରିଖରେ ପାଳିତ ହେଉଛି ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ । ଦାରିଦ୍ର୍ୟ, କ୍ଷୁଧା, ହିଂସା ଓ ଭୟ ଦୂର କରିବା ଏହି ଦିବସ ପାଳନର ମୁଖ୍ୟ ଉଦେ୍ଦଶ୍ୟ । ପରିସଂଖ୍ୟାନରୁ ଜଣାଯାଏ, ସାରା ବିଶ୍ୱରେ ଏବେବି ୧.୩ ବିଲିୟନ ବା ୨୨ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ରହିଛନ୍ତି । ଚରମ ଦାରିଦ୍ର୍ୟ ରହିଥିବା ଦେଶ ମଧ୍ୟରେ ନାଇଜେରିଆରେ ୮୬.୯ ପ୍ରତିଶତ, କଙ୍ଗୋରେ ୬୦.୯ ପ୍ରତିଶତ ଲୋକ ଉକôଟ ଦାରିଦ୍ର୍ୟରେ ରହିଥିବାର ଜଣାଯାଏ ।
ସେହିପରି କମ୍ ଦାରିଦ୍ର୍ୟ ଥିବା ଦେଶ ମାନଙ୍କ ମଧ୍ୟରେ କତ୍ତାର, ମକାଓ, ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶମାନେ ରହିଛନ୍ତି । ସେହିପରି ମୋଟ ଜାତୀୟ ଉତ୍ପାଦକୁ ହିସାବକୁ ନେଲେ ଆମ ଦେଶ ଭାରତର ସ୍ଥାନ ୧୨୪ ରେ ରହିଛି । ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ । ଶିଳ୍ପ ଜଗତ କୋମାରେ । କୃଷି କ୍ଷେତ୍ରରେ ଅଗ୍ରଗତି ସନ୍ତୋଷ ଜନକ ନୁହେଁ । ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ସ୍ଥାଣୁତା । ଫଳରେ ବିଶ୍ୱ ସମେତ ଆମ ଦେଶରେ ନିଯୁକ୍ତି କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇଛି । ଏଥିପାଇଁ ଦାରିଦ୍ର୍ୟ ହାର ମଧ୍ୟ ବଢିଛି ।
ଭାରତ ଭଳି ବିକାଶମୁଖୀ ଦେଶ ମାନଙ୍କରେ ଦେଖାଦେଇଥିବା ଗଣ ଦାରିଦ୍ର୍ୟ କାରଣ ସମ୍ପର୍କରେ ବୁଝାଇବାକୁ ଯାଇ ଅର୍ଥଶାସ୍ତ୍ରୀ ରାଗ୍ନର ନରକ୍ସେ କହିଛନ୍ତି- ‘ଗୋଟିଏ ଦେଶ ଗରିବ କାରଣ ତାହା ଗରିବ’ । ଅନ୍ୟଅର୍ଥରେ କହିଲେ ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର ଦାରିଦ୍ର୍ୟ । ଏଦୃଷ୍ଟିରୁ ବିଚାର କଲେ ଦେଶର ଦାରିଦ୍ର୍ୟର କାରଣ ବହୁ ବିଧ ।
ଉଭୟ ଚାହିଦା ଓ ଯୋଗାଣ ପାଶ୍ୱର୍ରେ ସ୍ୱଳ୍ପ ମୁଣ୍ଡ ପିଛା ଆୟ, ସ୍ୱଳ୍ପ ଚାହିଦା , ସ୍ୱଳ୍ପ ସଂଚୟ, ସ୍ୱଳ୍ପ ନିବେଶ ଦାରିଦ୍ର୍ୟର କରାଳଚକ୍ର ସୃଷ୍ଟି କରୁଛି । ଏଥିସହିତ ମନ୍ଥର ଅଭିବୃଦ୍ଧିହାର ବେକାରୀ, ନିମ୍ନ କୃଷି ଉତ୍ପାଦନଶୀଳତା, ଶିଳ୍ପର ମନ୍ଥର ଅଭିବୃଦ୍ଧି, ଅସମାନତା , ଅବିକଶିତ ପ୍ରାକୃତିକ ସମ୍ପାଦ, ମୁଦ୍ରାସ୍ଫୀତି, ଜନସଂଖ୍ୟାର ଚାପ ଆଦି କାରଣ ଗୁଡିକ ଆମ ଦେଶରେ ଦାରିଦ୍ର୍ୟ ବୃଦ୍ଧିର ଗୋଟିଏ ଗୋଟିଏ କାରଣ । ଏଥିପାଇଁ ସ୍ୱଳ୍ପ ଉତ୍ପାଦନ ସହିତ ମୁଣ୍ଡ ପିଛାଆୟ ହ୍ରାସ ପାଉଛି । ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଆମ ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ସଂଖ୍ୟା ୧୯୯୩-୯୪ ମୋଟ ଜନ ସଂଖ୍ୟାର ୪୫.୩ ପ୍ରତିଶତ ଥିଲା, ଯାହା କି ୨୦୦୪-୦୫ ବେଳକୁ ୩୭.୨ ପ୍ରତିଶତକୁ ହ୍ରାସ ପାଇଥିଲା ।
ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଅନୁପାତ ସେହି ସମୟ ମଧ୍ୟରେ ୫୦.୧ପ୍ରତିଶରୁ ୪୧.୮ ପ୍ରତିଶତକୁ ହ୍ରାସ ପାଇଥିଲା । ସହରାଞ୍ଚଳରେ ଏହି ଅନୁପାତ ୧୯୯୩-୯୪ ରୁ ୩୧.୮ ପ୍ରତିଶତକୁ ୨୦୦୪-୦୫ରେ ୨୫.୭ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୧୧-୧୨ ବେଳକୁ ଦେଶର ମୋଟ ଦାରିଦ୍ର୍ୟ ହାର ୨୧.୯ ପ୍ରତିଶତକୁ ହ୍ରାସ ପାଇଥିଲା । ସଂଖ୍ୟାନୁସାରେ ଏହି ସମୟରେ ଦ୍ରାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୪୧ କୋଟିରୁ ୨୭ କୋଟିକୁ ହ୍ରାସ ପାଇଥିଲା । ତେବେ ଏହି ତଥ୍ୟ ସୁରେଶ ତେନ୍ଦୁଲକର କମିଟି ଆଧାରରେ ଦିଆଯାଇଛି । କିନ୍ତୁ ରଙ୍ଗରାଜନଙ୍କ କମିଟି ରିପୋର୍ଟରେ ଦେଶର ଦାରିଦ୍ର୍ୟ ହାର ୨୯.୬ ପ୍ରତିଶତ ବୋଲି କଳନା କରାଯାଇଛି । ଦ୍ରାରିଦ୍ର୍ୟ ହିଁ କ୍ଷୁଧାର ପ୍ରମୁଖ କାରଣ । ନିକଟରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ବିଶ୍ୱର ୧୦୭ଟି ଦେଶକୁ ନେଇ କରାଯାଇଥିବା କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୯୪ ତମ ସ୍ଥାନରେ ରହିଛି ।
ଦାରିଦ୍ର୍ୟ ଉଭୟ ସମାଜ ଓ ଅର୍ଥବ୍ୟବସ୍ଥା ପାଇଁ ଏକ ଅଭିଶାପ । ଏହା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । । ଅଧିକ ନିବେଶ , କୃଷିର ବିକାଶ, ଯୁକ୍ତିଯୁକ୍ତ ଉତ୍ପାଦନ କୈାଶଳ, ଦରଦାମର ସ୍ଥିରତା, ଅସମାନତା ହ୍ରାସ, ଜନସଂଖ୍ୟା ନିୟନ୍ତ୍ରଣ ଓ ସର୍ବୋପରି କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ ବିକାଶ ଉପରେ ସର୍ବଧିକ ଗୁରୁତ୍ୱ ଦେବା ଉଚିତ ।