Odisha news

ପୋଲସରା ବନବିଭାଗ କର୍ମଚାରୀ ଙ୍କ ଦ୍ୱାରା ଚୋରାକାଠ ଗଣ୍ଡି ଜବତ, ଜଣେ ଗୀରଫ

0

ପୋଲସରା : ଆଜି ପୋଲସରା ବନବିଭାଗ କର୍ମଚାରୀ ମାନେ ଚୋରାରେ ଚାଲାଣ ହେଉଥିବା ଆଠ ଘନଫୁଟ କାଠ ସମେତ ଗୋଟିଏ ନମ୍ବର ବିହିତ କଳା ରଙ୍ଗର ଡାଲା ଅଟୋ ଜବତ କରିଛନ୍ତି।

ବେଆଇନ କାଠ ଚାଲାଣ କରୁଥିବା ଅଭିଯୋଗରେ ବନବିଭାଗ କର୍ମଚାରୀ ମାନେ ଦୁଇଜଣ ଯୁବକ ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସ୍ଥାନୀୟ ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ ଦେଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଭୋର ପାଞ୍ଚ ଘଣ୍ଟ ସମୟରେ ବନବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରିବା ସମୟରେ ଯୋକବନ୍ଧ ନିକଟକୁ କେନ୍ଦୁବାଡି ଛକଠାରେ ଗୋଟିଏ ନମ୍ବର ବିହୀନ କଳା ରଙ୍ଗର ଡାଲା ଅଟୋ କୁ ଜବତ କରିଥିଲେ ।

ଜବତ ଅଟୋରେ ମୂଲ୍ୟବାନ ଶାଗୁଆନ୍ ଶାଲ କାଠ ଗଣ୍ଡି ଥିଲା। ଏହି ଚୋରାକାଠ ଗଣ୍ଡି ଚାଲାଣ ଅଭିଯୋଗ ରେ ଚିରିକିପଡା ଶାଶନ ଗ୍ରାମର ଦାସରଥି ପାଢି ଏବଂ ପୃଥିବୀରାଜ ନାୟକ ନାମକ ଦୁଇଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ପୃଥିବୀରାଜ ନାୟକ ବିଜୁ ଯୁବ ବାହିନୀ ର ସମ୍ପାଦକ ଥିବା କୁହାଯାଇଛି।

Nalco
Leave A Reply