Odisha news

ବ୍ରହ୍ମପୁର ପୁଲିସ ଜିଲାର ସମସ୍ତ ଇନ୍ସପେକ୍ଟର ଓ ଉପରିସ୍ଥ ଅଧିକାରୀଙ୍କୁ ନିର୍ବାଚନୀ ସମ୍ପର୍କରେ ତାଲିମ 

0
ବ୍ରହ୍ମପୁର ପୁଲିସ ଜିଲାର ସମସ୍ତ ଇନ୍ସପେକ୍ଟର ଓ ଉପରିସ୍ଥ ଅଧିକାରୀଙ୍କୁ ନିର୍ବାଚନୀ ସମ୍ପର୍କରେ  ତାଲିମ  ଦିଆଯାଇଥିଲା । ଗୁରୁବାର ଦିନ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ତାଲିମ ଶିବିରରେ ନିର୍ବାଚନ ଆଚରଣ ବିଧି ସମୟରେ ପୁଲିସ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ଅବଗତ କରାଯାଇଥିଲା ା ପୁଲିସର ଫ୍ଲାଇଙ୍ଗ ସ୍କ୍ବାର୍ଡ ଗଠନ ହୋଇସାରିଛି ଏବଂ ସେମାନେ ସକ୍ରିୟ ଅଛନ୍ତି ବୋଲି ଏସପି ଡା. ସର୍ବଣା ବିବେକ ଏମ କହିଥିଲେ ା ସେହିପରି ୱାରେଣ୍ଟି ଧରପଗଡକୁ ଜୋରଦାର କରିବା ଏବଂ ବିଶୃଙ୍ଖଳାକାରୀଙ୍କୁ କାବୁ କରିବାକୁ ଉପସ୍ଥିତ ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା ା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ତଥା ବ୍ରହ୍ମପୁର ପୁଲିସ ଜିଲାକୁ ଲାଗିଥିବା ଶ୍ରୀକାକୁଲମ ଜିଲାର ସୀମାନ୍ତ ଅଞ୍ଚଳରେ ୬ଟି ଚେକପୋଷ୍ଟ ଚିହ୍ନଟ କରାଯାଇଛି ା ସେହିପରି ସୀମାନ୍ତ ଅଞ୍ଚଳରେ ଥିବା ଅନ୍ୟ ଗଳାବାଟ ମଧ୍ୟ ପୁଲିସ ନଜରରେ ରହିଛି ା ଏହି ଚେକପୋଷ୍ଟଗୁଡିକରେ ପୁଲିସ ପକ୍ଷରୁ ନିୟମିତ ଯାଞ୍ଚ କରାଯିବ ବୋଲି ଏସପି କହିଥି‌େ‌ଲ ା ଅନ୍ୟପକ୍ଷରେ ନିର୍ବାଚନକୁ ଦୃଷ୍ଟିରେ ରଖି ସହରର ସମସ୍ତ ଥାନା ଅଞ୍ଚଳରେ ପୁଲିସ ଏବଂ ବିଏସଏଫ ଯବାନଙ୍କ ମିଳିତ ଫ୍ଲାଗମାର୍ଚ୍ଚ ଶେଷ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ା ବୈଠକ‌େ‌ର ଅତିରିକ୍ତ ଏସପି ଅସୀମା ପଣ୍ଡା, ରମେଶଚନ୍ଦ୍ର ସେଠୀଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ା
Leave A Reply