Odisha news

ପୋଖରୀ ନିକଟରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନେ୍ଦହ

0

ବାରିପଦା  : ସନେ୍ଦହ ଘେରରେ ଯୁବକଙ୍କ ମୃତୁ୍ୟ ଘଟଣା । ମୃତ ଯୁବକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ବାଘିଆବେଡା ଗ୍ରାମର ଗିରିଶ ନାଏକ । ସୂଚନାନୁଯାୟୀ, ବାଘିଆବେଡା ଗ୍ରାମର ମୃତ ଯୁବକ ଗିରିଶ ନାଏକ ଗତ ରାତିରେ କୌଣସି କାରଣରୁ ଘରୁ ବାହାରିଥିଲେ । ତେବେ ରାତିରେ ସେ ଘରକୁ ଫେରିନଥିଲେ । ଆଜି ସକାଳୁ ଘାଟିତଳ ପୋଖରୀ ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖୁବାକୁ ପାଇଥିଲେ । ମୁଣ୍ଡରେ ଗଭୀର କ୍ଷତ ଥିବାବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖୁବାକୁ ମିଳିଛି । ଯାହାକୁନେଇ ସମସ୍ତଙ୍କ ମନରେ ହତ୍ୟା ହୋଇଥିବା ନେଇ ସନେ୍ଦହ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହା ହତ୍ୟା ନା ଦୁର୍ଘଟଣା ତାହା ଅସ୍ପଷ୍ପ ରହିଛି । ଖବରପାଇ ବାଙ୍ଗିରିପୋଷି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତଜାରୀ ରଖିଛି ବୋଲି ସୂଚନା ମିଳିଛି ।

 

Leave A Reply