Odisha news

ପିଲାଟିର ପଢ଼ା ପ୍ରତି ଆଗ୍ରହ ଦେଖି ଡୁ୍ୟଟି ସହିତ ପାଠ ପଢ଼ାଉଛନ୍ତି ପୋଲିସ୍

0

ଇନ୍ଦୋରରେ ଜଣେ ଛୋଟ ପିଲାକୁ ଲକ୍‌ଡାଉନ୍‌ରେ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ରେ ଜଣେ ପୋଲିସ୍‌ କର୍ମଚାରୀ ପଢ଼ାଉଥିବାର ଦୃଶ୍ୟ ଭାଇରାଲ ହେଉଛି । ପଲାସିୟା ଥାନା ସାମ୍ନାରେ ପିଲାଟିକୁ ପୋଲିସ୍‌ କର୍ମଚାରୀ ବିନୋଦ ଦୀକ୍ଷିତ୍‌ ଷ୍ଟ୍ରିଟ୍‌ଲାଇଟ୍‌ରେ ପଢ଼ାଉଛନ୍ତି । ବିନୋଦ ପିଲାଟିକୁ ପଢ଼ା ସହ ଶାରୀରିକ ପରିଶ୍ରମ କରିବାକୁ ଉପଦେଶ ଦେଉଛନ୍ତି । ପିଲାଟିର ପଢ଼ା ପ୍ରତି ଆଗ୍ରହ ଦେଖି ବିନୋଦ ରାସ୍ତାରେ ଡୁ୍ୟଟି ସହିତ ପାଠ ପଢ଼ାଉଛନ୍ତି ଓ ତାର ପଢ଼ା ଖର୍ଚ୍ଚ ନିଜେ ବହନ କରୁଛନ୍ତି । କରୋନା କାଳରେ ପୋଲିସ୍‌ଙ୍କ କାମ ପିଲାଟିକୁ ଏତେ ପ୍ରଭାବିତ କରିଛି ଯେ ସେ ବଡ଼ ହେଲେ ପୋଲିସ୍‌ ହେବ ବୋଲି ସଂକଳ୍ପ ନେଇଛି ।

Leave A Reply