୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ଉଦ୍ୟମ ମାମଲା : ଥାନାରେ ଏତଲା ପରେ ୨୫ ଦିନ ହେଲା ଫେରାର ଅଛନ୍ତି ଡ୍ରାଇଭର ବୈକୁଣ୍ଠ ଜେନା।
ପୋଲିସ ର ତନାଘନା ଜାରୀ
ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ବ୍ଳକ ର ଆଇ ସି ଡ଼ି ଏସ କାର୍ଯ୍ୟାଳୟ ରୁ ୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ଉଦ୍ୟମ ମାମଲା ଏବେ ଥାନାରେ।ଚେକ ହଜିବା ଓ ଏତେ ଟଙ୍କା ହଡପ ଉଦ୍ୟମ କୁ ନେଇ ତତ୍କାଳୀନ ସି ଡ଼ି ପି ଓ ପ୍ରତିମା ରାଉଳ ଗତ ୧୫.୦୭.୨୦୨୧ ରେ ବୋରିଗୁମ୍ମା ଥାନାରେ ଏତଲା ପ୍ରଦାନ କରିଥିଲେ।ବୋରିଗୁମ୍ମା ଥାନାରେ ଏନେଇ ଏକ ମାମଲା କେସ ନମ୍ବର ୧୦୦ / ୨୦୨୧,ଦଫା ୪୨୦,୪୭୧,୪୬୮,୫୦୯,୫୧୧,୩୪ ରୁଜୁ କରାଯାଇଛି।ଥାନା ରେ ମାମଲା ପରେ ଆଇ ସି ଡ଼ି ଏସ କାର୍ଯ୍ୟାଳୟ ର ଡ୍ରାଇଭର ବୈକୁଣ୍ଠ ଚରଣ ଜେନା ଫେରାର ଥିବା ସୂଚନା ଦେଇଛନ୍ତି ତଦନ୍ତକାରୀଅଧିକାରୀ। ପୋଲିସ ତଦନ୍ତକାରୀ ଏସ ଆଇ ଶ୍ରୀକାନ୍ତ ସାହୁ ଇତି ମଧ୍ୟରେ ଛାନଭିନ ଆରମ୍ଭ କଲେଣି। ପୋଲିସ ତୁରନ୍ତ ଆଇ ସି ଡ଼ି ଏସ କାର୍ଯ୍ୟାଳୟ ଯାଇ କିଛି ଡକୁମେଣ୍ଟ ମାଗିବା ସହ ଜୟପୁର ସ୍ଥିତ ଆକ୍ସିସ ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କ କୁ ଯାଇ ତଦନ୍ତ କରିଛନ୍ତି।ପ୍ରଥମେ ଆକ୍ସିସ ବ୍ୟାଙ୍କ ର ଜୟପୁର ଶାଖା ପରିଚାଳକ ଯାଇଥିଲେ।
କେଉଁ ପରିସ୍ଥିତିରେ ଏକ ବ୍ୟକ୍ତିଗତ ନାମ ରେ ୧୬ ଲକ୍ଷ ୨୮ ହଜାର ଟଙ୍କା ଦେବାକୁ ମନା କଲେ।ସଂପୃକ୍ତ ଚେକ ରେ ଦସ୍ତଖତ ସନ୍ଦେହ ଆସିବା ପରେ ବୋରିଗୁମ୍ମା ଆଇ ସି ଡ଼ି ଏସ କାର୍ଯ୍ୟାଳୟ କୁ ଫୋନ କରାଯାଇଥିଲା ବୋଲି ଶାଖା ପରିଚାଳକ ସଫେଇ ଦେଇଥିଲେ। ଅନ୍ୟପଟେ ତଦନ୍ତକାରୀ ଶ୍ରୀକାନ୍ତ ସାହୁ ଡ୍ରାଇଭର ବୈକୁଣ୍ଠ ଚରଣ ଜେନା ଙ୍କ ଆକାଉଣ୍ଟ ଥିବା ବନ୍ଧନ ବ୍ୟାଙ୍କ କୁ ଯାଇଥିଲେ। ବନ୍ଧନ ବ୍ୟାଙ୍କ ର ଶାଖା ପରିଚାଳକ କହିଥିଲେ ଯେ ବୈକୁଣ୍ଠ ଜେନା ଗତ ୦୧.୦୭.୨୧ ତାରିଖରେ ଆକ୍ସିସ ବ୍ୟାଙ୍କ ଚେକ ନମ୍ବର ୦୦୦୯୮୪ ତାରିଖ ୩୦.୦୬.୨୦୨୧ ଥିବା ଚେକ କୁ ଆଣି ଆମ ବ୍ୟାଙ୍କ ରେ ଡ଼ିପୋଜିଟ କରିଥିଲେ। ପରେ ଆକ୍ସିସ ବ୍ୟାଙ୍କ ଚେକ ଟିକୁ ଫେରାଇବା ପରେ ସେହି ଚେକ କୁ ବୈକୁଣ୍ଠ ଜେନା କୁ ଫେରାଇଥିଲେ।
ବର୍ତ୍ତମାନ ପୋଲିସ ଡ୍ରାଇଭର ଶ୍ରୀ ଜେନା ଖୋଜିବା ସହ ବିବାଦୀୟ ଚେକ କୁ ଜବତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଡ୍ରାଇଭର ରହୁଥିବା ଜୟପୁର ପ୍ରସାଦ ରାଓ ପେଟା ଯାଇଥିଲେ। ଡ୍ରାଇଭର ଶ୍ରୀ ଜେନା ବ୍ୟବହାର କରୁଥିବା ମୋବାଇଲ ସୁଇଚ ଅପ ଥିବା ପୋଲିସ କହିଛି।ଆଇ ସି ଡ଼ି ଏସ କାର୍ଯ୍ୟାଳୟ ର ବିନା ଅନୁମତି ରେ ଡ୍ରାଇଭର ବୈକୁଣ୍ଠ ଜେନା ରହିଥିବା ସି ଡ଼ି ପି ଓ କହିଛନ୍ତି। ଡ୍ରାଇଭର ଶ୍ରୀ ଜେନା ର କୌଣସି ଖୋଜ ଖବର ନାହିଁ। ସେ ବର୍ତ୍ତମାନ କେଉଁଠି ଅଛନ୍ତି ଜାଣି ନାହାନ୍ତି କହିଛନ୍ତି ଆଇ ସି ଡ଼ି ଏସ କାର୍ଯ୍ୟାଳୟ ର କର୍ମଚାରୀ।ଅନ୍ୟପଟେ ପୋଲିସ ଆଇ ସି ଡ଼ି ଏସ କାର୍ଯ୍ୟାଳୟ ରୁ ମାଗିଥିବା ଡକୁମେଣ୍ଟ ପୂର୍ଣ୍ଣ ମାତ୍ରାରେ ମିଳି ନ ଥିବା କହିଛନ୍ତି ଏସ ଆଇ ଶ୍ରୀ ସାହୁ। ତେବେ ଖୁବଶୀଘ୍ର ୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ଉଦ୍ୟମ ମାମଲା ର ଖୁବଶୀଘ୍ର ପରଦଫାସ ହେବ ପୋଲିସ କହିଛି। ତେବେ ଏତେ ଟଙ୍କା ହଡପ ମାମଲା ରେ ପୋଲିସ ଏପର୍ଯ୍ୟନ୍ତ କାହିଁକି କାହାକୁ ଗିରଫ କରି ନାହାନ୍ତି ସେ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.