ନାଉଗାଁ :ନାଉଗାଁ ବ୍ଲକ ଜାମୁଗାଁସ୍ଥିତ ପଲିଟେକନିକ କଲେଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଅସ୍ୱାୟୀ ଚିକିତ୍ସା ଶିବିର (ନୋଡାଲ ଟିଏମସି) ଭାବେ ପ୍ରସ୍ତୁତ କରାଯାଇଛି । ବ୍ଲକକୁ ଆସୁଥିବା ପ୍ରବାସୀମାନଙ୍କୁ ଏଠାରେ ରଖାଯାଇ ସେମାନଙ୍କର ସ୍ୱାବ ନିଆଯିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଏଠାରେ ବହୁ ଅବ୍ୟବସ୍ଥା ଥିବାକୁ ନେଇ ଅନ୍ତେବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଗୁରୁବାର ଲିଖିତ ଅଭିଯୋଗ କରାଯାଇଛି ।
ସୂଚନା ଅନୁସାରେ ଉକ୍ତ କଲେଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଅସ୍ଥାୟୀ ଚିକିତ୍ସା ଶିବିର ଭାବେ ଚିହ୍ନଟ କରାଯିବା ପରେ ଗତ୧୧ ତାରିଖରୁ ପ୍ରର୍ଯ୍ୟାୟ କ୍ରମେ ୧୧୮ ଜଣ ପ୍ରବାସୀ ରହିଆସୁଥିଲେ । ଏମାନଙ୍କ ମଧ୍ୟରୁ ଗତ ୧୭ ତାରିଖରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଉକ୍ତ ଶିବିରରେ ଏବେ୧୦୦ରୁ ଉର୍ଦ୍ଧ ଅନ୍ତେବାସୀ ରହୁଥିବା ବେଳେ ଏଥିରେ ମହିଳା ଠାରୁ ଛୋଟ ପିଲା ଆଦି ରହୁଛନ୍ତି । କିନ୍ତୁ ଶିବିରରେ ଏମାନଙ୍କ ପାଇଁ ୨୦ଟି ଶୌଚାଳୟ ଆବଶ୍ୟକ ଥିବା ବେଳେ ମାତ୍ର ୬ଟି ଶୌଚାଳୟ ରହିଛି । ଯାହାଫଳରେ ଏମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହା ସହିତ ଗରମ ପାଣି ପିଇବା ପାଇଁ ଶରୀର ପ୍ରତି ହିତକର ରହିଥିବା ବେଳେ ସେଭଳି ସୁବିଧା ମଧ୍ୟ କରାଯାଉନାହିଁ । ଏହାକୁ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣଶି ସୁଫଳ ମିଳୁ ନାହିଁ । ଏପରିକି ସରକାରଙ୍କ ନିୟମାବଳୀ ଅନୁଯାୟୀ ଖାଦ୍ୟ ଦିଆଯାଉ ନଥିବା ବେଳେ ପ୍ରତିଦନି ଗୋଟିଏ ପ୍ରକାର ଖାଦ୍ୟ ଯୋଗାଇ ଦିଆଯାଉଛି । ଯାହାକୁ ନେଇ ବୟସ୍କ ଲୋକ ଓ ଡାଇବେଟିସ ରୋଗୀମାନେ ରାତିରେ ଖାଦ୍ୟ ଭାବେ ରୁଟି ନ ପାଇବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଯାହାକୁ ନେଇ ଅନ୍ତେବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଅଭିଯୋଗ ପତ୍ର ହ୍ୱାଟସ ଅପ ମାଧ୍ୟମରେ ପ୍ରେରଣ କରାଯାଇଛି । ଏସଂର୍ପକରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପଚାରିବାରୁ ଶିବିରରେ ରହୁଥିବା ଅନ୍ତେବାସୀଙ୍କର ସଠିକ ଯତ୍ନ ନିଆଯାଉଛି । ଠିକ ସମୟରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ଯଦି କାହାର କୌଣସି ଅଭିଯୋଗ ରହିଛି, ଏହାର ତଦାରଖ କରାଯିବ ବୋଲି କହିଥିଲେ ।
