ନୂଆଦିଲ୍ଲୀ : ରାଜସ୍ଥାନ ବୁନ୍ଦି ରେ ଶନିବାର ଦିନ ଅପରାଧୀ ମାନଙ୍କର ଗୋଟିଏ ନିଆରା ଶୋଭାଯାତ୍ରା ବାହାର କରାଯାଇ ଥିଲା l ଏହି ସମୟରେ ପୋଲିସ କର୍ମୀମାନେ ଅପରାଧୀ ମାନଙ୍କ ଦ୍ୱାରା ନାରା ଲଗାଇଥିଲେ ‘ଗୋଲୀ ଚଲାନା ପାପ ହେ, ପୋଲିସ ହାମାରୀ ବାପ ହେ ‘ ଘଟଣାଟି ଏହିପରି ପୋଲିସ ପକ୍ଷରୁ ବୁନ୍ଦି ର ଲାଖୋରୀ ଛକ ଠାରେ ଜଣେ ବ୍ୟବସାୟୀ ଙ୍କୁ ଗୁଳି କରିବା ମାମଲାରେ ୩ଜଣ ଅପରାଧୀ ଙ୍କୁ ଆରେଷ୍ଟ କରିଥିଲା l ଖାସ କଥାଟି ହେଲା ପୋଲିସ ଉକ୍ତ ଅପରାଧୀ ମାନଙ୍କୁ ନେଇ ସେହି ଜାଗାରେ ପହଂଚି ଥିଲା ଯେଉଁଠି ଏହି ଘଟଣାଟି ଘଟି ଥିଲା l ପୋଲିସ ଏହି ଅପରାଧୀ ମାନଙ୍କୁ ନେଇ ୪୦୦ ମିଟର ପଦଯାତ୍ରା କରିଥିଲା l ଏହି ଦୃଶ୍ୟ କୁ ଦେଖି ଅନେକ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
୧୫ ଦିନ ତଳେ ଅପରାଧୀ ଅମନ୍ କପଡ଼ା କିଣିବାକୁ ଉକ୍ତ ବ୍ୟବସାୟୀ ମନ୍ ପ୍ରିତ୍ ସିଂ ଙ୍କ ଦୋକାନ କୁ ଯାଇଥିଲା । ଉଭୟ ଅପରାଧୀ ଓ ଦୋକାନୀ ଙ୍କ ମଧ୍ୟରେ ସେହି ସମୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଆରୋପି ଆମନ୍ ବ୍ୟବସାୟୀ ଙ୍କୁ ଧମକ ମଧ୍ୟ ଦେଇଥିଲା । ଏହାପରେ ମଇ ୨୮ ତାରିଖ ଦିନ ଉକ୍ତ ବ୍ୟବସାୟୀ ଜଣଙ୍କ ନିଜ ଦୋକାନ ବାହାର ସଫା କରୁଥିବା ସମୟରେ ବାଇକ୍ ଚଳାଇ ଆସିଥିବା କିଛିଟା ଦୂର୍ବୁତ ଉକ୍ତ ବ୍ୟବସାୟୀ ଙ୍କୁ ଗୁଳି କରିଥିଲେ ।
ଏହାପରେ ବ୍ୟବସାୟୀ ଜଣଙ୍କ ଆହତ ହୋଇ ଥିଲେ , ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତର ଖାନା କୁ ନିଆ ଯାଇଥିଲା ।
ପୋଲିସ ଏହାପରେ ଚଲେଇ ଚଲେଇ ଅପରାଧୀ ମାନଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଏହି ସମୟରେ ଅପରାଧୀ ମାନଙ୍କୁ ପୋଲିସ ନାରା ଲଗାଇବାକୁ କହିଥିଲା । ଏବଂ ଅପରାଧୀ ମାନେ ‘ ଗୋଲି ଚଲାନା ପାପ୍ ହେ , ପୋଲିସ୍ ହମାରି ବାପ୍ ହେ ‘ ନାରା ଦେଇଥିଲେ ।
ରାସ୍ତା ସାରା ଅପରାଧୀ ମାନେ ଏହି ନାର ଦେଇ ବ୍ୟବସାୟୀ ମାନଙ୍କୁ କ୍ଷମା ମାଗି ଥିଲେ । ଏହି ଅପରାଧୀ ମାନେ ଘଟଣା ପରଦିନ ଗିରଫ ହୋଇଥିଲେ ।