ନୂଆପଡା-୮/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ) : ଗତ କାଲି ନୂଆପଡା ଜିଲ୍ଲା କୋମନା ପୋଲିସ ତରଫରୁ ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ନୂଆପଡା ଜିଲ୍ଲାପାଳ ସ୍ବଧାଦେବ ସିଂ ଶିବିରକୁ ଉଦଘାଟନ କରି ଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୂଆପଡା ଏସ.ପି. ରାହୁଳ ଜୈନ ଯୋଗଦାନ କରି ଥିଲେ । ୫୬ ଜଣ ଯୁବକ ଏବଂ ପୋଲିସ କର୍ମୀ ଜିଲ୍ଲା ବ୍ଲଡ୍ ବ୍ୟାଙ୍କକୁ ରକ୍ତଦାନ କରି ଥିଲେ । କରୋନା କାଳର ଦେବଦୂତ ଏଚଆଇଭି ପଜିଟିଭ୍ ଅଟୋ ଚାଳକଙ୍କୁ ମାନପତ୍ର ଦେଇ ସମ୍ମାନୀତ ଜରା ଯାଥିଲା ।
ଆଗାମୀ ଦିନରେ ରକ୍ତ ଶଙ୍କଟକୁ ଦୂର କରିବା ପାଇଁ ଜିଲ୍ଲାର ସମସ୍ତ ଥାନାରେ ରକ୍ତଦାନ ଶିବିର ଆୟୋଜନ କରା ଯିବ ବୋଲି ନୂଆପଡା ଏସପି ରାହୁଳ ଜୈନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନୂଆପଡା ଏସ୍ଡ଼ିପିଓ ପ୍ରଶାନ୍ତ ପଟନାୟକ କୋମନା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ.ଲଳିତ ମୋହନ ବିଶି ପ୍ରମୁଖ ଯୋଗ ଦେଇଥିଲେ। ଏହି ରକ୍ତ ଦାନ ଶିବିର ରେ ମୋଟ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
Comments are closed.