Odisha news

କେନ୍ଦ୍ର ସରକାରଙ୍କ ଯୋଜନା ବିଭ୍ରାତ କରୁଥିବା ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ ବିଜେପି ପୋଲସରା ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

0
ପୋଲସରା,(ରଂଜୟ ପାଣିଗ୍ରାହୀ):-କେନ୍ଦ୍ର ସରକାର ସମସ୍ତ ଗରିବ ଶ୍ରେଣୀର ଲୋକମାନେ କିପରି ଥଣ୍ଡା,ଗରମ,ପ୍ରକୋପ ରୁ ବଞ୍ଚିବା ସହ ଏକ ଘର ଟିଏ ପାଇପରିବେ ସେନେଇ ଏକ ଆବାସ ଯୋଜନା ପ୍ରଣୟନ କରିଥିଲେ।ଯାହାର ନାମ ପ୍ରଧାନ ମନ୍ତ୍ରୀ ଆବାସ ରଖି ଥିଲେ । ଯୋଉଟା କି ସମସ୍ତ ରାଜ୍ୟ ପାଇଁ ଲାଗୁହୋଇଅଛି।କିନ୍ତୁ ଓଡିଶା ସରକାର ଏହି ଯୋଜନା କୁ ବାଦ ଦେଇ ନିଜର ଭୋଟ ବେଙ୍କ ଆଶାରେ ପ୍ରଧାନମନ୍ତ୍ରୀ ଆବାସ ର ନାମକୁ ପରିବର୍ତ୍ତନ କରି ବିଜୁ ଆବାସ ଯୋଜନା କରିନେଇଥିବାରୁ ଏହାକୁ ନେଇ ବିଜେପି ଆଜି ରାଜ୍ୟସରକାର ଙ୍କ ବିଭ୍ରାନ୍ତ କାର ରିପୋଟ ବିରୁଦ୍ଧରେ ପୋଲସରା ଠାରେ ଏକ ପ୍ରତିନିଧି ଦଳ ଘୁମୁସର ଜିଲା ସଭାପତି ଙ୍କ ଆବାହକ କ୍ରମେ ରାଜ୍ୟ ସରକାର ବଦ ଲାଉଥିବ
 ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଚଞ୍ଚକତା କରି ବିଜୁ ପକ୍କା ଘର ନାମରେ ହିତାଧିକାରୀଙ୍କୁ ବିଭ୍ରାନ୍ତ କରି, ଘର କାନ୍ଥରେ ଷ୍ଟିକରନ ମାରିବା କାର୍ଯ୍ୟକୁ ଦୃଢ଼ ବିରୋଧ କରିବା ସହିତ ନିନ୍ଦା ଓ ପ୍ରତିବାଦ  କରି,ପୋଲସରା  ବ୍ଲକ୍ ଭାରତୀୟ   ଜନତା ପାର୍ଟି ତରଫରୁ, ଘୁମୁସର ଜିଲ୍ଲା ସଭାପତି, ଗୋକୁଳାନନ୍ଦ ମଲ୍ଲକଙ୍କ ନେତୃତ୍ୱ ରେ ଆଜି ତା- ୨୮/୧୨/୨୦୨୦ ଦିନ ପୋଲସରା ବ୍ଲକ୍ ଘେରାଉ କରି ଏକ ଦାବିପତ୍ର ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତ୍ତା କୁ ଚିରି ପ୍ରତିବାଦ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା,ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା,ନଗର ମଣ୍ଡଳ ସଭାପତି ନିବାସୀ ପରିଡ଼ା, ମଥୁରା ମଣ୍ଡଳ ସଭାପତି ଲଡୁକିଶୋର ସାହୁ, ହତିଓଟ ମଣ୍ଡଳ ସଭାପତି ଦୀପକ୍ ପ୍ରଧାନ, ଆଇନଜୀବୀ ପବିତ୍ର ନାୟକ, ଭଗବାନ ସାହୁ, ପୀତବାସ ସାହୁ ଙ୍କ ସମେତ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Leave A Reply