ପୋଲସରା :07/10/21(ରଞ୍ଜୟ ପାଣିଗ୍ରାହୀ ) : ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର ମୂରଲୀଧର ସାହୁ ଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ପୂର୍ବତନ ପୋଲସରା ବ୍ଳକ ଅଧ୍ୟକ୍ଷ ଙ୍କ ଆଜି ସନ୍ଧ୍ୟା ୫.୧୫ ସମୟରେ ବ୍ରହ୍ମପୁର MKCG ହସ୍ପିଟାଲରେ ହୃଦଘାତ ଜନିତ ମୃତ୍ୟୁ ବରଣ କରିଛନ୍ତି । ସେ ୧୯୮୯ ମସିହାରେ କଳମ୍ବ ଗ୍ରାମ ପଞ୍ଚାୟତ କୁ ନେହେରୁ ଯୁବ ସଂସଦ ର ସଂପାଦକ ଥିବା ସମୟରେ ଉକ୍ତ ଗ୍ରାମରେ ମଦମୁକ୍ତ ଅଭିଯାନ ଜରିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ସେ ଏକାଧାରରେ ଜଣେ ବରିଷ୍ଠ ଆଇନଜୀବୀ, ସାହିତ୍ୟିକ, ସମାଜସେବୀ ଏବଂ ଏହି ଅଞ୍ଚଳର ଜଣେ ବରିଷ୍ଠ ରାଜନେତା ରୂପେ ପରିଚିତ ଥିଲେ । ସେ ପୋଲସରା ବ୍ଳକ ର ୩୯ ନମ୍ବର ଜୋନ୍ ରୁ ବିଜୁ ଜନତା ଦଳ ପକ୍ଷରୁ ୨୦୦୨ ମସିହା ଠାରୁ ୨୦୦୭ ମସିହା ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ରୂପେ ନିର୍ବାଚିତ ହୋଇଥିଲେ ।
ପରେ ପରେ ୨୦୦୭ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପୋଲସରା ବ୍ଳକ ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ପରେ ଆଇନଜୀବୀ ଭାବରେ ସମାଜର କଲ୍ୟାଣ ନିମନ୍ତେ ବିଭିନ୍ନ ସ୍ଥାନରେ ଜନସେବା କରି ଆସୁଥିଲେ । ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ର ସଭ୍ୟ ରୂପେ ବହୁ ବର୍ଷ ଧରି ଜନସେବା କରିଥିଲେ । ପୋଲସରା ସମ୍ବାଦ ସାହିତ୍ୟ ଘରର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ଶେଷ ଯାତ୍ରାରେ ପୋଲସରା ବ୍ଳକ ର ବହୁ ବରିଷ୍ଠ ରାଜନେତା, ଯୁବଗୋଷ୍ଠୀ, କଳମ୍ବ ଗ୍ରାମବାସୀ ବୃନ୍ଦ ଓ ତାଙ୍କ ପରିବାର ବର୍ଗ ତାଙ୍କୁ ବିଶାଳh ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିଜ ଜନ୍ମ ମାଟିରେ ଅନ୍ତିମ ସଂସ୍କାର କରିଥିଲେ । ତାଙ୍କ ଅକାଳ ବିୟୋଗରେ ତାଙ୍କ ପରିବାରକୁ ପୋଲସରା ବିଜେପି ଘୁମୁସର ଜିଲ୍ଲା ଉପସଭା ପତି ପ୍ରଭାକର ପଣ୍ଡା ସମ ବେଦନାଜଣାଇବାସହିତ ବହୁତ ଦୁଃଖ ଅନୁଭବ କରିବାସହ ଏହି ପୋଲସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed.