Odisha news

ସଙ୍କୁରୁ ରେ ବିଜେପି ପକ୍ଷରୁ ପଞ୍ଚାୟତ ସ୍ତରୀୟ ବନ୍ଧୁ ମିଳନ ।

0
ପୋଲସରା : (ରଂଜୟପାଣିଗ୍ରାହୀ)ବୁଗୁଡା ବ୍ଲକ ଅନ୍ତର୍ଗତ ସଂକୁରୁ ପଞ୍ଚାୟତ ରେ ବିଜେପି ପକ୍ଷରୁ ଏକ ବନ୍ଧୁମିଲନ ଚକାଵଟ ଠାରେ ହୋଇଯାଇଅଛି।ଏହି ବଂଧୁମିଳନରେ ପଂଚାୟତ ରୁ ବହୁ କର୍ମୀ ଉପସ୍ଥିତ ରହିବାସହ ଆଲୋଚନା କରିବା ପାଇଁ ଅନ୍ୟ କର୍ମୀ ମାନେ ମଧ୍ୟ ଭାଗ ନେଇଥିଲ
।ଏହି ବନ୍ଧୁମିଳନ ରେ ବିଜେପିର ଘୁମୁସର ଜିଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ,ଉପସଭାପତି ପ୍ରଭାକର ପଣ୍ଡା ,ଯୁବମୋର୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ହାତୀଓଟ ମଣ୍ଡଳ ସଭାପତି ଦୀପକ ପ୍ରଧାନ,ସଂକୁରୁ ଯୁବନେତା ସାନ୍ତୁନୁ ପ୍ରଧାନ ,ସଭାପତି ମଣିତରାମଣ୍ଡଳ ସୁଶାନ୍ତ କୁମାର ଡାକୁଆ ଏହି ନେତାମାନେ ଉପସ୍ଥିତଥିଲେ।ବନ୍ଧୁ ମିଳନରେ ନେତା ମାନେ ବିଜେଡି ସରକାର କରୁଥିବା ବିଭିନ୍ନ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ।ଏହାକୁ ନଡ଼ ରି ପଞ୍ଚା ୟତରେ କର୍ମୀମାନଙ୍କ ପାଖକୁ ଯାଇ ଭୋଟ ର ମାନଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ସଂଘର୍ଷ ର ଜୋଶ ବଢାଇବାକୁ କର୍ମି ମାନଙ୍କୁ କହିଥିଲେ । ଏହି ବନ୍ଧୁ ମିଳନର ମୁଖ୍ୟ ପୁରୋଧା ମାଣିତରା ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆ ଙ୍କ ନେତୃତ୍ୱରେ ବହୁ କର୍ମି ଏହି ସମାବେଶରେ ଉପସ୍ଥିତ ଥିଲେ ।
Leave A Reply