Odisha news

ସ୍ୱଗବେଷଣା କହୁଛି ଏୟାର ପଲ୍ୟୁସନ ଠାରୁ ଦୂରେଇ ରଖିବ ଆୟୁର୍ବେଦ

0

ନୂଆଦିଲ୍ଲୀ : ଆୟୁର୍ବେଦ ର ଆଣ୍ଟି ବାୟୋଟିକ ଫିଫଟ୍ରୋଲ ୭ଦିନ ମଧ୍ୟରେ ଫୁସଫୁସ କୁ ସଂକ୍ରମଣ ଠାରୁ ଦୁରେଇ ରଖିବ l ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ଆୟୁର୍ବେଦ ଗବେଷକ ମାନେ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ ମାନଙ୍କ ଉପରେ କରାଯାଇ ଥିବା ବିଭିନ୍ନ ଅଧ୍ୟୟନ ଦ୍ୱାରା ଜାଣି ପାରିଛନ୍ତି ଯେ ଏହି ଔଷଧ ଶ୍ୱାସ ଯନ୍ତ୍ର ବା ଫୁସଫୁସ ପାଇଁ ଖୁବ ହିତକର l ଏହା ପୂର୍ବରୁ ଭୋପାଳ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ର ଡାକ୍ତରମାନେ ଫିଫାଟ୍ରୋଲ କୁ ଭାଇରସ, ବ୍ୟାକ୍ଟେରିଆ ଓ ଫଙ୍ଗଲ ଇନଫେକ୍ସନ ପାଇଁ କାରାଗାର ବୋଲି ମତ ଦେଇଥିଲେ l ଇଣ୍ଟରନେଶନାଲ ରିସର୍ଚ୍ଚ ଜର୍ଣ୍ଣାଲ ଅଫ ଆୟୁର୍ବେଦ ଏଣ୍ଡ ଯୋଗ ରେ ପ୍ରକାଶିତ ଗବେଷଣା ଅନୁସାରେ ଗବେଷକ ମାନେ କହିଥିଲେ ଯେ ଫିଫାଟ୍ରୋଲ ରେ ସାମିଲ ଥିବା ପାଞ୍ଚଟି ଔଷଧ ସୁଦର୍ଶନ ବଟି , ସଂଜୀବନୀ ବଟି , ଗୋଦାନ୍ତି ଭସ୍ମ , ତ୍ରିଭୁବନ କୀର୍ତି ରସ ଓ ମୃତ୍ୟୁଞ୍ଜୟ ରସ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ l ଏହା ଛଡା ଏହା  ଭାଇରସ ବ୍ୟାକ୍ଟେରିଆ ଓ ପରଜୀବୀ ସଂକ୍ରମଣ ଠାରୁ ଦୁରେଇ ରଖିଥାଏ l

ଫିଫାଟ୍ରୋଲ ରେ ସବୁ କଣ ରହିଛି -:
ଏଥିରେ ଆଠଟି ଜଡିବୁଟି ରହିଛି , ତୁଳସୀ, କୁଟକି, ଚିରେଇତା, ମୋଥା, ଗିଲୋଏ , ଦାରୁ ହଳଦୀ, କରଞ୍ଜ , ଅପାମାର୍ଗ ରହିଛି l ଅପାମାର୍ଗ ଓ କରଂଜ ଭାଇରସ ର ଦୁଃଷ୍ପ୍ରଭାଵ କୁ କମାଇ ଥାଆନ୍ତି l କୁଟକି ଲିଭର କୁ ଠିକ ରଖିଥାଏ l ତୁଳସୀ ଓ ଗୋଡ଼ାନ୍ତି ଭସ୍ମ ରେ ଆଣ୍ଟି ଭାଇରଲ ଗୁଣ ରହିଛି l ତ୍ରିଭୁବନ କୀର୍ତି ରସ ସର୍ଦି କମାଇଥାଏ l ସଂଜୀବନୀ ବୁଟୀ ଝାଳ ବାହାରକରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ l

ଗବେଷକ ଙ୍କ ମତରେ -:
ଫିଫାଟ୍ରୋଲ ଏଭଳି ଗୋଟିଏ ଔଷଧ ଯାହାକି ବାୟୁ ପ୍ରଦୂଷଣ ସମ୍ପର୍କିତ ସମସ୍ତ ସମସ୍ୟା ଠିକ କରିଥାଏ l  ଏହାଛଡା ସର୍ଦି, କାଶ, କଫ କିମ୍ବା ଶୁଖିଲା କାଶ ମଧ୍ୟ ଠିକ କରିଥାଏ l  ଗବେଷକ ଙ୍କ ମତରେ  ବାୟୁ ପ୍ରଦୂଷଣ ସଂକ୍ରମଣ କାରଣରୁ ପ୍ରତି ବର୍ଷ ବିଶ୍ୱର ୨୨ ଆରବ ଡଲାର ଅର୍ଥ ପ୍ରଭାବିତ ହୋଇଥାଏ l କିନ୍ତୁ ଏହି ଗବେଷଣା ରୁ ଜଣା ପଡିଛି ଯେ ବର୍ତମାନ ଏଭଳି ସମସ୍ୟା ଉପୁଜିବ ନାହିଁ l  ଏହାଛଡା ଜନସାଧାରଣ ମଧ୍ୟ ଆଶ୍ବସ୍ତି ଅନୁଭବ କରି ପାରିବେ l

Leave A Reply